Rain lashes Twin City: ବର୍ଷାରେ ବେହାଲ୍ ଟ୍ୱିନ୍ ସିଟି
Advertisement
Article Detail0/zeeodisha/odisha2275347

Rain lashes Twin City: ବର୍ଷାରେ ବେହାଲ୍ ଟ୍ୱିନ୍ ସିଟି

Rain lashes Twin City: କଟକ, ଭୁବନେଶ୍ୱର ସମେତ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଛି।  ତୁହାକୁ ତୁହା ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଭୁବନେଶ୍ବରର ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ, କଟକରୋଡରେ ବିଭିନ୍ନ ସ୍ଥାନରେ ପାଣି ବନ୍ଦ ରହିଛି। କଟକରେ ମଧ୍ୟ କିଛି ସ୍ଥାନରେ ପାଣି ଜମିଛି।

Rain lashes Twin City

Bhubaneswar Rain: ଟୁଇନସିଟିରେ ଅସମ୍ଭାଳ ଗ୍ରୀଷ୍ମ ସହ ଗୁଳୁଗୁଳିରୁ ମିଳିଲା ମୁକ୍ତି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ବର ଓ କଟକ। ବର୍ଷା ସହ ବହିଲା ଜୋର ପବନ। କେଉଁଠି ରାସ୍ତାରେ ଛୁଟୁଛି ପାଣି, ତ କେଉଁଠି ଜଳାର୍ଣ୍ଣବ ସ୍ଥିତି। କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି।

କଟକ, ଭୁବନେଶ୍ୱର ସମେତ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଛି।  ତୁହାକୁ ତୁହା ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଭୁବନେଶ୍ବରର ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ, କଟକରୋଡରେ ବିଭିନ୍ନ ସ୍ଥାନରେ ପାଣି ବନ୍ଦ ରହିଛି। କଟକରେ ମଧ୍ୟ କିଛି ସ୍ଥାନରେ ପାଣି ଜମିଛି। ଭୁବନେଶ୍ବରରେ ଆଜି ସନ୍ଧ୍ୟାରେ କାଳବୈଶାଖୀ ଦେଖିବାକୁ ମିଳିଥିଲା। ପବନ ଜୋରରେ ବହିଥିଲା। ସନ୍ଧ୍ୟା ସମୟରେ ଆକାଶରେ ବାଦଲ ଭାସୁଥିଲା। ଏହା ବର୍ଷା ହେବାର ସଂକେତ ଦେଉଥିଲା।
ସେପଟେ ଗଞ୍ଜାମଜିଲ୍ଲା ବଡ଼ଗଡ଼ ଥାନା ନୂଆଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତୁ ହୋଇଛି।  

ତେବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।‌ ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ନିଜ ସୁରକ୍ଷା ପାଇଁ ଲୋକେ ସତର୍କ ରୁହନ୍ତୁ। କାରଣ ଏହି ସମୟ ମଧ୍ୟରେ ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ ହୋଇପାରେ। ପାଣିପାଗ ବିଭାଗ ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ବୌଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ଦେବଗଡ଼ ଏବଂ ଝାରସୁଗୁଡ଼ା ଭଳି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହିସବୁ ଜିଲ୍ଲାବାସୀ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ଗତିବିଧି ଉପରେ ନଜର ରଖିବା ସହ ବଜ୍ରପାତ ମୁକ୍ତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।