Ram lala:ରାମଲଲ୍ଲାଙ୍କ ପାଇଁ ଆମେରିକାରୁ ଆସିଲା ତକିଆ,ରେଜେଇ
Advertisement
Article Detail0/zeeodisha/odisha2092846

Ram lala:ରାମଲଲ୍ଲାଙ୍କ ପାଇଁ ଆମେରିକାରୁ ଆସିଲା ତକିଆ,ରେଜେଇ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦେଶ ବିଦେଶରୁ ବହୁ ମାତ୍ରାରେ ଦାନ ଆସୁଛି । ଏହି କ୍ରମରେ ଭଗବାନ ଶ୍ରୀ ରାମଙ୍କ ଶୋଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମଧ୍ୟପ୍ରଦେଶର ଭୋପାଳରୁ ରାମଲାଲାଙ୍କ ପାଇଁ ତକିଆ-ରେଜେଇ ଅଣାଯାଇଛି । ଭୋପାଳର ପୁଷ୍ପା ନଗରର ମହାମାଇ ମନ୍ଦିରରୁ ଶ୍ରୀ ରାମ ରେଜେଇ ରଥ ଯାତ୍ରା ବାହାରିଥିଲା । ବାଜା ମୃଦଙ୍ଗ ବଜାଇ ଯାତ୍ରାର

SOCIAL MEDIA

Ram lala:

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦେଶ ବିଦେଶରୁ ବହୁ ମାତ୍ରାରେ ଦାନ ଆସୁଛି । ଏହି କ୍ରମରେ ଭଗବାନ ଶ୍ରୀ ରାମଙ୍କ ଶୋଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମଧ୍ୟପ୍ରଦେଶର ଭୋପାଳରୁ ରାମଲାଲାଙ୍କ ପାଇଁ ତକିଆ-ରେଜେଇ ଅଣାଯାଇଛି । ଭୋପାଳର ପୁଷ୍ପା ନଗରର ମହାମାଇ ମନ୍ଦିରରୁ ଶ୍ରୀ ରାମ ରେଜେଇ ରଥ ଯାତ୍ରା ବାହାରିଥିଲା । ବାଜା ମୃଦଙ୍ଗ ବଜାଇ ଯାତ୍ରାରେ ୧୦୦ ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଯାତ୍ରାରେ ଆସିଥିବା ବ୍ୟକ୍ତି କହିଛନ୍ତି ଯେ ଭଗବାନ ଶ୍ରୀ ରାମ ଲାଲାଙ୍କ ପାଇଁ ଏକ ରେଜେଇ ଅଣାଯାଇଛି ।

ତାଙ୍କ ସୂଚନା ଅନୁଯାୟୀ ରାମଲାଲା ପାଇଁ ଆସିଥିବା ରେଜେଇର ଲମ୍ବ ୬ଫୁଟ ଏବଂ ଚଉଡ଼ା ୪ଫୁଟ ବିଶିଷ୍ଟ ଅଟେ । ଏହାସହ ତକିଆ ମଧ୍ୟ ରହିଛି । ସେହିପରି ଆମେରିକାରୁ ପ୍ରଭୁ ରାମଲାଲାଙ୍କ ପାଇଁ ଏକ ବିଶେଷ ଉପହାର ମଧ୍ୟ ପଠାଯାଇଛି । ଏଥିରେ ସୁନାରେ ନିର୍ମିତ ଅନେକ ଭିନ୍ନ ଭିନ୍ନ ବାହାନ ରହିଛନ୍ତି । ଗଜ ବାହାନ ଠାରୁ ଆରମ୍ଭ କରି ଗରୁଡ଼ ବାହାନ ରହିଛନ୍ତି । ସୁବର୍ଣ୍ଣ ସିଂହାସନ ମଧ୍ୟ ପଠାଯାଇଛି । ଏହା ସହିତ କଳ୍ପବୃକ୍ଷର ଏକ ସୁବର୍ଣ୍ଣ ମଡେଲ ପଠାଯାଇଛି ।

ମନ୍ଦିର ଟ୍ରଷ୍ଟର ସୂଚନା ଅନୁଯାୟୀ ଭଗବାନ ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ୧୧ ଦିନ ମଧ୍ୟରେ ପ୍ରାୟ ୨୫ ଲକ୍ଷ ଭକ୍ତ ନୂତନ ମନ୍ଦିରରେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରିଛନ୍ତି ଏବଂ ୧୧ କୋଟିରୁ ଅଧିକ ଟଙ୍କା ଦାନ ଆସିଛି । ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟର ପ୍ରଭାରୀ ପ୍ରକାଶ ଗୁପ୍ତା କହିଛନ୍ତି ଯେ ଗତ ୧୧ ଦିନ ମଧ୍ୟରେ ଦାନ ବାକ୍ସରେ ପ୍ରାୟ ୮ କୋଟି ଟଙ୍କା ଜମା ହୋଇଥିବାବେଳେ ଚେକ୍ ଏବଂ ଅନଲାଇନ୍ ମାଧ୍ୟମରେ ପ୍ରାୟ ୩.୫୦ କୋଟି ଟଙ୍କା ଜମା କରାଯାଇଛି।

ସେ କହିଛନ୍ତି ଯେ ମନ୍ଦିର ଗର୍ଭଗୃହ ସାମ୍ନାରେ ଚାରୋଟି ବଡ଼ ବଡ଼ ଦାନ ବାକ୍ସ ରଖାଯାଇଛି । ଯେଉଁଥିରେ ଶ୍ରଦ୍ଧାଳୁ ଦାନ କରୁଛନ୍ତି । ଏହା ବ୍ୟତୀତ ୧୦ଟି କାଉଣ୍ଟରରେ ମଧ୍ୟ ଦାନ ଜମା ହେଉଛି ।  ସେ କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟ କର୍ମଚାରୀମାନେ ଦାନ କାଉଣ୍ଟରରେ ନିଯୁକ୍ତ ଅଛନ୍ତି । ଯେଉଁମାନେ ସନ୍ଧ୍ୟାରେ କାଉଣ୍ଟର ବନ୍ଦ ହେବା ପରେ ଟ୍ରଷ୍ଟ ଅଫିସରେ ଗ୍ରହଣ କରାଯାଇଥିବା ଦାନ ରାଶି ଜମା କରୁଛନ୍ତି ।