Grah Gochar 2024: ଏହି ୬ଟି ରାଶି ପାଇଁ ମାର୍ଚ୍ଚ ମାସ ଖୁବ୍ ଖାସ୍, ୫ ଗ୍ରହଙ୍କ ଚଳନରୁ ମିଳିବ ଲାଭ
Advertisement

Grah Gochar 2024: ଏହି ୬ଟି ରାଶି ପାଇଁ ମାର୍ଚ୍ଚ ମାସ ଖୁବ୍ ଖାସ୍, ୫ ଗ୍ରହଙ୍କ ଚଳନରୁ ମିଳିବ ଲାଭ

Plant Transit In March 2024: ସୌରମଣ୍ଡଳରେ ଥିବା ନବ ଗ୍ରହଙ୍କ ସ୍ଥାନ ପରିବର୍ତ୍ତନ କାରଣରୁ  ସମସ୍ତ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନ ପ୍ରଭାବିତ ହୁଏ ବୋଲି ବିଶ୍ୱାସ ରହିଛି । ମାର୍ଚ୍ଚ ମାସରେ ସୂର୍ଯ୍ୟ, ବୁଧ, ଶୁକ୍ର, ମଙ୍ଗଳଙ୍କ ଚଳନ ଅନେକ ରାଶି ଉପରେ ଉଭୟ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇବ । ଏପରି ପରିସ୍ଥିତିରେ ୬ ଟି ରାଶିର ଲୋକେ ଉପକୃତ ହେବେ ।

Grah Gochar 2024: ଏହି ୬ଟି ରାଶି ପାଇଁ ମାର୍ଚ୍ଚ ମାସ ଖୁବ୍ ଖାସ୍, ୫ ଗ୍ରହଙ୍କ ଚଳନରୁ ମିଳିବ ଲାଭ

Plant Transit In March 2024: ମାର୍ଚ୍ଚ ୭ ତାରିଖରେ ବୁଧ ଗ୍ରହ ମୀନରେ ଚଳନ କରିବେ ଏବଂ ମାର୍ଚ୍ଚ ୧୫ରେ ମୀନ ରାଶିରୁ ବାହାରିବେ । ଏଥି ସହିତ, ମାର୍ଚ୍ଚ ୭ ତାରିଖରେ ଶୁକ୍ର କୁମ୍ଭ ରାଶିରେ ଚଳନ କରିବେ । କୁମ୍ଭ ରାଶିରେ ଶୁକ୍ର ଶନି ଏବଂ ସୂର୍ଯ୍ୟଙ୍କ ମିଳନ ହେବ । ମାର୍ଚ୍ଚ ୧୪ ତାରିଖରେ, ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବେ । ମାର୍ଚ୍ଚ ୧୫ ତାରିଖରେ ମଙ୍ଗଳ କୁମ୍ଭରେ ଚଳନ କରିବେ । ବର୍ତ୍ତମାନ ସେଠାରେ ଶୁକ୍ର ଏବଂ ଶନି ପୂର୍ବରୁ ଚଳନ କରିଛନ୍ତି । ଏହି ସମୟରେ ଗ୍ରହ ପ୍ରଭାବରୁ ୬ ଟି ରାଶିର ଲୋକଙ୍କୁ ବିଶେଷ ଲାଭ ମିଳିବ ବୋଲି ଜୋତିଷ କହିଛନ୍ତି ।

ବୃଷ
ଗ୍ରହ ପରିବର୍ତ୍ତନର ପ୍ରଭାବ ବିଶେଷ ଭାବରେ ବୃଷ ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିବ । ଏହି ସମୟ ମଧ୍ୟରେ ଆପଣଙ୍କ ଶକ୍ତି ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହିତ ହସ ଖୁସିରେ ସମୟ ଅତିବାହିତ କରିବେ । ଆପଣଙ୍କ ପରିବାରରେ ଶୁଭ କାର୍ଯ୍ୟ ହେବାର ଯୋଗ ରହିଛି । ବିଦ୍ୟାର୍ଥୀମାନେ ଶିକ୍ଷକଙ୍କ ସହଯୋଗରେ ଆଗକୁ ବଢିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ମିଳିବ । ନୂଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଅଫର ମିଳିପାରେ । ଆର୍ଥିକ ସ୍ଥିତି ଆପଣଙ୍କର କ୍ଷେତ୍ରରେ ସୁଦୃଢ ହେବ ।

କର୍କଟ
ଏହି ରାଶିର ଲୋକଙ୍କୁ ଶୁଭ ଫଳାଫଳ ମିଳିବ । ଉଚ୍ଚଶିକ୍ଷା କିମ୍ବା ଚାକିରି ପାଇଁ ବିଦେଶ ଯିବାର ସୁଯୋଗ ପାଇବେ । ଆର୍ଥିକ ସ୍ଥିତି ଭଲ ରହିବ । ମାର୍ଚ୍ଚ ମାସରେ ଆପଣ ଅଧିକ ଲାଭ ପାଇବେ । ପୁଞ୍ଜି ବିନିଯୋଗରେ ଆପଣଙ୍କୁ ବଡ଼ ଲାଭ ମିଳିପାରେ । ଅବିବାହିତ ବ୍ୟକ୍ତିଙ୍କ ବିବାହ ଯୋଗ ରହିଛି ।

ସିଂହ
ମାର୍ଚ୍ଚରେ ଗ୍ରହମାନଙ୍କର ଚଳନ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରିବାର ସୁଯୋଗ ରହିଛି । ଭାଗିଦାରୀ ବ୍ୟବସାୟରେ ଅଧିକ ଲାଭ ହେବ । ସାଥୀଙ୍କ ସହ ସମ୍ପର୍କ ମଜବୁତ ହେବ । ପ୍ରାପ୍ତ ବୟସ୍କଙ୍କ ପାଇଁ ବିବାହ ଯୋଗ ରହିଛି । ମାନସିକ ଶାନ୍ତି, ସୁଖ ଏବଂ ସକରାତ୍ମକ ଚିନ୍ତାଧାରା ଆପଣଙ୍କ ନିକଟରେ ବୃଦ୍ଧି ପାଇବ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟମଧରଣର ରହିବ । ଆର୍ଥିକ ସଙ୍କଟ ଦୂରେଇଯିବ ।

କନ୍ୟା
ଜୀବନରେ ଚାଲିଥିବା ସମସ୍ତ ବାଧା ବିଘ୍ନ ଦୂର ହେବ । ରୋଜଗାର ବଢିବ । ପରିବାର ସଦସ୍ୟଙ୍କ ଭଲପାଇବା ମିଳିବ । ଶୁକ୍ରଙ୍କ ପ୍ରଭାବ କାରଣରୁ ସମାଜ ସେବାରେ ମନ ଦେବେ । ସୂର୍ଯ୍ୟଙ୍କ ପ୍ରଭାବ କାରଣରୁ କ୍ୟାରିୟରରେ ଭଲ ଅଭିବୃଦ୍ଧି ହେବ । ଆୟ ବଢିବ ।

ବିଛା
ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ। ପୁଞ୍ଜି ନିବେଶରୁ ଭଲ ଲାଭ ପାଇବେ । ଜମି କିମ୍ବା ଯାନବାହନ କିଣିବାର ଇଚ୍ଛା ପୂରଣ ହେବ । କର୍ମକ୍ଷେତ୍ରରେ ଭଲ ଫଳ ମିଳିବ । ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ। ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

କୁମ୍ଭ
ଆପଣ ଧର୍ଯ୍ୟ ଓ ସାହସର ସହିତ ସବୁ ସମସ୍ୟାର ମୁକାବିଲା କରିବାରେ ସଫଳ ହେବେ । ବିଶେଷ କରି ବ୍ୟବସାୟୀମାନେ ଭଲ ଲାଭ ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ଶୁଭ ଫଳାଫଳ ମିଳିବ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Jupiter Transit Impact: ୧୨ ବର୍ଷ ପରେ ବୃଷ ରାଶିରେ ବୃହସ୍ପତି ଚଳନ, ୩ ରାଶିର ଭାଗ୍ୟ ହେବ ଉଜ୍ୱଳ