Budh Gochar 2024: ମେଷ ରାଶିରେ ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ, ଏହି ରାଶିକୁ ମିଳିବ ବିଶେଷ ଲାଭ
Advertisement

Budh Gochar 2024: ମେଷ ରାଶିରେ ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ, ଏହି ରାଶିକୁ ମିଳିବ ବିଶେଷ ଲାଭ

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ୨୬ ରେ ବୁଧ ମେଷ ରାଶିରେ ପ୍ରବେଶ କରିବେ, ଯେଉଁ କାରଣରୁ ବୁଧ ଏବଂ ବୃହସ୍ପତିଙ୍କ ମିଳନ ହେବାକୁ ଯାଉଛି । ଫଳରେ ସମସ୍ତ ଏହାର ପ୍ରଭାବ ସମସ୍ତ ୧୨ ଟି ରାଶିରେ ଦେଖିବାକୁ ମିଳିବ । କିଛି ରାଶିର ବ୍ୟକ୍ତିଙ୍କୁ ସକରାତ୍ମକ ଫଳ ମିଳିବା ସମୟରେ କିଛି ରାଶିର ବ୍ୟକ୍ତି ନକାରାତ୍ମକ ପ୍ରଭାବର ସମ୍ମୁଖୀନ ହେବେ ।

Budh Gochar 2024: ମେଷ ରାଶିରେ ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ, ଏହି ରାଶିକୁ ମିଳିବ ବିଶେଷ ଲାଭ

Budh Gochar 2024 in Mesh Rashi: ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କର ରାଶି ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି, ଯାହାକି ସମସ୍ତ ୧୨ ଟି ରାଶିର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରିଥାଏ । ଏହି ରାଶି ପରିବର୍ତ୍ତନ କାରଣରୁ ଗ୍ରହ ସଂଯୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଆଜି ଆପଣଙ୍କୁ ଜଣାଇବୁ ଯେ, ମାର୍ଚ୍ଚ ୨୬ ତାରିଖ ଦିନ ବୁଧ ଗ୍ରହ ମେଷ ରାଶିରେ ଚଳନ କରିବେ । ଏଥିସହ ଦେବଗୁରୁ ବୃହସ୍ପତି ଏହି ରାଶିରେ ପୂର୍ବରୁ ଉପସ୍ଥିତ ଅଛନ୍ତି । ଏଭଳି ପରିସ୍ଥିତିରେ ମେଷ ଏବଂ ବୃହସ୍ପତିଙ୍କ ମିଳନ ମେଷ ରାଶିରେ ଅନୁଷ୍ଠିତ ହେବ । ଏହି ସଂଯୋଗ ୧୫ ଦିନ ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ, ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡ଼ିବ । ବିଶେଷ କରି ୩ଟି ରାଶିର ବ୍ୟକ୍ତିଙ୍କୁ ଏହି ସଂଯୋଗ ଲାଭବାନ କରାଇବ । ଯାହାଦ୍ୱାରା ସେମାନେ ଧନ ଏବଂ ସମୃଦ୍ଧତା ହାସଲ କରିପାରିବେ ।

କର୍କଟ ରାଶି
କର୍କଟ ରାଶିର ବ୍ୟକ୍ତିବିଶେଷ ବୁଧ ଏବଂ ବୃହସ୍ପତିର ମିଳନରୁ ବିଶେଷ ଲାଭ ପାଇବେ । ବିଶେଷ କରି ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି । ଯେଉଁମାନେ ଚାକିରି ସନ୍ଧାନରେ ଅଛନ୍ତି ସେମାନଙ୍କ ଅପେକ୍ଷାର ଅନ୍ତ ହେବ । କର୍ମକ୍ଷେତ୍ରରେ ଆସୁଥିବା ସମସ୍ୟାର ସମାଧାନ ହେବ । ଭଲ ପ୍ରଦର୍ଶନ କରିବା କାରଣରୁ ସକରାତ୍ମକ ଫଳାଫଳ ପାଇବେ । ଆର୍ଥିକ କ୍ଷେତ୍ର ଆପଣଙ୍କର ସୁଦୃଢ ହେବ । ଚାକିରିରେ ପଦୋନ୍ନତି ମଧ୍ୟ ହୋଇପାରେ ।

ସିଂହ ରାଶି
ଆପଣଙ୍କୁ ବୁଧ ଏବଂ ବୃହସ୍ପତିର ମିଳନରୁ ଶୁଭଫଳ ମିଳିବ । ଏହି ଅବଧି ମଧ୍ୟରେ ଆପଣଙ୍କ ଭାଗ୍ୟ ସାଥ୍ ଦେବ । ଘରେ କୌଣସି ଶୁଭ କାର୍ଯ୍ୟ କରିପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ରହିବ । କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ବିଶେଷ କରି ଚାକିରିରେ ପଦୋନ୍ନତି ପାଇପାରନ୍ତି । ଏହି ସମୟ ମଧ୍ୟରେ ବିଦେଶ ଭ୍ରମଣ କରିବାର ସମ୍ଭାବନା ମଧ୍ୟ ରହିଛି । ଏହି ସମୟ ଆପଣଙ୍କ ସପକ୍ଷରେ ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଶୁଭ ସମୟ । ପରୀକ୍ଷାରେ ଭଲ ଫଳାଫଳ ମିଳିବ ।

ମକର ରାଶି
ବୁଧ ଏବଂ ବୃହସ୍ପତିଙ୍କ ମିଳନର ପ୍ରଭାବ ଆପଣଙ୍କୁ ଲାଭବାନ କରିବ । ଆପଣ ଜମି କିମ୍ବା ନୂଆ ଯାନବାହନ କିଣିପାରନ୍ତି । ଆର୍ଥିକ କ୍ଷେତ୍ରରେ ଲାଭର ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ । କର୍ମକ୍ଷେତ୍ରରେ ଆସୁଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ଲାଭ ପାଇବେ ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Also Read- ହୋଲିରେ ଉତ୍ପାତ ହେଲେ ବାନ୍ଧିବ ପୋଲିସ୍, ଜାଣନ୍ତୁ କ'ଣ କହିଲେ ଡିସିପି

Also Read- Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ