Krishna Janmashtami 2022: ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ; ଜାଣନ୍ତୁ କେମିତି କରିବେ ବାଳ ଗୋପାଳଙ୍କ ପୂଜା...
Advertisement
Article Detail0/zeeodisha/odisha1309091

Krishna Janmashtami 2022: ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ; ଜାଣନ୍ତୁ କେମିତି କରିବେ ବାଳ ଗୋପାଳଙ୍କ ପୂଜା...

Krishna Janmashtami 2022: ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । କୃଷ୍ଣ ଭକ୍ତିରେ ଭକ୍ତ ବିଭୋର । ମନ୍ଦିର ଓ ଘରେ ଭକ୍ତ ନନ୍ଦଲାଲାଙ୍କ ଉପାସନା କରୁଛନ୍ତି । ପୂଜା ପାଇଁ ସମସ୍ତେ ପିଠା, ମିଠା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । କୋଳାହଳ ଭିତରେ ଏଥର ଚାଲିଛି ପୂଜା । ପ୍ରତିବର୍ଷ ଅଗଷ୍ଟ ମାସରେ ୨ଦିନ ଧରି ଭାରତରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥାଏ । 

Krishna Janmashtami 2022: ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ; ଜାଣନ୍ତୁ କେମିତି କରିବେ ବାଳ ଗୋପାଳଙ୍କ ପୂଜା...

ନୂଆଦିଲ୍ଲୀ: Krishna Janmashtami 2022: ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଏଥିପାଇଁ ଧରାଧାମରେ ତାଙ୍କୁ ସ୍ୱାଗତ କରିବା ପାଇଁ ପୁରପଲ୍ଲୀ ବେଶ ଉତ୍ସବମୁଖର ହୋଇ ସାରିଲାଣି । ଭୁବନେଶ୍ୱରର ଇସ୍କନ ମନ୍ଦିର ହେଉ ଅବା ରାଜ୍ୟ ଅନ୍ୟ ଶ୍ରୀକୃଷ୍ଣଙ୍କ ମନ୍ଦିର, ଏପରିକି ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ପ୍ରସ୍ତୁତ ହୋଇ ସାରିଲାଣି । ରାତ୍ରୀ ୧୨ ଘଟିକା ସମୟରେ ଧରାଧାମରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ । ବିଭିନ୍ନ ପ୍ରକାର ପିଠାପଣା କରି ଏହି ବ୍ରତକୁ ପାଳନ କରିଥାନ୍ତି ବ୍ରତଧାରୀ । କୁହାଯାଏ ହିନ୍ଦୁ ସଂସ୍କୃତିରେ ଏହି ଜନ୍ମାଷ୍ଟମୀ ବ୍ରତକୁ ପାଳନ କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବିଶେଷକରି ନିଃସନ୍ତାନ ପିତାମାତାଙ୍କ ପାଇଁ ଜନ୍ମାଷ୍ଟମୀ ବ୍ରତ ଖୁବ ଫଳପ୍ରଦ ହୋଇଥାଏ । 

ଏଠାରେ କହି ରଖୁଛୁ ଯେ, ଚଳିତ ବର୍ଷ ଭଗବାନ କୃଷ୍ଣଙ୍କର ଏହା ହେଉଛି ୫୨୪୯ ତମ ଜନ୍ମଦିନ । ଶାସ୍ତ୍ର ଅନୁଯାୟୀ,  ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମୀ ତିଥିରେ ରାତିର ଅଷ୍ଟମୀ ମୁହୂର୍ତ୍ତରେ ହୋଇଥିଲା । ଅଷ୍ଟମୀ ତିଥିର ଉଦୟ ତିଥି ହେଉଛି ୧୯ ତାରିଖ । ତେଣୁ ଅଗଷ୍ଟ ୧୯ରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀ ପାଳନ କରାଯିବ । ଏହି ଜନାଷ୍ଟମୀ ଉପରେ ୮ ପ୍ରକାରର ଶୁଭ ଯୋଗ ମଧ୍ୟ ରହିଛି । ଏହି ୮ ଶୁଭ ଯୋଗ ହେଉଛି-ମହାଲକ୍ଷ୍ମୀ, ବୁଦ୍ଧାଦିତ୍ୟ, ଧ୍ରୁବ, ଛତ୍ର, କୁଲଦୀପକ, ଭାରତୀ, ହର୍ଷ ଏବଂ ସତକୀର୍ତ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପୌରାଣିକ ଗ୍ରନ୍ଥ ଅନୁଯାୟୀ ଭଗବାନ କୃଷ୍ଣ ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମାଷ୍ଟମୀରେ କାହ୍ନାଙ୍କ ରାତିରେ ପୂଜାପାଠର ଏକ ବିଶେଷ ନିୟମ ଅଛି । ଏଥର ଅଗଷ୍ଟ ୧୮ ରାତି ୧୨:୦୩ରୁ ୧୨:୪୭ ପର୍ଯ୍ୟନ୍ତ ନିଶିତ କାଳ ରହିଥିଲା । ଜନାଷ୍ଟମୀରେ ବାଲ ଗୋପାଳଙ୍କ ପୂଜା ପାଇଁ ୪୪ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ଅଛି । 

ଚନ୍ଦ୍ର ଦର୍ଶନ ପରେ କରନ୍ତୁ ବ୍ରତ ପାରାୟଣ: ଜନ୍ମାଷ୍ଟମୀ ବ୍ରତର ପାରାୟଣ ଚନ୍ଦ୍ର ଦର୍ଶନ ପରେ ହିଁ କରାଯାଇଥାଏ । ଫଳରେ ବ୍ରତ ପୂର୍ଣ୍ଣ ହୋଇଥିବା ଧରାଯାଏ । ଏଥର ଚନ୍ଦ୍ର ଦର୍ଶନ ରାତି ୧୧ଟା ୪୧ ମିନିଟରେ ହେବ । ୧୯ ଅଗଷ୍ଟରେ ଚନ୍ଦ୍ରଦୋୟ ରାତି ୧୨ଟା ୧୮ ମିନିଟରେ ହେବ । 

ମୂର୍ତ୍ତି ଚୟନ ସମୟରେ ଧ୍ୟାନ ଦିଅନ୍ତୁ: ଜନ୍ମାଷ୍ଟମୀରେ ବାଳକୃଷ୍ଣଙ୍କୁ ସ୍ଥାପନା କରାଯାଏ । ଆପଣ ନିଜର ମନୋସ୍କାମନା ଓ ଇଚ୍ଛା ଅନୁସାରେ କୃଷ୍ଣଙ୍କ ସ୍ୱରୂପ ସ୍ଥାପନ କରନ୍ତୁ । ପ୍ରେମ ଓ ଦାମ୍ପତ୍ୟ ଜୀବନ ପାଇଁ ରାଧା-କୃଷ୍ଣ, ସନ୍ତାନ ପ୍ରାପ୍ତି ପାଇଁ ବାଳକୃଷ୍ଣ ଓ ସମସ୍ତ ପ୍ରକାର ମନୋସ୍କାମନା ପୂର୍ଣ୍ଣ ପାଇଁ ବଂଶୀଧାରୀ ଶ୍ରୀକୃଷ୍ଣଙ୍କୁ ସ୍ଥାପନା କରନ୍ତୁ । ଏହି ଦିନ ଶଙ୍ଖ ଓ ଶାଳଗ୍ରାମର ସ୍ଥାପନା କରିପାରିବେ । 

ଶ୍ରୀକୃଷ୍ଣଙ୍କ ଶୃଙ୍ଗାର: ଶ୍ରୀକୃଷ୍ଣଙ୍କ ଶୃଙ୍ଗାର ସମୟରେ ଅଧିକ ଫୁଲ ବ୍ୟବହାର କରନ୍ତୁ । ସୁଗନ୍ଦିତ ଚନ୍ଦନ ଓ ହଳଦିଆ ରଙ୍ଗ ବସ୍ତ୍ର ପିନ୍ଧାନ୍ତୁ । ଧ୍ୟାନ ରଖନ୍ତୁ ଯେ, ପୂଜାରେ କଳା ରଙ୍ଗର କୌଣସି ସାମଗ୍ରୀ ଯେମିତି ବ୍ୟବହାର ନହୁଏ । ମୟୂର ପୁଚ୍ଛରେ ମଧ୍ୟ ବାଳ ଗୋପାଳଙ୍କୁ ସଜେଇ ପାରିବେ । ବୈଜୟନ୍ତୀ ଫୁଲରେ ଶ୍ରୀକୃଷ୍ଣଙ୍କୁ ଉପାସନା କରିବା ସର୍ବୋକୃଷ୍ଟ । 

ଥାଳିରେ ରଖନ୍ତୁ ପ୍ରସାଦ: ଜନ୍ମାଷ୍ଟମୀରେ ପଞ୍ଚାମୃତ ଅର୍ପଣ କରନ୍ତୁ । ସେଥିରେ ତୁଳସୀ ପକାନ୍ତୁ । ମେବା, ଲହୁଣୀ ଓ ମିଶ୍ରି ଭୋଗ କରନ୍ତୁ । ସମ୍ପୂର୍ଣ୍ଣ ସାତ୍ତ୍ୱିକ ବ୍ୟଞ୍ଜନ ଭୋଗ କରନ୍ତୁ । ନିଜେ ମଧ୍ୟ ଖାଆନ୍ତୁ । 

ଏହା ବି ପଢ଼ନ୍ତୁ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଆଶ୍ୱସ୍ତ; ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ କେତେ ହଜାର ପଦ ଭରିବେ ସରକାର

ଏହା ବି ପଢ଼ନ୍ତୁ:-ବାବା ଭେଙ୍ଗା ଭାରତକୁ ନେଇ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୨ରେ ଆସୁଛି ବଡ଼ ସଙ୍କଟ!

ଏହା ବି ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର! ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ହେଲା ବୃଦ୍ଧି, ସରକାର କଲେ ଘୋଷଣା

ଆରମ୍ଭ କରନ୍ତୁ ପୂଜା:

ଚୌକିରେ ନାଲି ରଙ୍ଗର ବସ୍ତ୍ର ବିଛାନ୍ତୁ ।

ଲଡ୍ଡୁ ଗୋପାଳଙ୍କୁ ପଞ୍ଚାମୃତ ଓ ଗଙ୍ଗା ଜଳରେ ସ୍ନାନ କରାନ୍ତୁ । 

ଭଗବାନଙ୍କୁ ନୂତନ ବସ୍ତ୍ର ପିନ୍ଧାନ୍ତୁ ।

ତିଳକ ଲାଗି କରନ୍ତୁ ।

ତୁଳସୀ ଓ ଗଙ୍ଗା ଜଳ ଅର୍ପଣ କରନ୍ତୁ ।

ହାତ ଯୋଡ଼ି ଆରାଧ୍ୟ ଦେବଙ୍କୁ ପ୍ରାର୍ଥନା କରନ୍ତୁ ।