ଘଞ୍ଚ ଜଙ୍ଗଲରେ ୩ ହଜାର ଫୁଟ ଉଚ୍ଚରେ ବିରାଜମାନ ଗଣପତି ମହାରାଜ, ଭିଡିଓ ଭାଇରାଲ
Advertisement
trendingNow11876285

ଘଞ୍ଚ ଜଙ୍ଗଲରେ ୩ ହଜାର ଫୁଟ ଉଚ୍ଚରେ ବିରାଜମାନ ଗଣପତି ମହାରାଜ, ଭିଡିଓ ଭାଇରାଲ

Ganesh Chaturthi 2023: ଭଗବାନ ଶ୍ରୀ ଗଣେଶଙ୍କ ଏହି ମନ୍ଦିରଟି ଖୁବ ପ୍ରସିଦ୍ଧ । ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ଉଚ୍ଚ ପାହାଡ ଉପରେ ରହିଛି ଏହି ମନ୍ଦିର । ଏଠାକୁ ପ୍ରାୟ ବର୍ଷ ସାରା ଭକ୍ତଙ୍କ ଭିଡ ଲାଗିଥାଏ ।

ଘଞ୍ଚ ଜଙ୍ଗଲରେ ୩ ହଜାର ଫୁଟ ଉଚ୍ଚରେ ବିରାଜମାନ ଗଣପତି ମହାରାଜ, ଭିଡିଓ ଭାଇରାଲ

Ganesh Chaturthi 2023: ଆମ ଦେଶରେ ଏପରି ଅନେକ ମନ୍ଦିର ଅଛି ଯାହା ବିଭିନ୍ନ କାରଣରୁ ପ୍ରସିଦ୍ଧି ଲାଭ କରିଛି । ମନ୍ଦିରର ରହସ୍ୟ ଅନେକ ଭକ୍ତଙ୍କୁ ଦୂର ଦୂରାନ୍ତରୁ ଟାଣି ଆଣିଥାଏ ଉକ୍ତ ସ୍ଥାନକୁ । ଠିକ ସେମିତି ଏକ ବିଶ୍ୱାସର ସ୍ଥାନ ହେଉଛି ପ୍ରଭୁ ଶ୍ରୀ ଗଣେଶଙ୍କ ଏକ ମନ୍ଦିର (Temple) । ଯାହା ଏକ ଘଞ୍ଚ ଜଙ୍ଗଲର ପାହାଡ (Densely forested hills) ଉପରେ ରହିଛି । ଗୌରୀ ଗଣେଶ ମହାରାଜଙ୍କ ଏହି ମନ୍ଦିରର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଛି ଯେ, ଉକ୍ତ ମନ୍ଦିରଟି କେଉଁ ସ୍ଥାନରେ ଅବସ୍ଥିତ । ଆଜି ଆମେ ଆପଣଙ୍କୁ ସେହି ରହସ୍ୟ ବିଷୟରେ କହିବାକୁ ଯାଉଛୁ ।

ଘଞ୍ଚ ଜଙ୍ଗଲ ତଥା ପାହାଡିଆ ସ୍ଥାନରେ ଥିବା ମନ୍ଦିରର ଭିଡିଓ indian.travellers ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଯେଉଁଥିରେ ଲୋକମାନେ ବିଭିନ୍ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ଉକ୍ତ ସ୍ଥାନରେ ପ୍ରଭୁ ଗଜାନନଙ୍କ ଅଲୌକିକ ଶକ୍ତିକୁ ଅନୁଭବ କରୁଛନ୍ତି । ଭାରତରେ ଅନେକ ମନ୍ଦିର ଥିଲେ ମଧ୍ୟ ଛତିଶଗଡର ହୋଲକାଲ ପାହାଡ ଉପରେ ଥିବାତ ଏହି ମନ୍ଦିର ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି କୁହାଯାଏ । ପ୍ରାୟ ବର୍ଷସାରା ଏହି ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ସୂଚନା ମିଳିଛି ଯେ, ଏହି ମନ୍ଦିରଟି ପ୍ରାୟ ୧ ହଜାର ବର୍ଷର ପୁରୁଣା । ଏଠାରେ ଥିବା ଗଣେଶଙ୍କ ପ୍ରତିମା ସମୁଦ୍ର ପତ୍ତନଠାରୁ ପ୍ରାୟ ୩ ହଜାର ଫୁଟ ଉଚ୍ଚରେ ରହିଛି ।

ଏହି ସ୍ଥାନର ଏକ ବିଶେଷ କଥା ଏହା ଯେ, ଏଠାରେ ଉପସ୍ଥିତ ଭଗବାନ ଗଣେଶଙ୍କ ପ୍ରତିମା ଏକ ଭିନ୍ନ ଆକାରରେ ଅବସ୍ଥାପିତ ହୋଇଛି । ଏହି କାରଣରୁ ଉକ୍ତ ସ୍ଥାନର ନାମକରଣ କରାଯାଇଛି । ପାହାଡରେ ଥିବା ଗଣେଶଙ୍କ ମୂର୍ତ୍ତିରେ ଭଗବାନ ଗଣେଶ ତାଙ୍କ ଡାହାଣ ହାତରେ କୁରାଢୀ ଏବଂ ବାମ ହାତରେ ଭଙ୍ଗା ଦାନ୍ତ ଧରିଛନ୍ତି । ୫ ଦିନ ପୂର୍ବରୁ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓଟିକୁ ପାଖାପାଖି ୩୦ ହଜାର ପାଖାପାଖି ଲୋକ ଦେଖିଛନ୍ତି । ଏହି ଭିଡିଓଟି ପ୍ରଭୁ ଗଣେଶଙ୍କ ଭକ୍ତଙ୍କୁ ଖୁବ ଭାବପ୍ରବଣ କରୁଥିବା ଜଣାପଡିଛି

ଭିଡିଓଟି ସୋସିଆଲ ମିଡିଆରେ ସେୟାର କରାଯାଇଥିବା ସମୟରେ କ୍ୟାପସନରେ ଏହା ଲେଖାଯାଇଛି ଯେ, 'ଭଗବାନ ଗଣେଶଙ୍କର ଏହି ଅନନ୍ୟ ପ୍ରତିମା ଛତିଶଗଡର ଦାନ୍ତେୱାଡା ନିକଟରେ ପ୍ରାୟ ୩ ହଜାର ଫୁଟ ଉଚ୍ଚ (3 thousand feet high)ରେ ଢୋଲକାଲ ପର୍ବତରେ ଅବସ୍ଥିତ । ସୂଚନା ମୁତାବକ ଏକାଦଶ ଶତାବ୍ଦୀରେ ଏହି ପ୍ରତିମୂର୍ତ୍ତି ଖୋଦିତ ହୋଇ ଏଠାରେ ସ୍ଥାପନା କରାଯାଇଥିଲା । ସେତେବେଳେ ଏହାକୁ ନିୟମିତ ପୂଜା କରାଯାଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହା ନିକଟରେ ଜଙ୍ଗଲ ହୋଇଯିବା କାରଣରୁ ଅନେକ ବର୍ଷ ପର୍ଯ୍ୟନ୍ତ ଲୁଚି ରହିଥିଲା । ପରେ ୧୯୪୩ ମସିହାରେ ଏହାକୁ ପୁନର୍ବାର ଆବିଷ୍କାର (Rediscovery) କରାଯାଇଥିଲା । ଏହି ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୫ଶହ କିଲୋଗ୍ରାମରୁ ଅଧିକ ଏବଂ ଉଚ୍ଚତା ୩ ଫୁଟ ବୋଲି ସୂଚନା ମିଳିଛି । ଗ୍ରାନାଇଟରେ ନିର୍ମିତ ଏହି ଗଣେଶଙ୍କ ମୂର୍ତ୍ତିକୁ ଦର୍ଶନ କରିବା ପାଇଁ ସ୍ଥାନୀୟ ଅଞ୍ଚଳ ସମେତ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ।

Also Read- ବିଶ୍ୱକର୍ମା ଜୟନ୍ତୀ ଅବସରରେ 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Also Read- Crime News: ଘରୁ ବାସ୍ତୁ ଦୋଷ ଦୂରେଇଦେବାର ପ୍ରତିଶ୍ରୁତି ଦେଇ ସାଙ୍ଗର ସ୍ତ୍ରୀକୁ ୫ ବର୍ଷ ଧରି ଦୁଷ୍କର୍ମ

Also Read- Blue Eyes: ପିଲାର ନୀଳ ଆଖି ଦେଖି ଖୁସି ହେଉଥିଲେ ବାପା ମାଆ, ସତ ଜାଣିବା ପରେ ହେଲେ ଆଶ୍ଚର୍ଯ୍ୟ

Trending news