Parliament Attack:ସଂସଦ କାଣ୍ଡ ଷଡଯନ୍ତ୍ରର ବ୍ଲୁପ୍ରିଣ୍ଟ୍ କିଏ ଓ କେମିତି ତିଆରି କରିଥିଲା ?
Advertisement
Article Detail0/zeeodisha/odisha2011058

Parliament Attack:ସଂସଦ କାଣ୍ଡ ଷଡଯନ୍ତ୍ରର ବ୍ଲୁପ୍ରିଣ୍ଟ୍ କିଏ ଓ କେମିତି ତିଆରି କରିଥିଲା ?

ବୁଧବାର ଲୋକସଭା ମଧ୍ୟକୁ ଲମ୍ଫ ପ୍ରଦାନ କରି ଦୁଇ ଜଣ ବ୍ୟକ୍ତି ଯାହା କିଛି କଲେ ତାହା ପୁରା ଦୁନିଆର ଦୃଷ୍ଟି ଆକର୍ଷଣ କରିଛି । ସଂସଦ ଉପରେ ଆକ୍ରମଣର ୨୨ ବର୍ଷ ପୁର୍ତ୍ତିଦିନ ଏହି କାଣ୍ଡ ହୋଇଥିଲା । ଯାହା ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ପଦାରେ ପକାଇଛି । କୁହାଯାଏ ଯେ, ଭାରତର ସଂସଦ ଭାରତର ସବୁଠାରୁ ସୁରକ୍ଷିତ ଅଂଚଳ । ସୁରକ୍ଷାର

SOCIAL MEDIA

Parliament Attack:

ବୁଧବାର ଲୋକସଭା ମଧ୍ୟକୁ ଲମ୍ଫ ପ୍ରଦାନ କରି ଦୁଇ ଜଣ ବ୍ୟକ୍ତି ଯାହା କିଛି କଲେ ତାହା ପୁରା ଦୁନିଆର ଦୃଷ୍ଟି ଆକର୍ଷଣ କରିଛି । ସଂସଦ ଉପରେ ଆକ୍ରମଣର ୨୨ ବର୍ଷ ପୁର୍ତ୍ତିଦିନ ଏହି କାଣ୍ଡ ହୋଇଥିଲା । ଯାହା ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ପଦାରେ ପକାଇଛି । କୁହାଯାଏ ଯେ, ଭାରତର ସଂସଦ ଭାରତର ସବୁଠାରୁ ସୁରକ୍ଷିତ ଅଂଚଳ । ସୁରକ୍ଷାର ଏହି ଅଭେଦ୍ୟ ଦୁର୍ଗକୁ ଭେଦ କରିବା କିଛି ସହଜ ଓ ଛୋଟ କଥା ନୁହେଁ । କିନ୍ତୁ ଯେଉଁଭଳି ଭାବେ ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରିରୁ ଗୃହମଧ୍ୟକୁ ପ୍ରବେଶ କଲେ ତାହା ଦେଖି ଲାଗୁଥିଲା ସଂସଦର ସୁରକ୍ଷା ଭେଦ କରିବା ପିଲାଖେଳ । ଏମିତିରେ ପ୍ରଶ୍ନ ଉଠିପାରେ ଏଥିପାଇଁ କିଏ ଷଡ଼ଯନତ୍ର୍ କରିଥିଲା ? ଏହି ଷଡ଼ଯନ୍ତ୍ର କେତେ ଦିନ ଧରି ଚାଲିଥିଲା । ଆସନ୍ତୁ ଜାଣିବା ଷଡ଼ଯନ୍ତ୍ର କେମିତି ହୋଇଥିଲା ଓ କିଏ କରିଥିଲା ।

ବର୍ଷେ ହେଲା ଚାଲୁଥିଲା ପ୍ଲାନିଂ

  ଷଡ଼ଯନ୍ତ୍ରର ଏହି କାହାଣୀ  ଦିନେ, ମାସେ କିମ୍ବା ଦୁଇ ମାସର ନୁହେଁ ବରଂ ପ୍ରାୟ ୧ ବର୍ଷ ଧରି ଲେଖାଚାଲିଥିଲା । ତଦନ୍ତ ପରେ ଷଡ଼ଯନ୍ତ୍ରର  ମାଷ୍ଟର ମାଇଣ୍ଡ୍ କିଏ ଜଣା ପଡ଼ିଛି । ମାଷ୍ଚରମାଇଣ୍ଡର ନାଁ ହେଉଛି  ଲଳିତ ଝା । ବିହାରର ଲଳିତ ଝା’ ନିଜ ସହିତ ଆଉ ୪ ଜଣଙ୍କୁ ମିଶାଇ ଭାରତକୁ ଚମକାଇ ଦେବା ଭଳି ଷଡ଼ଯନ୍ତ୍ର କରିଥିଲା । ଲଳିତ ଘଟଣା ଦିନ ଇଂଷ୍ଟାଗ୍ରାମରେ ଯାହା ପୋଷ୍ଟ କରିଥିଲା ସେଥିରୁ ଜଣା ପଡୁଛି ତା’ର ଉଦ୍ଦେଶ୍ୟ କ’ଣ ଥିଲା  । ଲଳିତ ତା’ର ଇନଷ୍ଟା ପୋଷ୍ଟରେ ଲେଖିଥିଲା ‘ହ୍ୱାଟ୍ ଇଣ୍ଡିଆ ନିଡ୍ ଇଜ୍ ଏ ବମ୍ ’

ଲଲିତ ଓ ତା’ର ଗ୍ୟାଙ୍ଗ

ଲୋକସଭା ଭିତରେ ଓ ବାହାରେ ହଙ୍ଗାମା କରିଥିବା  ୪ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି ।  ଏମାନଙ୍କ ମଧ୍ୟରୁ ଜଣେ ପୂର୍ବରୁ ମୌସୁମୀ ଅଧିବେଶନରେ ଏଭଳି ଚେଷ୍ଟା କରିଥିଲା ଏବଂ ଦ୍ୱିତୀୟ ଥର ୧୮ ସେପ୍ଟେମ୍ବରରେ ।  ଦୁଇଜଣଙ୍କର ସମ୍ବଦ୍ଧ ଭଗତ ସିଂ ଫ୍ୟାନ୍ କ୍ଲବ୍ ସହିତ ରହିଛି ।  କର୍ଣ୍ଣାଟକର ୩୪ ବର୍ଷୀୟ ମନୋରଞ୍ଜନ ଡି ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଏକ ଭିଜିଟର ପାସ ଦ୍ୱାରା ଲୋକସଭାକୁ ପ୍ରବେଶ କରିଥିଲା ।  ୩୭ ବର୍ଷୀୟ ନୀଲମ କୌର ଓରଫ୍ ନୀଲମ ଆଜାଦ ୨୦୨୦ ମସିହାରେ ମୋଦି ସରକାରଙ୍କ  କୃଷି ଆଇନ ବିରୋଧ ପ୍ରଦର୍ଶନରେ ଖୁବ୍ ସକ୍ରିୟ ଥିଲା ।  ଏହି ସମସ୍ତଙ୍କ ହ୍ୟାଣ୍ଡଲର ହେଉଛି ଲଳିତ ଝା ।  ଇଂଷ୍ଟାଗ୍ରାମ ପ୍ରୋଫାଇଲରେ ନିଜର ଟିଚର ଦର୍ଶାଇଥିବା ଲଳିତ ହେଉଛି ହ୍ୟାଣ୍ଡଲର ମାନଙ୍କ ମଧ୍ୟରୁ ଜଣେ ।

ଷଡ଼ଯନ୍ତ୍ରର ବ୍ଲୁ ପ୍ରିଣ୍ଟ୍ ?

ଏହି ସମସ୍ତ ଅଭିଯୁକ୍ତ ଫେସବୁକରେ ‘ଭଗତ ସିଂ ଫ୍ୟାନ୍ କ୍ଲବ୍ ’ ଦ୍ୱାରା ପରସ୍ପର ସହ ଜଡ଼ିତ ।  ପ୍ରାୟ ବର୍ଷେ ଧରି ଏମାନେ ଫୋନ୍ ମାଧ୍ୟମରେ ପରସ୍ପରକୁ ଯୋଗଯୋଗ କରି ଆସୁଥିଲେ ।  କିଛି ମାସ ପୂର୍ବରୁ ଏମାନେ ମହୀଶୁରରେ ଏକାଠି ହୋଇଥିଲେ ।  ଏମାନଙ୍କ ମଧ୍ୟରୁ ଜଣେ ବଜେଟ୍ ସେଶନରେ ସୁରକ୍ଷା ବ୍ୟବସ୍ଥା କେମିତି କାମ କରୁଛି ତାକୁ ନୀରିକ୍ଷଣ କରିଥିଲା । ସେଥିରୁ ସେ ଜାଣିବାକୁ ପାଇଥିଲା ଯେ ସୁରକ୍ଷାକର୍ମୀଙ୍କୁ ଯାଞ୍ଚ୍ କରାଯାଏ ନାହିଁ । ବାସ୍ ଏଇଠୁ ଆରମ୍ଭ ହୋଇଥିଲା ପୂରା ଷଡ଼ଯନ୍ତ୍ର । ଆଉ ଶେଷରେ ପରିଣାମ କ’ଣ ହେଲା ସେ ସବୁ ଆପଣଙ୍କ ସାମ୍ନାରେ ।

ଗୁରୁଗ୍ରାମରେ ଏକାଠି ହୋଇଥିଲା ମଣ୍ଡଳି

ପ୍ଲାନିଂ ସରିବା ପରେ ସମସ୍ତେ ଭିକି ଘରେ ଏକାଠି ହୋଇଥିଲେ । ଡିସେମ୍ବର ୧୦ ତାରିଖ ଦିନ ସାଗର ଉତ୍ତରପ୍ରଦେଶରୁ,ନିଲମ ହିସାରରୁ ଓ ଅମୋଲ ମହାରାଷ୍ଟ୍ରରୁ ଆସି ଗୁରୁଗ୍ରାମରେ ଭିକ୍କି ଘରେ ଏକାଠି ହୋଇଥିଲେ । ଲଲିତ ସୋମବାର ଦିନ ଦିଲ୍ଲୀରେ ପହଂଚିଥିଲା । ସମସ୍ତେ ଦିଲ୍ଲୀର ଏକ ମେଟ୍ରୋ ଷ୍ଟେଶନରେ ଏକାଠି ହୋଇଥିଲେ । ସେଠାରୁ ବିକ୍ରିମ ଓରଫ ଭିକି ଘରକୁ ଯାଇଥିଲେ । ଏହାପରେ ପ୍ଲାନ ମୁତାବକ ଦୁଇ ଜଣ ସଂସଦ ଭିତକୁ ଓ ଦୁଇ ଜଣ ବାହାରେ ହଙ୍ଗମା କରିଥିଲେ । ସଂସଦରେ ହଙ୍ଗାମା ହେବା ପରେ ଲଲିତ ଶେଷ ଇନଷ୍ଟା ପୋଷ୍ଟ କରିଥିଲା । ସଂସଦ ବାହାରେ ନିଲମର ଭିଡିଓକୁ ଲଲିତ୍ ଇନଷ୍ଟାରେ ପୋଷ୍ଟ କରି ଲେଖିଥିଲା.. ଭାରତ ଯାହା ଆବଶ୍ୟକ କରେ ତାହା ହେଉଛି ଗୋଟିଏ ବୋମା ।