Weather Update: ଆଜି ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ,ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2353446

Weather Update: ଆଜି ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ,ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାକୁ ନଜରରେ ରଖି ୨୬ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । 

Weather Update: ଆଜି ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ,ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାକୁ ନଜରରେ ରଖି ୨୬ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡି଼କ ହେଲା ବୌଦ୍ଧ, ବରଗଡ଼଼, ସମ୍ବଲପୁର, ଦେବଗଡ଼଼,ବଲାଙ୍ଗିର, କନ୍ଧମାଳ, ସୋନପୁର,  ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ କରାଇଛ ପାଣିପାଗ ବିଭାଗ । ଏବଂ ବରଗଡ଼, ସମ୍ବଲପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ଏହି ଜିଲ୍ଲା ଗୁଡିକରେ ୧୨ ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ALSO READ: Today Horoscope: ଆଜି ଏହି ରାଶିମାନଙ୍କୁ ମିଳିବ ଖୁସି ଖବର ସହ ବ୍ୟବସାୟରେ ଲାଭ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

 

ସେହିପରି, ଆସନ୍ତାକାଲି ମଧ୍ୟ ୭ ଜିଲ୍ଲାକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ୨୮ ତାରିଖରେ ୫ଟି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି। ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ସାରା ରାଜ୍ୟରେ ସକ୍ରିୟ ଥିବାରୁ ପ୍ରାୟ ସବୁ ଅଞ୍ଚଳରେ ବର୍ଷା ଲାଗି ରହିଛି।  ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ  ଓଡି଼ଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡି଼ଶା ସହ ଦକ୍ଷିଣ ଓଡି଼ଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି।  ୩୦ ଓ ୩୧ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ଫଳରେ ଉତ୍ତର ଓ ମଧ୍ୟ ଓଡି଼ଶା ସମେତ ଅନେକ ସ୍ଥାନରେ ଭଲ ବର୍ଷା ହେବ।