Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ଦୁଇ ଦିନ ପରେ ରାଜ୍ୟରେ ଶୀତ କମିପାରେ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଯିବ ବୋଲି ପାଣିପାଗ ବିଭାଗ(Bhubaneswar Meteorological Centre) ପୂର୍ବାନୁମାନ କରିଛି।
Trending Photos
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ଦୁଇ ଦିନ ପରେ ରାଜ୍ୟରେ ଶୀତ କମିପାରେ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଯିବ ବୋଲି ପାଣିପାଗ ବିଭାଗ(Bhubaneswar Meteorological Centre) ପୂର୍ବାନୁମାନ କରିଛି। ଶୁକ୍ରବାର ଅନୁଗୁଳ ଓ ସୁନ୍ଦରଗଡର କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି। କିରେଇରେ ରାତି ତାପମାତ୍ରା ସବୁଠୁ କମ୍ ୬.୭ ଡିଗ୍ରୀ ଅନୁଭୂତ ହୋଇଛି। ସୁନ୍ଦରଗଡରେ ୭.୪,ରାଉରକେଲାରେ ୮.୯, ଅନୁଗୋଳରେ ୯, ଝାରସୁଗୁଡାରେ ୯.୪, କେନ୍ଦୁଝରରେ ୧୦ ଓ କୋରାପୁଟରେ ରାତି ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି #ଅନୁଗୁଳ ଏବଂ #ସୁନ୍ଦରଗଡ ରେ ଗୋଟିଏ ଦୁଇଟି ସ୍ଥାନରେ #ଶୀତଲହରୀ ଅନୁଭୂତ ହୋଇଛି
ପ୍ରମୁଖ #ରାତ୍ରି #ତାପମାତ୍ରା
କିରେଇ: ୬.୭ଡ଼ିଗ୍ରୀ
ସୁନ୍ଦରଗଡ: ୭.୪ଡ଼ିଗ୍ରୀ
ରାଉରକେଲା: ୮.୯ଡ଼ିଗ୍ରୀ
ଅନୁଗୁଳ: ୯ଡ଼ିଗ୍ରୀ
ଝାରସୁଗୁଡା: ୯.୪ଡ଼ିଗ୍ରୀ
କେନ୍ଦୁଝର: ୧୦ଡ଼ିଗ୍ରୀ
କୋରାପୁଟ : ୧୦ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) January 27, 2024
ALSO READ : Today Horoscope:ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ...
ଆସନ୍ତା ୧ ଓ ୨ ତାରିଖରେ ରାଜ୍ୟରେ ପୁଣି ବର୍ଷା(rain) ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧ ତାରିଖରେ ବାଲେଶ୍ବର, ସୁନ୍ଦରଗଡ, ମୟୁରଭଂଜରେ ସ୍ବଳ୍ପ ବର୍ଷା ହୋଇପାରେ। ସେହିପରି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ମୟୂରଭଂଜର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ଆଗାମୀ ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି । ଏହି ସବୁ ଅଞ୍ଚଳରେ ଆଜି ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବା ସମ୍ଭାବନା ରହିଛି ।