Weather Update: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କମିଛି । ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ସୂଚନା ଦେଇଛି। ଉତ୍ତର ଆଣ୍ତାମାନ ସାଗର ଉପରେ ୨୨ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।
Trending Photos
Weather Update: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କମିଛି । ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ସୂଚନା ଦେଇଛି। ଉତ୍ତର ଆଣ୍ତାମାନ ସାଗର ଉପରେ ୨୨ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଆସନ୍ତା ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ୨୪ ତାରିଖରେ ଉତ୍ତର ଓଡି଼ଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
Rainfall (in mm) recorded at 17:30Hrs IST of dated- 20th September 2024. pic.twitter.com/DksmRvc6zZ
— Meteorological Centre, Bhubaneswar (@mcbbsr) September 20, 2024
ALSO READ: Guru Shani Yuti 2024: ବୃହସ୍ପତି-ଶନି ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବରରୁ ଆରମ୍ଭ ହେବ ଶୁଭ ସମୟ!
ଭାରତୀୟ ପାଣିପାଗ ବିଭାଗ ଏଭଳି ଭାବରେ ପୂର୍ବାନୁମାନ କରିଛି। ୨୩ ତାରିଖରେ, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ତି, ରାୟଗଡା, କୋରାପୁଟ୍, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଘଡ଼ଘଡି଼ ସହ ପ୍ରବଳ ବର୍ଷା ହୋଇପାରେ। ୨୪ ତାରିଖରେ ମାଲକାନଗିରି, କୋରାପୁଟ୍, ବାଲେଶ୍ବର, ଭଦ୍ରକ,କେନ୍ଦୁଝର, ମୟୂରଭଂଜ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର,ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୪୨.୨ ମିମି ବର୍ଷା ରେକର୍ଡ଼଼ ହୋଇଛି। ଏବଂ ଦାରିଙ୍ଗିବାଡିରେ ୩୨ ମିମି ବର୍ଷା ରେକର୍ଡ଼ ହୋଇଛି।