Weather Update: ଆଜି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2335069

Weather Update: ଆଜି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୧୭ ତାରିଖ ଯାଏଁ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ଆସନ୍ତା ୨ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

Weather Update: ଆଜି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭଲ ବର୍ଷା ରେକର୍ଡ଼ ହୋଇଛି। ଗଂଜାମ ଜିଲ୍ଲା ବେଲଗୁଣ୍ତା ସର୍ବାଧିକ ୮୩.୨ ମିମି ବର୍ଷା ରେକର୍ଡ଼ ହୋଇଛି।  ଆସନ୍ତା ୧୭ ତାରିଖ ଯାଏଁ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବଂ ଆସନ୍ତା ୨ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ,  ଏକ ଘୂର୍ଣ୍ଣିବଳୟ ଝାଡ଼ଖଣ୍ତ ତଥା ପାଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୩.୧ କିମି ଉପରେ ସକ୍ରିୟ ରହିଛି। ସେହିପରି, ଆଉ ଏକ ଘୂର୍ଣ୍ଣିବଳୟ  ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ତଥା ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ  ସମୁଦ୍ର ପତ୍ତନ ଠାରୁ ୫.୮ କିମି ଉପର ଯାଏଁ ସକ୍ରିୟ ରହିଛି।  ଏହାସହ ମୌମୁମୀ ଜନିତ ନିମ୍ନରେଖା ଚାପରେଖା ଗଙ୍ଗନଗରରୁ  ବାହାରି  ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ସମୁଦ୍ରପତ୍ତନ ଠାରୁ ୦.୯ କିମି ଉପରେ ଲମ୍ବିଛି।  ଏହି ପାଣିପାଗ ନିୟାମକ ଗୁଡିକର ପ୍ରଭାବରେ ରାଜ୍ୟରେ ଶନିବାର ବର୍ଷା ଲାଗି ରହିଛି। ଆଜି ଓ ଆସନ୍ତାକାଲି ମଧ୍ୟ ରାଜ୍ୟରେ ଭାରି ବର୍ଷା ହେବ।

ଆଜି ବିଶେଷକରି, ରାୟଗଡା, କନ୍ଧମାଳ, କୋରାପୁଟ୍ ଓ ମାଲକାନଗିରି ଆଦି ଦକ୍ଷିଣ ଓଡି଼ଶାର ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ସୁନ୍ଦରଗଡ, ଝାରସୁଗୁଡା,ଅନୁଗୁଳ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର, ଗଜପତି ,ଗଂଜାମ୍, ନୟାଗଡ, ଖୋର୍ଦ୍ଧା, କଳାହାଣ୍ତି, ନବରଙ୍ଗପୁର,ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଜୁନ୍ ରୁ ଏ-ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ବର୍ଷା ପ୍ରାୟ ୨୫୦ ମିମି ହେବା କଥା କିନ୍ତୁ ଏହା ସ୍ବାଭାବିକ ଠାରୁ ୨୭% ଅଭାବି ରହିଛି। ୧୭ ଜିଲ୍ଲାରେ ଅଭାବି ବର୍ଷା ସ୍ଥିତି ରେକର୍ଡ଼ ହୋଇଥିବା ବେଳେ ୧୩ ଜିଲ୍ଲାରେ ସ୍ଥିତି ସାମାନ୍ୟ ସ୍ବାଭାବିକ୍ ରହିଛି।