Weather Update: ଜାଡ଼ରେ ଥରୁଛି ସାରା ଓଡିଶା, ଘନ କୁହୁଡି଼ ନେଇ ଏହିସହୁ ଜିଲ୍ଲାକୁ ସତର୍କତା ଜାରି
Advertisement
Article Detail0/zeeodisha/odisha2555958

Weather Update: ଜାଡ଼ରେ ଥରୁଛି ସାରା ଓଡିଶା, ଘନ କୁହୁଡି଼ ନେଇ ଏହିସହୁ ଜିଲ୍ଲାକୁ ସତର୍କତା ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ।  ଗତ ଦୁଇ ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଟିକେ ଅଧିକ ଦେଖିବାକୁ ମିଳୁଛି। ୧୩ଟି ସହରର ରାତିର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। 

Weather Update: ଜାଡ଼ରେ ଥରୁଛି ସାରା ଓଡିଶା, ଘନ କୁହୁଡି଼ ନେଇ ଏହିସହୁ ଜିଲ୍ଲାକୁ ସତର୍କତା ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ।  ଗତ ଦୁଇ ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଟିକେ ଅଧିକ ଦେଖିବାକୁ ମିଳୁଛି। ୧୩ଟି ସହରର ରାତିର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ରାଜ୍ୟରେ ପାରଦ ପୁଣି ତଳମୁହାଁ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨ ଦିନ ମଧ୍ୟରେ କେତେକ ଜିଲ୍ଲାରେ ଘନ କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ଜଗତସିଂହପୁର, ସମ୍ବଲପୁର,  ବରଗଡ଼, ଝାରସୁଗୁଡ଼ା ଓ କୋରାପୁଟ। ବିଶେଷକରି, ସୁନ୍ଦରଗଡ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରିଛି ବିଭାଗ।  ଗୁରୁବାର ରାଉରକେଲାରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି ।

 

ALSO READ: Today Horoscope: ଏହି ରାଶିଙ୍କ ପାଇଁ ଶୁଭଦାୟକ ହେବ ଆଜିର ଦିନ, ଏମାନେ ଭୋଗିବେ ସ୍ୱାସ୍ଥ୍ୟ ସମସ୍ୟା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ସୂଚନାଯୋଗ୍ୟ ଯେ, ନଭେମ୍ବର ଶେଷରେ ରାଜ୍ୟରେ ଥଣ୍ତା ଆରମ୍ଭ ହୋଇଥିଲା। ହେଲେ ଏହି ମାସ ଆରମ୍ଭରୁ ମେଘୁଆ ପାଗସାଙ୍ଗକୁ ଝିପିଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ଶୀତ ହଠାତ କୁଆଡେ ଉଭେଇ ଯାଇଥିଲା। ହେଲେ ଗତ ୨ ଦିନ ହେଲାଣୀ ରାଜ୍ୟରେ ଥଣ୍ତାର ପ୍ରକୋପ ଅଧିକ ରହିଛି। ଆସନ୍ତା ୫ ଦିନ ଯାଏ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ, ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ସକାଳେ ଓ ସଂନ୍ଧ୍ୟାରେ ରାସ୍ତା କଡରେ ନିଆଁ ପାଖରେ ବସିଥିବା ଦେଖିବାକୁ ମିଳୁଛି।