Weather Update: ୩୧ରୁ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ହେବ ବର୍ଷା
Advertisement
Article Detail0/zeeodisha/odisha2083574

Weather Update: ୩୧ରୁ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ହେବ ବର୍ଷା

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)।  ଆଉ ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଗକୁ ଆସୁଛି ବର୍ଷା। ରାଜ୍ୟର କିଛି ସ୍ଥାନରେ ୪ ଦିନ ସ୍ବଳ୍ପ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre) ପୂର୍ବାନୁମାନ କରିଛି।  

Weather Update: ୩୧ରୁ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ହେବ ବର୍ଷା

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)।  ଆଉ ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଗକୁ ଆସୁଛି ବର୍ଷା। ରାଜ୍ୟର କିଛି ସ୍ଥାନରେ ୪ ଦିନ ସ୍ବଳ୍ପ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre) ପୂର୍ବାନୁମାନ କରିଛି।  ପଶ୍ଚିମା ଝଡ଼ ପ୍ରଭାବରେ ୩୧ରୁ କାଁ ଭାଁ ହାଲୁକା ବର୍ଷା (rain) ହୋଇପାରେ। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ଉମା ଶଙ୍କର ଦାସ୍  କହିଛନ୍ତି ଯେ, ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩୧ ତାରିଖ ପର୍ଯ୍ଯନ୍ତ କାଁ ଭାଁ ସ୍ଥାନରେ ବର୍ଷା ସମ୍ଭାବନା ଅଛି। କିନ୍ତୁ ଅଧିକ ବର୍ଷା ବା ବିସ୍ତୁତ ଅଞ୍ଚଳରେ ବର୍ଷା ହେବନି । 

ALSO READ : Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ସପ୍ତାହର ପ୍ରଥମ ଦିନ, ଜାଣନ୍ତୁ ଆଜିର ରାଶିଫଳ

ତେବେ, ସୋମବାର ଠାରୁ ରାଜ୍ୟରେ ରାତି ତାପମାତ୍ରା ଆହୁରି ବଢିଯିବ। ୩୧ରେ ଝାରସୁଗୁଡା, ସୁନ୍ଦରଗଡ ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ୧ରେ ବାଲେଶ୍ବର, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଂଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୨ ଓ ୩ ତାରିଖରେ ଉତ୍ତର ଓଡି଼ଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ, ପାଣିପାଗ ବିଶେଷଜ୍ଞ ଡ଼. ଶରତ ସାହୁ ପୂର୍ବାନୁମାନ କରି କହିଛନ୍ତି ଯେ, ୧ ତାରିଖ ଦିନ ଠାରୁ ଦିନ ଓ ରାତି ତାପମାତ୍ରା ବଢିବ। ୪ ରୁ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୩୧ ଡିଗ୍ରୀରୁ ଅଧିକ ରହିବ। ୩୧ରେ ବର୍ଷା ହେବାର ସମ୍ଭାବନା ବିଶେଷ ନାହିଁ। 

ଗତ କିଛି ଦିନ କୋହଲା ପାଗ ସାଙ୍ଗକୁ କୁହୁଡି ସାରା ରାଜ୍ୟକୁ କବଳିତ କରିଥିଲା।  ତେବେ, ଶୀତର ମାତ୍ରା କମି ଯାଇଥିଲା। କିନ୍ତୁ ଗତକାଲି ଠାରୁ ପାଗ ବଦଳି ଯାଇଛି।  ଜି. ଉଦୟଗିରି ସହର ଓ ଆଖପାଖ ଅଂଚଳରେ ପୁଣି ଶୀତ ଅନୁଭୂତ ହେଉଛି।  ପାଣିପାଗ ବିଭାଗ ଅନୁସାରେ,  ଶନିବାର ଏଠାରେ ୧୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ  ରବିବାର ପାରଦ ତଳମୁହାଁ ହୋଇ ୬.୪ ଡିଗ୍ରୀ ସେଲସିୟସ୍ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ  ଅଧିକାରୀ ସୂଚନା ଦେଇଛନ୍ତି। ଗତକାଲି ଜି. ଉଦୟଗିରିରେ ରାତିର ତାପମାତ୍ରା ସବୁଠୁ କମ୍ ଅର୍ଥାତ୍ ୬.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସୁନ୍ଦରଗଡରେ ୭.୪, ଫୁଲବାଣୀ ଓ ଦାରିଙ୍ଗିବାଡିରେ ୮.୫, କେନ୍ଦୁଝରରେ ୯, ରାଉରକେଲାରେ ୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ,  ଶୀତ ଯୋଗୁଁ ଗୋଡହାତ କାଲୁଆ ମାରିବା ସହ ବିନା ଗରମ ପୋଷାକରେ ରହି ହେଉ ନାହିଁ। ଶୀତର ପ୍ରଭାବରେ ସକାଳୁ ଶିଶିର ସହିତ କୁହୁଡି଼ ଦେଖିବାକୁ ମିଳୁଛି।