Weather Update: ଏହି ଦିନ ଠାରୁ ରାଜ୍ୟରେ ବଢିବ ଶୀତ! ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Advertisement

Weather Update: ଏହି ଦିନ ଠାରୁ ରାଜ୍ୟରେ ବଢିବ ଶୀତ! ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in odisha)। ଏବେ ଶୀତ କମିଥିଲେ ମଧ୍ୟ ଘନ କୁହୁଡିର(fog) ପ୍ରଭାବ ବେଶ୍ ଅଧିକ ରହିଛି। ଆସନ୍ତା ୧୩ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା କମିବ। ଫଳରେ ଶୀତ ବଢିବ। ସେହିପରି କୁହୁଡି ମଧ୍ୟ ରାଜ୍ୟରେ ଅଧିକ ରହିବ।  ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଘନ କୁହୁଡି଼ ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି (Bhubaneswar Meteorological Centre) ଆଭ୍ୟନ୍ତରୀଣ ଓଡି଼ଶା  ଓ ଉପକୂଳ ଓଡି଼ଶାର ଅଧିକାଂଶ ସ୍ଥାନରେ ଘନ କୁହୁଡି଼ ଦେଖାଯିବ।

ALSO READ : Srimandir Parikrama Project: ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ହାଇକୋର୍ଟରେ ମାମଲା

ଆଜି କୋରାପୁଟରେ ରାତି ତାପମାତ୍ରା  ସବୁଠୁ କମ୍  ବା ୮.୪ ଡିଗ୍ରୀ ଥିଲା। ଜି. ଉଦୟଗିରିରେ ୯, ଦାରିଙ୍ଗିବାଡିରେ ୧୦.୫, ଫୁଲବାଣୀରେ ୧୧.୨, ଅନୁଗୁଳରେ ୧୧.୬ ଓ ରାଉରକେଲାରେ ରାତି ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରରେ ରାତି ସମୟରେ ତାପମାତ୍ରା ୧୬.୪ ଡିଗ୍ରୀ ଥିଲା। ସେହିପରି, କଟକରେ ସ୍ବାଭାବିକ୍ ଠାରୁ ୩ ଡିଗ୍ରୀ ଅଧିକ ରହିଛି। 

କିନ୍ତୁ ଏପଟେ, ଅନୁଗୋଳରେ ବାୟୁ ପ୍ରଦୂଷଣ ଚିନ୍ତା ବଢାଉଛି। ମଙ୍ଗଳବାର, ଅନୁଗୁଳର ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ ୩୫୨ ରହିଥିବା ବେଳେ ଆଜି ଏହା ଅଧିକ ଖରାପ ହୋଇ ୩୫୭ରେ ପହଞ୍ଚିଛି।  ଅନୁଗୁଳ ସହରର ବାୟୁର ମାନ ଏତେ ଖରାପ କଣ ପାଇଁ? ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାର ଅନ୍ୟ ସହରରେ ଅତ୍ୟଧିକ ଯାନବାହାନ ଚଳାଚଳ, ଦ୍ରୁତ ଶିଳ୍ପାୟନ ଓ ନଡ଼ାପୋଡ଼ିକୁ ବାୟୁ ପ୍ରଦୂଷଣର କାରଣ ବୋ କୁହାଯାଉଛି।  ତେବେ ଅନୁଗୁଳର ବାୟୁ ପ୍ରଦୂଷଣର ଏକାଧିକ କାରଣ ରହିଛି। ବିଶେଷକରି ଶିଳ୍ପାନୁଷ୍ଠାନ, ଖଣି ଖନନ, ଅତ୍ୟଧିକ ଯାନବାହାନ ଚଳାଚଳ, ପାଉଁଶ ପରିବହନ, କୋଇଲା ଚାଲାଣ ଏବଂ କୋଇଲା ଦହନକୁ ଦାୟୀ କରାଯାଇଛି। ପ୍ରତିବର୍ଷ ଏହି ଶୀତଦିନେ ଅନୁଗୁଳର ପବନରେ ଏପରି ବିଷାକ୍ତ ଧୂଳିକଣା ଭର୍ତ୍ତି ହୋଇଯାଉଛି। ଏହାର କୌଣସି ସ୍ଥାୟୀ ପ୍ରତିକାର ବାହାରିପାରୁ ନାହିଁ।