Weather Update: ଲଘୁଚାପ ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ବିଭାଗ
Advertisement
Article Detail0/zeeodisha/odisha2445355

Weather Update: ଲଘୁଚାପ ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ବିଭାଗ

Weather Update: ଆସୁଛି ବଡ଼ ବର୍ଷା। ପୁଣି ଭିଜିବ ଓଡି଼ଶା। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ  ଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ  ଉତ୍ତର  ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ଅଧିକ  ବର୍ଷା ହୋଇପାରେ।  

Weather Update: ଲଘୁଚାପ ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ବିଭାଗ
Weather Update: ଆସୁଛି ବଡ଼ ବର୍ଷା। ପୁଣି ଭିଜିବ ଓଡି଼ଶା। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ  ଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ  ଉତ୍ତର  ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ଅଧିକ  ବର୍ଷା ହୋଇପାରେ।  ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, କଳାହାଣ୍ତି, ବଲାଙ୍ଗୀର ଓ ନୂଆପଡାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।  ଆଉ କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବ। 
 
 
 
ସେହିପରି ଆସନ୍ତାକାଲି, ରାୟଗଡା, କଳାହାଣ୍ତି, କନ୍ଧମାଳ ଓ  ବଲାଙ୍ଗୀରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପ୍ରଫେସର, ଡ଼ ସୁରେନ୍ଦ୍ର ନାଥ ପଶୁପାଳନ ଆକଳନ କରିଛନ୍ତି ଯେ,  ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗତକାଲି ଦକ୍ଷିଣ  -ଓଡି଼ଶା -ସଂଲଗ୍ନ ଆନ୍ଧ୍ର ଉପକୂଳରେ ରହିଥିଲା।  ଆଜି ସଂନ୍ଧ୍ୟା ବେଳକୁ  ଏହା ଛତିଶଗଡ଼ ଉପରେ ରହିପାରେ। ଲଘୁଚାପ  ପ୍ରଭାବରେ ଉପକୂଳରେ ସବୁଠୁ ଅଧିକ ବର୍ଷା ହେବ।  ଆସନ୍ତା ୩ ଦିନରେ ମୋଟ ବର୍ଷା ପରିମାଣ ୬୦ ରୁ ୭୦ ମିମି ରହିବ।  ଭଦ୍ରକ, ବାଲେଶ୍ବର, ଓ  ସଂଲଗ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ।  ଏହିସବୁ ସ୍ଥାନରେ  ତିନି ଦିନ ମୋଟ୍ ୮୦ ମିମିରୁ  ଅଧିକ ବର୍ଷା ହୋଇପାରେ। ୨୭ ତାରିଖ ଯାଏଁ ବର୍ଷା ଜାରି ରହିବ। 
 
ଗଂଜାମ, ଗଜପତି, କନ୍ଧମାଳ, ମାଲକାନଗିରି  ,କୋରାପୁଟ୍ ଓ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତିନି ଦିନରେ ୨୫ରୁ ୩୦ ମିମି ବର୍ଷା ହୋଇପାରେ। ଏହି ଲଘୁଚାପ ଓଡି଼ଶା, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଦେଇ ଅତିକ୍ରମ କରିବ। ଅକ୍ଟୋବର ୧ ତାରିଖ ସୁଧା ଏହା ଉତ୍ତରାଖଣ୍ତ ଉପରେ ରହିବ।  ଆସନ୍ତା ୧ରୁ ୩ ତାରିଖ ଭିତରେ  ସୁନ୍ଦରଗଡ଼, ଝାରସୁଗୁଡା, ମୟୂରଭଂଜ, ଦେବଗଡ଼, ସମ୍ବଲପୁର ଭଳି ଉତ୍ତର ଆଭ୍ୟନ୍ତରୀଣ  ଜିଲ୍ଲାରେ ବର୍ଷା ହେବ।  ଉପକୂଳ ଓ ଦକ୍ଷିଣ ଓଡି଼ଶାରେ ବିକ୍ଷିପ୍ତ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି।