Weather Report: ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡିରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ,କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
Trending Photos
Weather Report: ରାଜ୍ୟରେ ପ୍ରବେଶ କରି ସାରିଛି ମୌସୁମୀ। ଲଗାଣ ବର୍ଷାକୁ ରାଜ୍ୟବାସୀ ଅନେଇ ବସିଥିବା ବେଳେ ଏବେ ବି ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ କଲବାଲ କରୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାଗର ଖରା ଛାଇ ଖେଳ ଦେଖିବାକୁ ମିଳିଛି। କେଉଁଠି ବର୍ଷା ପବନ ତାଣ୍ଡବ ରଚାଉଛି ତ ଆଉ କେଉଁଠି ଗୁଳୁଗୁଳି ଓ ଖରା ଅସ୍ତବ୍ୟସ୍ତ କରି ଦେଉଛି। ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା, ପବନ ଡରାଉଥିବା ବେଳେ ଆଉ କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଏପରି ସ୍ଥଳେ ଆଜି ରାଜ୍ୟର ୧୯ଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଆଜି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡିରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ,କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
TS, #Lightning, #Wind, Warning for Day-1 to Day-5: pic.twitter.com/6wmy1RJKG1
— Meteorological Centre, Bhubaneswar (@mcbbsr) June 16, 2024
ପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛି ବିଭାଗ। ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଖୀ ହେବ। ପାଣିପାଗ କେନ୍ଦ୍ର(IMD) ଅନୁସାରେ ଆଜିଠାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ। ସେପଟେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାକୁ ପହଞ୍ଚି ପାରି ନଥିବା କହିଛି ପାଣିପାଗ ବିଭାଗ।