Weather Update: ଶୀତରେ ଆସୁଛି ବର୍ଷା, ଭିଜିବ ଏହି ସବୁ ଜିଲ୍ଲା!
Advertisement
Article Detail0/zeeodisha/odisha2085335

Weather Update: ଶୀତରେ ଆସୁଛି ବର୍ଷା, ଭିଜିବ ଏହି ସବୁ ଜିଲ୍ଲା!

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ବଙ୍ଗୋପସାଗର ପାଶ୍ବବର୍ତ୍ତୀ ଓଡି଼ଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ଉପକୂଳ ଓଡି଼ଶା ଓ ସଂଲଗ୍ନ ଜିଲ୍ଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁବୁଡି଼ (Deep Fog) ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ କେତେକ ଜିଲ୍ଲା ପାଇଁ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। 

Weather Update: ଶୀତରେ ଆସୁଛି ବର୍ଷା,  ଭିଜିବ ଏହି ସବୁ ଜିଲ୍ଲା!

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ବଙ୍ଗୋପସାଗର ପାଶ୍ବବର୍ତ୍ତୀ ଓଡି଼ଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ  ଉପକୂଳ ଓଡି଼ଶା ଓ ସଂଲଗ୍ନ ଜିଲ୍ଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁବୁଡି଼ (Deep Fog) ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ କେତେକ ଜିଲ୍ଲା ପାଇଁ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡି଼କ ହେଲା,  ବାଲେଶ୍ବର , ଭଦ୍ରକ ,କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ଘନ କୁହୁଡି ହେବ। ଏଥିସହ ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ପ୍ରଭାବ ରହିବାକୁ ଥିବାରୁ  ଜଳୀୟ ବାସ୍ପପୂର୍ଣ୍ଣ ବାୟୁ ଓଡି଼ଶାକୁ ପ୍ରବେଶ କରିବ। ପ୍ରଭାବରେ ଫେବୃଆରୀ ୧ ଓ ୨ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଓଡି଼ଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (light rain) ହେବାର ସମ୍ଭାବନା ରହିଛି। 

 

ALSO READ :  Dhanshakti Rajyog: ତିନି ରାଶିଙ୍କ ଭାଗ୍ୟ ଫିଟାଇବ ଧନଶକ୍ତି ରାଜଯୋଗ, ହେବ ଟଙ୍କାର ବର୍ଷା

ଫେବ୍ରୃଆରୀ ୧ରେ ଝାରସୁଗୁଡା, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଏବଂ ୨ ତାରିଖରେ ମୟୂରଭଂଜ, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲ୍ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ, ଆସନ୍ତା ୨ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହାପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre ) ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡି ମଧ୍ୟ ହୋଇଛି। ଉପାନ୍ତରୁ ଉପକୂଳ ସବୁଠି ୨ରୁ ୩ ଡିଗ୍ରୀ ତାପମାତ୍ରା ଖସିଛି। ରାଜ୍ୟର ୧୨ଟି ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି। 

ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡରେ ୮.୬, କିରେଇରେ ୯, ଫୁଲବାଣୀରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟକପ ଉତ୍ତର ପଶ୍ଚିମ ଦିଗରୁ ପ୍ରଭାବିତ ହେଉଥିବା ଥଣ୍ତା ଶୁଷ୍କ ପବନ ପ୍ରଭାବରେ ଥଣ୍ତା ବଢିଛି। ବାୟୁ ମଣ୍ତଳରେ ଜଳୀୟ ବାଷ୍ପ ପରିମାଣ ଅଧିକ ରହୁଥିବାରୁ  ରାଜ୍ୟର କିଛି ସ୍ଥାନରେ କୁହୁଡି ଦୃଶ୍ୟମାନ ହେଉଛି।