Vastu tips for golden fish: ଘରର ଏହି ଦିଗରେ ରଖନ୍ତୁ ଗୋଲ୍ଡେନ୍ ଫିସ୍,ଆସିବ ସମୃଦ୍ଧି
Advertisement
Article Detail0/zeeodisha/odisha1952372

Vastu tips for golden fish: ଘରର ଏହି ଦିଗରେ ରଖନ୍ତୁ ଗୋଲ୍ଡେନ୍ ଫିସ୍,ଆସିବ ସମୃଦ୍ଧି

  ବାସ୍ତୁଶାସ୍ତ୍ର କେବଳ ଘରର ନକ୍ସା,ଦୀଗ କିମ୍ବା କୋଣ କଥା କୁହେ ନାହିଁ । ବାସ୍ତୁ ଶାସ୍ତ୍ର ମଧ୍ଯ ଘରେ କେଉଁଭଳି ସମାଗ୍ରୀ ରଖିବେ,କେଉଁଠି ରଖିବେ ଓ କ’ଣ ରଖିବେ ନାହିଁ ତା’ ମଧ୍ଯ କହିଥାଏ । ବାସ୍ତୁଶସ୍ତ୍ର ହେଉଛି ସକରାତ୍ମକ ଶକ୍ତି ପ୍ରବାହର ଶାସ୍ତ୍ର । ଏଭଳି କିଛି ପଦାର୍ଥ ଓ ଜୀବ ଦୁନିଆରେ ଅଛନ୍ତି ଯାହା ସକରାତ୍ମକ ଶକ୍

SOCIAL MEDIA

Vastu tips for golden fish: 

ବାସ୍ତୁଶାସ୍ତ୍ର କେବଳ ଘରର ନକ୍ସା,ଦୀଗ କିମ୍ବା କୋଣ କଥା କୁହେ ନାହିଁ । ବାସ୍ତୁ ଶାସ୍ତ୍ର ମଧ୍ଯ ଘରେ କେଉଁଭଳି ସମାଗ୍ରୀ ରଖିବେ,କେଉଁଠି ରଖିବେ ଓ କ’ଣ ରଖିବେ ନାହିଁ ତା’ ମଧ୍ଯ କହିଥାଏ । ବାସ୍ତୁଶସ୍ତ୍ର ହେଉଛି ସକରାତ୍ମକ ଶକ୍ତି ପ୍ରବାହର ଶାସ୍ତ୍ର । ଏଭଳି କିଛି ପଦାର୍ଥ ଓ ଜୀବ ଦୁନିଆରେ ଅଛନ୍ତି ଯାହା ସକରାତ୍ମକ ଶକ୍ତି ପ୍ରବାହକୁ ବଢାଇ ଦେଇ ନକରାତ୍ମକ ଶକ୍ତି ପ୍ରବାହକୁ କମ କରିଥାନ୍ତି । ସେହିଭଳି ଗୋଟିଏ ଜୀବ ହେଉଛି ଗୋଲ୍ଡେନ୍ ଫିସ୍ ବା ସୁନେଲି ମାଛ । ଆଜି ଆମେ ଘରେ ସୁନା ମାଛ ରଖିବା ବିଷୟରେ କହିବାକୁ ଯାଉଛୁ ।

 କୁହାଯାଏ ଯେ ମାଛ  ଘରେ ରଖିବା ଦ୍ୱାରା ଘରାକୁ ଧନ, ସୁଖ ଏବଂ ସମୃଦ୍ଧି ଆସିଥାଏ । ପାଣିରେ ମାଛର ଡେଇଁବା ମନକୁ ଶାନ୍ତି ଦେଇଥାଏ ଏବଂ ଏହା ସହିତ ସମସ୍ତ ନକାରାତ୍ମକତା ଦୂର ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଏକ ସୁନା ମାଛ ରଖିବା ଉଚିତ୍। ଘରର ଭାଗ୍ୟ ବୃଦ୍ଧିରେ ସୁନା ମାଛ ବହୁତ ସାହାଯ୍ୟକାରୀ । ସୁବର୍ଣ୍ଣ ମାଛ ସବୁଠୁ ପବିତ୍ର ଏବଂ ଶୁଭ ବୋଲି ବିବେଚନା କରାଯାଏ । ସୁନା ପରି ଦେଖାଯାଉଥିବା ଏହି ମାଛ ଆପଣଙ୍କ ଜୀବନରେ ମଧ୍ୟ ସୁନା ଭଳି ଚମକ ବିସ୍ତାର କରିବ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘରର ଡ୍ରଇଂ ରୁମର ପୂର୍ବ କିମ୍ବା ଉତ୍ତର ଦିଗରେ ଏକ ଛୋଟ ଆକ୍ୱାରିୟମରେ ଗୋଟିଏ ସୁନା ମାଛ ରଖିପାରିବେ । ଏହା ବ୍ୟତୀତ, ଅରୋୱାନା ମାଛକୁ ମଧ୍ୟ ବହୁତ ଭଲ ଏବଂ ଶୁଭ ବୋଲି ବିବେଚନା କରାଯାଏ । ଘର ଆକ୍ୱାରିୟମରେ  ଯୁଗଳ ମାଛ ରଖିବା ଦ୍ୱାରା ଟଙ୍କା ଆସିଥାଏ ।  ଏହା ବ୍ୟତୀତ ଘରକୁ ସୁଖ ଏବଂ ସମୃଦ୍ଧି ମଧ୍ଯ ଆସିଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଆକ୍ୱାରିୟମକୁ ସଠିକ ସ୍ଥାନରେ  ରଖାଯାଏ ତେବେ ଏହା ସମଗ୍ର ଘରେ ସମୃଦ୍ଧତା ଆଣିବ, କିନ୍ତୁ ଯଦି ଭୁଲ୍ ସ୍ଥାନରେ ରଖାଯାଏ ତେବେ ଏହା ମଧ୍ୟ ଦାରିଦ୍ର୍ୟର କାରଣ