English Alphabet: ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ବର୍ଣ୍ଣମାଳା ଭାଷା ବଦଳାଇ ଦେଲା ବିଦ୍ୟାଳୟ, ଜାଣନ୍ତୁ ଏହାର କାରଣ
Advertisement
Article Detail0/zeeodisha/odisha1426618

English Alphabet: ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ବର୍ଣ୍ଣମାଳା ଭାଷା ବଦଳାଇ ଦେଲା ବିଦ୍ୟାଳୟ, ଜାଣନ୍ତୁ ଏହାର କାରଣ

Change in English Alphabet: ଇଂରାଜୀ ବର୍ଣ୍ଣମାଳାକୁ ପରିବର୍ତ୍ତନ କରିବା ପଛରେ କାରଣ ଜଣାଇଛି ଉତ୍ତର ପ୍ରଦେଶ ରାଜଧାନ ଲକ୍ଷ୍ନୌ ଠାରେ ଅବସ୍ଥିତ ଅମିନାବାଦ୍ ଇଣ୍ଟର କଲେଜ। 

English Alphabet: ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ବର୍ଣ୍ଣମାଳା ଭାଷା ବଦଳାଇ ଦେଲା ବିଦ୍ୟାଳୟ, ଜାଣନ୍ତୁ ଏହାର କାରଣ

Aminabad Inter College: ଛୋଟ ପିଲାଙ୍କୁ ଇଂରାଜୀ ଶିକ୍ଷା ଦେବା ପାଇଁ ପ୍ରଥମେ ସେମାନଙ୍କୁ ଇଂରାଜୀ ବର୍ଣ୍ଣମାଳା ପଢା ଯାଇଥାଏ। ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ଛୋଟ ପିଲାଙ୍କୁ ଏ ଫର ଆପଲ ଏବଂ ବି ଫର ବଲ୍ ପଢା ଯାଇଥାଏ।  ଏହା ହେଉଛି ଇଂରାଜୀ ଅକ୍ଷର ଶିଖିବା ପାଇଁ ପ୍ରଥମ ପଦକ୍ଷେପ। ହେଲେ ବର୍ତ୍ତମାନ ଉତ୍ତର ପ୍ରଦେଶରେ ଇଂରାଜୀ ବର୍ଣ୍ଣମାଳାର ଭାଷା ବଦଳି ଯାଇଛି। ଇଂରାଜୀ ବର୍ଣ୍ଣମାଳା ଶିଖାଇବା ପାଇଁ ରାଜ୍ୟରେ ଅବସ୍ଥିତ ଏକ ବିଦ୍ୟାଳୟ ପୁସ୍ତକରେ ଏ ଫର ଆପଲ ନୁହେଁ ଅର୍ଜୁନ, ବି ଫର ବଲ ନୁହେଁ ବଳରାମ ଏବଂ ସି ଫର କ୍ୟାଟ୍ ନୁହେଁ ଚାଣକ୍ୟ ପଢାଯିବ।

ଉତ୍ତର ପ୍ରଦେଶ (Uttar Pradesh) ରାଜଧାନ ଲକ୍ଷ୍ନୌ (Lucknow) ଠାରେ ରହିଛ ଅମିନାବାଦ୍ ଇଣ୍ଟର କଲେଜ (Aminabad Inter College)। ଛୋଟ ପିଲାଙ୍କୁ ପଢା ଯାଉଥିବା ଇଂରାଜୀ ବର୍ଣ୍ଣମାଳାକୁ (English Alphabet) ପରିବର୍ତ୍ତନ କରିଛି ଏହି ବିଦ୍ୟାଳୟ। ପିଲାଦିନରୁ ଦେଶର ଇତିହାସ ଏବଂ ପୁରାଣ ବିଷୟରେ ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏଭଳି ପଦକ୍ଷେପ ନେବାର ଉଦ୍ଦେଶ୍ୟ। ଇଂରାଜୀ ଅକ୍ଷର ବ୍ୟବହାର କରି ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କୁ ଦେଶର ଇତିହାସ ଏବଂ ପୁରାଣର ବିଭିନ୍ନ ଚରିତ୍ର ସହିତ ପରିଚିତ କରାଇବାକୁ ଚାହୁଁଛନ୍ତି। ଏଠାରେ ଏ ଫର ଆପଲ ନୁହେଁ ଅର୍ଜୁନ, ବି ଫର ବଲ ନୁହେଁ ବଳରାମ ଏବଂ ସି ଫର କ୍ୟାଟ୍ ନୁହେଁ ଚାଣକ୍ୟ, ଡି ଫର ଧ୍ରୂବ, ଇ ଫର୍ ଏକଲବ୍ୟ, ଆଉ ଫର୍ ଇନ୍ଦ୍ର, ଆଉ ଏଚ୍ ଫର ହନୁମାନ ପଢାଯାଉଛି।

ଇଂରାଜୀ ବର୍ଣ୍ଣମାଳାକୁ ପରିବର୍ତ୍ତନ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଲେଜ ପ୍ରଧାନ ଶିକ୍ଷକ ଲାଲ ମିଶ୍ରା। ଏନେଇ ସେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଭାରତୀୟ ସଂସ୍କୃତି ବିଷୟରେ ବହୁତ କମ୍ ଜ୍ଞାନ ଅଛି। ସେଥିପାଇଁ ଆମେ ସେମାନଙ୍କର ଜ୍ଞାନ ବୃଦ୍ଧି ପାଇଁ ଏହି ପଦକ୍ଷେପ ନେଇଛୁ। ହିନ୍ଦୀ ଭାଷାରେ ଅକ୍ଷର ସଂଖ୍ୟା ବହୁତ ଅଧିକ। ଏହି କାରଣରୁ ଏହାର ତାଲିକା ପ୍ରସ୍ତୁତ କରିବାକୁ ଅଧିକ ସମୟ ଲାଗିବ। 

ରାଜଧାନୀ ଲକ୍ଷ୍ନୌ ଠାରେ ଅବସ୍ଥିତ ଏହି ବିଦ୍ୟାଳୟ ୧୨୫ ବର୍ଷର ପୁରୁଣା। ଗତ ୧୮୯୭ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ପଢୁଥିବା ପିଲାଙ୍କ ପୁସ୍ତକରେ ବିଦ୍ୟାଳୟ ପକ୍ଷରୁ ଏପରି ପଦକ୍ଷେପ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଶିଶୁ ପୁସ୍ତକରେ କେବଳ ପୌରାଣିକ ଏବଂ ଐତିହାସିକ ବ୍ୟକ୍ତିତ୍ୱଙ୍କ ନାମ ନାହିଁ। ବରଂ ସେମାନଙ୍କର ବର୍ଣ୍ଣନା ମଧ୍ୟ ରହିଛି। ଏହି ତାଲିକା ଏବଂ ବିବରଣୀ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି।