Weather Update: କମିବ ଶୀତ, ଆଜି ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2593519

Weather Update: କମିବ ଶୀତ, ଆଜି ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତା ରବିବାର ଠାରୁ ରାଜ୍ୟରେ ରାତି ତାପମାତ୍ରା  ଆହୁରି ୨ ରୁ ୪ ଡିଗ୍ରୀ ବଢିବ। ପାଣିପାଗ ବିଭାଗର ଏହି ପୂର୍ବାନୁମାନ କରିଛି। 

 

Weather Update: କମିବ ଶୀତ, ଆଜି ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତା ରବିବାର ଠାରୁ ରାଜ୍ୟରେ ରାତି ତାପମାତ୍ରା  ଆହୁରି ୨ ରୁ ୪ ଡିଗ୍ରୀ ବଢିବ। ପାଣିପାଗ ବିଭାଗର ଏହି ପୂର୍ବାନୁମାନ କରିଛି।  ଆଜି ସୁନ୍ଦରଗଡ ଓ କନ୍ଧମାଳରେ ଘନ କୁହୁଡୁ ଦୃଶ୍ୟମାନ ହୋଇପାରେ ବୋଲି ଆକଳନ  କରାଯାଇଛି। ରାଉରକେଲା ଓ ଝାରସୁଗୁଡାରେ ରାତି ତାପମାତ୍ରା ୮ ଡିଗ୍ରୀ ଥିଲା।  ଦାରିଙ୍ଗିବାଡିରେ ୯,କୋରାପୁଟ୍ ୯.୨, ସୁନ୍ଦରଗଡରେ ୧୦.୨, ଫୁଲବାଣୀରେ ୧୦.୫, କେନ୍ଦୁଝରରେ ୧୧, ବଲାଙ୍ଗୀରରେ ୧୧.୫, ନବରଙ୍ଗପୁରରେ ୧୧.୬, ଅନୁଗୁଳରେ ୧୨, ରାୟଗଡାରେ ପାରଦ ୧୨.୬, ଡିଗ୍ରୀ ରହିଥିଲା। ଭୁବନେଶ୍ବରରେ ୧୫.୩ ଓ ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ଼ ହୋଇଛି। 
 
 
ସେପଟେ, ପାଣିପାଗ ବିଭାଗ କହିଛି, ରାଜ୍ୟରେ ଆଉ ୩ ଦିନ ପ୍ରବଳ ଥଣ୍ତା ହେବ। ସେହିପରି ଆଉ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗି ରହିବ  । ଆଜି ବିଶେଷକରି, କଳାହାଣ୍ଡି,ଜଗତସିଂହପୁର, କେନ୍ଦୁଝର,ଝାରସୁଗୁଡ଼ା,ଓ କେନ୍ଦ୍ରାପଡ଼ାରେ ଘନ କୁହୁଡି ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।  । ସେହିପରି ଆସନ୍ତାକାଲି କଳାହାଣ୍ଡି, ରାୟଗଡ଼ା , ଝାରସୁଗୁଡ଼ା ,ଅନୁଗୁଳ ଓ ଢେଙ୍କାନାଳରେ କହୁଡ଼ି ହେବ । ଆଉ ୧୧ ତାରିଖ ଦିନ ମଧ୍ୟପାଗରେ ଏତେ ପରିବର୍ତ୍ତନ ହେବନି।