Upcoming south movie:୨୦୨୪ରେ ବଲିଉଡର ହିସାବ ବିଗାଡିବାକୁ ଆସୁଛି ଏହି ୭ ଜବରଦସ୍ତ ଫିଲ୍ମ
Advertisement

Upcoming south movie:୨୦୨୪ରେ ବଲିଉଡର ହିସାବ ବିଗାଡିବାକୁ ଆସୁଛି ଏହି ୭ ଜବରଦସ୍ତ ଫିଲ୍ମ

ସାଉଥ ଫିଲ୍ମକୁ ଦର୍ଶକଙ୍କ ବହୁତ ଭଲ ପାଇବା ମିଳିଥାଏ । ଆରଆରଆର, ପୁଷ୍ପା ଏବଂ କେଜିଏଫ ଏହାର ଜୀବନ୍ତ ଉଦାହରଣ । ଏବେ ନୂଆ ବର୍ଷରେ ବି ଦକ୍ଷିଣୀ ଷ୍ଟାରଙ୍କ  ପ୍ରଶଂସକମାନେ ନିଜ ପ୍ରିୟ ସୁପରଷ୍ଟାରଙ୍କ ଫିଲ୍ମକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏଥିସହ ଷ୍ଟାରମାନେ ମଧ୍ୟ ନିଜ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ସେଥିମଧ୍

SOCIAL MEDIA

Upcoming south movie:

ସାଉଥ ଫିଲ୍ମକୁ ଦର୍ଶକଙ୍କ ବହୁତ ଭଲ ପାଇବା ମିଳିଥାଏ । ଆରଆରଆର, ପୁଷ୍ପା ଏବଂ କେଜିଏଫ ଏହାର ଜୀବନ୍ତ ଉଦାହରଣ । ଏବେ ନୂଆ ବର୍ଷରେ ବି ଦକ୍ଷିଣୀ ଷ୍ଟାରଙ୍କ  ପ୍ରଶଂସକମାନେ ନିଜ ପ୍ରିୟ ସୁପରଷ୍ଟାରଙ୍କ ଫିଲ୍ମକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏଥିସହ ଷ୍ଟାରମାନେ ମଧ୍ୟ ନିଜ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ସେଥିମଧ୍ୟରୁ ରଜନୀକାନ୍ତ, ମହେଶ ବାବୁଙ୍କ ଠାରୁ ଆରମ୍ଭ କରି ପ୍ରଭାସଙ୍କ ପର୍ଯ୍ୟନ୍ତ ଫିଲ୍ମ ୨୦୨୪ରେ ରିଲିଜ ହେବାକୁ ଯାଉଛି । ଏହି ସିନେମାଗୁଡ଼ିକ କ'ଣ, ସେଥିରେ କ'ଣ ଖାସ ରହିଛି ଏବଂ କେମିତି ୭ ଫିଲ୍ମ ବଲିଉଡର ଗଣିତ ବିଗାଡିବା ଦମ ରଖନ୍ତି, ଆସନ୍ତୁ ଜାଣିବା।

୧. ଗୁଣ୍ଟୁର କରମ

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଗୁଣ୍ଟୁର କରମ ୧୨ ଜାନୁଆରୀ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତ୍ରିବିକ୍ରମ ଶ୍ରୀନିବାସ । ମହେଶ ବାବୁଙ୍କ ବ୍ୟତୀତ ପୂଜା ହେଗଡେ ଏବଂ ଶ୍ରୀଲୀଳା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ମହେଶ ବାବୁଙ୍କର ବହୁତ ପ୍ରଶଂସକ ଅଛନ୍ତି, ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବାପାଙ୍କ ଜନ୍ମଦିନରେ ମହେଶ ବାବୁ ଏହି ଫିଲ୍ମର ଟିଜର ରିଲିଜ କରିଥିଲେ । ଫିଲ୍ମର କାହାଣୀ ଲିକ୍ ହେବା ନେଇ ମଧ୍ୟ ଗୁଜବ ଉଠିଥିଲା । କିନ୍ତୁ ନିର୍ମାତା ମାନେ ଏପର୍ଯ୍ୟନ୍ତ କାହାଣୀକୁ ଗୋପନ ରଖିଛନ୍ତି

୨. ଲାଲ ସଲାମ

'ଜେଲର୍' ପରେ ରଜନୀକାନ୍ତ ଏବେ 'ଲାଲ୍ ସଲାମ୍'ରେ ନଜର ଆସିବାକୁ ଯାଉଛନ୍ତି। ଏହି ସିନେମା ଟି ଏକ ସ୍ପୋର୍ଟସ ଆକ୍ସନ ଡ୍ରାମା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଐଶ୍ୱର୍ଯ୍ୟା ରଜନୀକାନ୍ତ । କ୍ରିକେଟର କପିଲ ଦେବ ମଧ୍ୟ ଏହି ଫିଲ୍ମରେ କ୍ୟାମିଓ ଭୂମିକାରେ ନଜର ଆସିବେ । ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର ରେହମାନ । ଫିଲ୍ମର ଚରିତ୍ର ବିଷୟରେ କହିବାକୁ ଗଲେ ଏଥିରେ ବିକ୍ରାନ୍ତ, ନିରୋଶା ରାଧା, ବିଷ୍ଣୁ ବିଶାଲ, ଥାମ୍ବିଙ୍କୁ ଦେଖିବାକୁ ମିଳିବ ।

୩. ତାଙ୍ଗଲାନ

 ରଞ୍ଜିତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଟାଙ୍ଗଲାନ୍' ୨୬ ଜାନୁଆରୀ ୨୦୨୪ରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଚିଆନ ବିକ୍ରମ ମୁଖ୍ୟ ଭୂମିକାରେ ନଜର ଆସିବେ । ବିକ୍ରମ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରରେ ବିକ୍ରମଙ୍କ ବିପଜ୍ଜନକ ଲୁକ୍ ଦେଖିବାକୁ ମିଳିଛି। ଏଥିରେ ବିକ୍ରମଙ୍କ ବ୍ୟତୀତ ପାର୍ବତୀ ଥିରୁଭୋଥୁ ଏବଂ ପଶୁପତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ । କର୍ଣ୍ଣାଟକର କୋଲାର ଜିଲ୍ଲାରେ ରହିଛି ଏକ ସୁନା ଖଣି । ଏହା କୋଲାର ଗୋଲ୍ଡ ଫିଲ୍ଡ ନାମରେ ପରିଚିତ । 'ତାଙ୍ଗଲାନ୍'ର କାହାଣୀ ଏହି ଖଣିରେ କାମ କରୁଥିବା ଶ୍ରମିକମାନଙ୍କୁ ନେଇ ଆଗକୁ ବଢୁଛି।

୪. କ୍ୟାପଟେନ୍ ମିଲର

ଅରୁଣ ମଥେଶ୍ୱରନଙ୍କ ନିର୍ଦ୍ଦେଶିତ 'କ୍ୟାପ୍ଟେନ୍ ମିଲର୍'ରେ ଧନୁଷ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ଏକ ଆକ୍ସନ ଫିଲ୍ମ । ଫିଲ୍ମରେ ଧନୁଷଙ୍କ ବ୍ୟତୀତ ଶିବା ରାଜକୁମାର, ପ୍ରିୟଙ୍କା ମୋହନ, ନିବେଦିତା ସତୀଶ, ଜନ୍ କୋକକେନ ଏବଂ ମୁର ମଧ୍ୟ ନଜର ଆସିବେ । ସୂଚନା ଅନୁଯାୟୀ, ଏହି ଫିଲ୍ମ ୨୦୨୪ ଜାନୁଆରୀରେ ରିଲିଜ ହେବ । ଯଦି ଆମେ ଫିଲ୍ମର କାହାଣୀ ବିଷୟରେ କହିବା ତେବେ ଏହା ହେଉଛି ୧୯୩୦-୧୯୪୦ ଦଶକର କାହାଣୀ, ଯାହା ମିଲର ନାମକ ଜଣେ ଦୁର୍ଦ୍ଦାନ୍ତ ଡକାୟତଙ୍କ ଉପରେ ଆଧାରିତ।

୪. ଦେବରା ପାର୍ଟ୍ ୧

ଏହି ଫିଲ୍ମରେ ସାଉଥ୍ କଳାକାରଙ୍କ ସହ ବଲିଉଡ କଳାକାରମାନେ ମଧ୍ୟ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି କୋରତାଲା ଶିବା । ଜୁନିୟର ଏନଟିଆରଙ୍କ ଏହି ଫିଲ୍ମକୁ ଦର୍ଶକ ଦୀର୍ଘ ଦିନ ଧରି ଅପେକ୍ଷା କରିଛନ୍ତି । ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ, ଜାହ୍ନବୀ କପୁର ଏବଂ ପ୍ରକାଶ ରାଜ ପ୍ରମୁଖ ଭୂମିକାରେ ନଜର ଆସିବେ । ସୂଚନା ଅନୁଯାୟୀ, ଏହି ଫିଲ୍ମ ୨୦୨୪ ଏପ୍ରିଲ ମାସରେ ରିଲିଜ ହୋଇପାରେ । 'ଦେବରା ପାର୍ଟ-୧' ଏକ ଏପିକ୍ ଆକ୍ସନ ଡ୍ରାମା। ଫିଲ୍ମରେ ଆପଣଙ୍କୁ ଏମିତି ଅନେକ ଘଟଣା ବିଷୟରେ ଦେଖାଯିବ, ଯାହା  ଆପଣଙ୍କୁ ଭାବପ୍ରବଣ କରିବ।

୫. ଇଣ୍ଡିଆନ ୨

୧୯୯୬ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଇଣ୍ଡିଆନ୍' ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଏହା ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା । ଏବେ ଏହି ଫିଲ୍ମର ପାର୍ଟ-୨ ଅର୍ଥାତ୍ 'ଇଣ୍ଡିଆନ୍-୨' ୨୭ ବର୍ଷ ପରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ଫିଲ୍ମରେ କମଲ ହାସନ, ନୟନତାରା, କାଜଲ ଅଗ୍ରୱାଲ, ସିଦ୍ଧାର୍ଥ, ରକୁଲ ପ୍ରୀତ ସିଂ, ପ୍ରିୟା ଭବାନୀ ଶଙ୍କର ପ୍ରମୁଖ ଅଭିନୟ କରିଛନ୍ତି । ତେବେ ଫିଲ୍ମର ରିଲିଜ ଡେଟ କୁ ନେଇ ଏପର୍ଯ୍ୟନ୍ତ ନିର୍ମାତା କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି । ଏହି ଚଳଚ୍ଚିତ୍ରରେ ଜଣେ ପୂର୍ବତନ ସ୍ୱାଧିନତା ସଂଗ୍ରୀମୀଙ୍କୁ ନେଇ , ଯିଏ ଦୁର୍ନୀତିଗ୍ରସ୍ତ ରାଜନେତାମାନଙ୍କୁ ପଦାରେ ପକାଇବା ପାଇଁ ନିଜ ଦେଶକୁ ପୁଣିଥରେ ଫେରିଆସନ୍ତି

୬. କଙ୍ଗୁବା

୨୦୨୪ରେ ଭିଏଫଏକ୍ସରେ ଭରପୂର ପ୍ରସିଦ୍ଧ ଅଭିନେତା ସୁରିଆଙ୍କ ଫିଲ୍ମ 'କଙ୍ଗୁବା' ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ସୂର୍ଯ୍ୟଙ୍କ ପ୍ରଥମ ଲୁକ୍ ଦେଖି ଲେ ଆପଣ ପୂରା ଫିଲ୍ମ କୁ ଦେଖିବା ପାଇଁ ଉତ୍ସାହିତ ହୋଇଯିବେ । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡିଏସପି ଅର୍ଥାତ ଦେବୀ ଶ୍ରୀ ପ୍ରସାଦ ।  ନିର୍ଦ୍ଦେଶନା ଦେଇଛନ୍ତି ଶିବ । ଫିଲ୍ମରେ ସୁରିଆଙ୍କ ସହ ଦିଶା ପଟାନୀ ଓ ଯୋଗୀ ବାବୁଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ମାଲାୟାଲମ ସମେତ ୧୦ଟି ଭାଷାରେ ରିଲିଜ ହେବ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ୧୬୭୮ ମସିହାରେ ଜଣେ ଯୋଦ୍ଧା ରୋଗରେ ପ୍ରାଣ ହରାଇଥିଲେ । ବର୍ତ୍ତମାନରେ ଜଣେ ଝିଅ ସେହି ରୋଗକୁ ଖୋଜିବା ପାଇଁ ଚେଷ୍ଟା କରୁଛି, ଯାହା ଯୋଦ୍ଧାଙ୍କ ମୃତ୍ୟୁର କାରଣ ହୋଇଥିଲା।