Cuttack News: ମଦ ପିଇ ପାଗଳ ହେଲା ଯୁବକ, ବାପା ସହ ୫ ସମ୍ପର୍କୀୟଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା
Advertisement

Cuttack News: ମଦ ପିଇ ପାଗଳ ହେଲା ଯୁବକ, ବାପା ସହ ୫ ସମ୍ପର୍କୀୟଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା

Crime News: ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ଭୁଲିଗଲା ରକ୍ତ ସମ୍ପର୍କ, ନିଶା କରିଦେଲା ପାଗଳ । ଏପରିକି ନିଶା ଆଗରେ ଫିକା ପଡିଗଲା ବାପ-ପୁଅର ସମ୍ପର୍କ । ନିଶାସକ୍ତ ଯୁବକ ନିଶାରେ ଚୁର ହୋଇ ଭିଆଇଛି ଅଭାବନୀୟ ଘଟଣା । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ, ଯେ,ଏ- କେମିତିକି ପୁଅ । ଯିଏ ନିଶାରେ ଚୁର ହୋଇ ବାପା ସମତେ ୫ ଜଣଙ୍କୁ କଟୁରୀରେ ହାଣି ଲହୁଲୁହାଣ କରିଦେଇଛି (youth attack on father)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Crime News: ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ଭୁଲିଗଲା  ରକ୍ତ ସମ୍ପର୍କ, ନିଶା କରିଦେଲା ପାଗଳ । ଏପରିକି ନିଶା ଆଗରେ ଫିକା ପଡିଗଲା ବାପ-ପୁଅର ସମ୍ପର୍କ । ନିଶାସକ୍ତ ଯୁବକ ନିଶାରେ ଚୁର ହୋଇ ଭିଆଇଛି ଅଭାବନୀୟ ଘଟଣା । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ, ଯେ,ଏ- କେମିତିକି ପୁଅ । ଯିଏ ନିଶାରେ ଚୁର ହୋଇ ବାପା ସମତେ ୫ ଜଣଙ୍କୁ କଟୁରୀରେ ହାଣି ଲହୁଲୁହାଣ କରିଦେଇଛି (youth attack on father)।  ଏହି ଘଟଣା ଘଟିଛି କଟକ (Cuttack News)ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ । ସମସ୍ତଙ୍କୁ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ ମେଡିକାଲକୁ ପଠା ଯାଇଛି । 

ସୂଚନା ଅନୁସାରେ, ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତ ଗୁଆଳିଡ଼ିହ ଗାଁରେ ନିଜ ପରିବାର ସହ ରୁହନ୍ତି ସୁରେଶ ମହାନ୍ତି । ଯୁବକ ଜଣକ ସବୁବେଳେ ନିଶାରେ ଚୁର ହୋଇ ରୁହନ୍ତି । କୌଣସି କାମ ଧନ୍ଦା ନ କରି ନିଶାରେ ବୁଡୁ ରୁହନ୍ତି ସେ। କିନ୍ତୁ ଶନିବାର ସଂନ୍ଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଆସିଥିବା ନିଜ ସମ୍ପର୍କୀୟ ଖୁଡି ସୁକାନ୍ତିଙ୍କୁ କୌଣସି କାରଣରୁ କଟୁରୀରେ ଆକ୍ରମଣ କରିଥିଲା ଯୁବକ ।  ସୁରେଶଙ୍କ ବାପା ଶରତ ଏହାକୁ ବିରୋଧ କରିବାରୁ ତାଙ୍କୁ ହାଣିବା ସହ ପଡ଼ୋଶୀ ରଞ୍ଜୁଲତା ବିଶ୍ଵାଳ ଓ ପ୍ରମିଳା ବିଶ୍ଵାଳ(ଶାଶୁ-ବୋହୂ)ଙ୍କୁ କଟୁରୀରେ ହାଣି ରକ୍ତାକ୍ତ କରିଥିଲା। ଏହାସହ ଅନ୍ୟ ଜଣେ ପଡୋଶୀଙ୍କୁ ଛାଡି ନଥିଲେ ସୁରେଶ । ଯୁବକଙ୍କ ଦୁଇ ହାତରେ ଦୁଇଟି କଟୁରି ଧରିଥିବାରୁ ପାଖ ପଶିବାକୁ କେହି ସାହସ କରି ନଥିଲେ। ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳେକୁ ସୁରେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ଟିମ୍ ତାକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଯାଇଥିବା ପୋଲିସ କହିଛି ।

Also Read : Odisha News: ପଶୁ-ମଣିଷର ପ୍ରେମ ନିଆରା, ମୃତଦେହକୁ ପାଞ୍ଚଘଣ୍ଟା ଧରି କାନ୍ଦିଲା ମାଙ୍କଡ଼

Also Read : VSSUT Student Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କୁ କରାଯାଇଛି ହତ୍ୟା ! ପୁରୁଷ ବନ୍ଧୁଙ୍କ କଥାରେ...

ସୁରେଶଙ୍କ କଟୁରୀ ଚୋଟରେ ବାପା ଓ ଖୁଡ଼ିଙ୍କ ସମେତ ୫ଜଣଙ୍କୁ ଗୁରୁତର ହୋଇପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । କିନ୍ତୁ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ତେବେ,ଯୁବକଙ୍କ ଏଭଳି କାଣ୍ତ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯୁବକ ଜଣକ ଗିରଫ ହୋଇନ ଥିବାରୁ ଗାଁଲୋକେ ମଧ୍ୟ ଭୟଭିତ ଅବସ୍ଥାରେ ରହିଛନ୍ତି । 

Also Read : Flight Service: ଆଜିଠୁ ରେଶମ ସହରକୁ ଉଡ଼ିଲା ବିମାନ, ଜାଣନ୍ତୁ ସପ୍ତାହକୁ କେତେ ଥର ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ମିଳିବ ଏହି ସେବା?