RS 200 Rupees Note Exchange: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ପୂରଣ କରିବାକୁ ହେବ ଫର୍ମ ଏବଂ ଦେବାକୁ ହେବ ପରିଚୟ ପତ୍ର? ଜାଣନ୍ତୁ ସତ୍ୟତା
Advertisement

RS 200 Rupees Note Exchange: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ପୂରଣ କରିବାକୁ ହେବ ଫର୍ମ ଏବଂ ଦେବାକୁ ହେବ ପରିଚୟ ପତ୍ର? ଜାଣନ୍ତୁ ସତ୍ୟତା

Rs 2000 Note Withdrawn: ଆସନ୍ତା ମେ ୨୩ ତାରିଖରୁ ଲୋକେ ବ୍ୟାଙ୍କ ଠାରେ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ଏହାକୁ ବଦଳାଇ ପାରିବେ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ସ।

 

RS 200 Rupees Note Exchange: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ପୂରଣ କରିବାକୁ ହେବ ଫର୍ମ ଏବଂ ଦେବାକୁ ହେବ ପରିଚୟ ପତ୍ର? ଜାଣନ୍ତୁ ସତ୍ୟତା

How You Can Exchange Rs 2000 Notes From Banks: ଗତ ୨୦୧୬ ବର୍ଷରେ ଦେଶରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିଲା ନୂଆ ୨୦୦୦ ଟଙ୍କିଆ ନୋଟ୍। ହେଲେ ବର୍ତ୍ତମାନ ଆରବିଆଇ ୨୦୦୦ ଟଙ୍କିଆ ନୋଟ ପ୍ରଚଳନର ହଟାଇବାକୁ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ହୋଇଥିବା ଘୋଷଣା ପରେ ମେ ୨୩ ତାରିଖରୁ ଲୋକେ ବ୍ୟାଙ୍କ ଠାରେ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ବିନିମୟ କରିପାରିବେ। ଲୋକେ ଆସନ୍ତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ଠାରେ ୨୦୦୦ ଟଙ୍କିଆ ନୋଟ ଜମା କରି ଏହାକୁ ବଦଳାଇ ପାରିବେ। ହେଲେ ବର୍ତ୍ତମାନ ଏଭଳି ଏକ ଦାବି ମଧ୍ୟ କରାଯାଉଛି ଯେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଲୋକଙ୍କୁ ଏକ ଫର୍ମ ପୂରଣ କରିବା ସହ ସେମାନଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରିବାକୁ ହେବ। ଜାଣନ୍ତୁ ଏହି ଦାବି ପଛରେ ରହିଥିବା ସତ୍ୟତା କ’ଣ? 

ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କ ଉଦ୍ଦେଶ୍ୟରେ ଜାରି ହେଲା ଗାଇଡଲାଇନ୍ସ 
୨୦୦୦ ଟଙ୍କିଆ ନୋଟ୍ ବଦଳାଇବା କିମ୍ବା ଜମା କରିବା ପାଇଁ କୌଣସି ଫର୍ମ ପୂରଣ କିମ୍ବା ପରିଚୟ ପତ୍ର ପ୍ରଦାନ କରିବାର କୌଣସି ଆବଶ୍ୟକତା ନାହିଁ। ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of Indfia) ଏହାର ସମସ୍ତ ଶାଖା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ଏନେଇ କୁହାଯାଇଛି ଯେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ (Exchange of 2000 Rupess Notes) ପାଇଁ କୌଣସି ଫର୍ମ କିମ୍ବା ଆଇଡି କାର୍ଡ ଆବଶ୍ୟକ ନାହିଁ। ମେ ୨୧ ତାରିଖ ରବିବାର ଏସବିଆଇ ଏହାର ସମସ୍ତ ଶାଖାକୁ (SBI Branch) ଏକ ଗାଇଡଲାଇନ ଜାରି କରି କହିଛି ଯେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ ପାଇଁ କୌଣସି ଆବଶ୍ୟକତା ଫର୍ମ ପୂରଣ କରିବାର ଆବଶ୍ୟକତା ନାହିଁ।

Also Read: RBI on 2000 Rupees Note: ୨୦୦୦ ଟଙ୍କିଆ ନୋଟ ବାବଦରେ ଆସିଲା ବଡ଼ ଖବର, ଜାଣନ୍ତୁ କ'ଣ କହିଲା ଆରବିଆଇ

 

କିପରି ବଦଳାଯିବ ୨୦୦୦ ଟଙ୍କିଆ ନୋଟ୍ 
ଏସବିଆଇ କହିଛି ଯେ ମୋଟ ମୂଲ୍ୟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ଗୋଟିଏ ଥରକେ ଜମା କରାଯାଇ ପାରିବ କିମ୍ବା ବଦଳା ଯାଇପାରିବ। ଏହି ସ୍ପଷ୍ଟୀକରଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସେତେବେଳେ ପ୍ରଦାନ କରାଯାଇଛି। ଯେତେବେଳେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଭୁଲ ତଥ୍ୟ ପ୍ରଚାର କରାଯାଇଥିଲା ଯେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଆଧାର କାର୍ଡ ପରି ପରିଚୟପତ୍ର ଦାଖଲ କରିବା ସହିତ ଏକ ଫର୍ମ ମଧ୍ୟ ପୂରଣ କରିବାକୁ ହେବ। ହେଲେ ଏସବିଆଇ ବର୍ତ୍ତମାନ ସ୍ପଷ୍ଟ କରିଛି ଯେ ଲୋକଙ୍କୁ କୌଣସି ଫର୍ମ ପୂରଣ କରିବାକୁ ପଡିବ ନାହିଁ କିମ୍ବା କୌଣସି ପରିଚୟ ପତ୍ର ପ୍ରଦାନ କରିବାକୁ ପଡିବ ନାହିଁ।

ଆପଣଙ୍କୁ କହିରଖୁଛୁ ଯେ, ଗତ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ପକ୍ଷରୁ ହୋଇଥିବା ଘୋଷଣା କରିଛି ଯେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର କରି ନିଆଯିବ। ଆସନ୍ତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଲୋକେ ୨  ହଜାର ଟଙ୍କା ମୂଲ୍ୟର ନୋଟ ବିନିମୟ କରିପାରିବେ କିମ୍ବା ନିଜ ବ୍ୟାଙ୍କ ଖାତାରେ ଜମା କରିପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥାର ୧୯ ଆଞ୍ଚଳିକ କାର୍ଯ୍ୟାଳୟ ୨୦୦୦ ଟଙ୍କିଆ ନୋଟ ନେବା ଆରମ୍ଭ କରିବ। ଆରବିଆଇ କହିଛି ଯେ ଚଳିତ ବର୍ଷ ମେ ୨୩ ତାରିଖରୁ ନୋଟ୍ ବିନିମୟ ଆରମ୍ଭ ହେବ।