West Bengal: ଚର୍ଚ୍ଚାରେ ମଧ୍ୟାହ୍ନ ଭୋଜନ, ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୧୬ ସ୍କୁଲ ଛାତ୍ର
Advertisement
Article Detail0/zeeodisha/odisha1521834

West Bengal: ଚର୍ଚ୍ଚାରେ ମଧ୍ୟାହ୍ନ ଭୋଜନ, ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୧୬ ସ୍କୁଲ ଛାତ୍ର

West Bengal Mid Day Meal: ସରକାରୀ ବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ମଧ୍ୟାନ୍ନ ଭୋଜନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ  ଘୋଷଣା କରିବାର କିଛି ଦିନ ପରେ ଏଭଳି ଘଟଣା ଘଟିଛି। ଯାହା ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି। 

West Bengal: ଚର୍ଚ୍ଚାରେ ମଧ୍ୟାହ୍ନ ଭୋଜନ, ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୧୬ ସ୍କୁଲ ଛାତ୍ର

Snake in Mid Day Meal: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ୧୬ ଜଣ ଛାତ୍ର। ସଦ୍ୟ ପଶ୍ଚିମବଙ୍ଗ ବୀରଭୂମ ଜିଲ୍କାରେ ଘଟିଯାଇଛି ଏଭଳି ଘଟଣା। ଜିଲ୍ଲାର 
ମୟୂରେଶ୍ୱର ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ଏଠାରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବାସନରେ ଏକ ମୃତ ସାପ ମିଳିଛି। ଯାହା ଖାଦ୍ୟକୁ ବିଷାକ୍ତ କରି ଦେଇଥିବା ଜଣାପଡିଛି। ଏଭଳି ବିଷାକ୍ତ ମଧ୍ୟାନ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡିଥିବା ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। 

ସରକାରୀ ବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ମଧ୍ୟାନ୍ନ ଭୋଜନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଥିଲେ। କିଛି ଦିନ ପୂର୍ବେ ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ପିଲାଙ୍କୁ ଚିକେନ ଦେବା କଥା କହିଥିଲେ। ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବାର କିଛି ଦିନ ପରେ ଏଭଳି ଘଟଣା ଘଟିଛି। ଯାହା ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି। 

ବୀରଭୂମ ଜିଲ୍ଲାର ମୟୂରେଶ୍ୱର ଅଞ୍ଚଳର ମଣ୍ଡଳପୁର ପ୍ରାଥମିକ ବିଦ୍ୟାଳୟରେ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଏକ ସାପ ମିଳିଥିଲା। ମଧ୍ୟାହ୍ନ ଭୋଜନ ପାଇଁ ଯେଉଁ ପାତ୍ରରେ ଡାଲି ରନ୍ଧା ହୋଇଥିଲା ସେହି ପାତ୍ରରେ ଏହି ସାପ ମିଳିଥିଲା। ସେତେବେଳକୁ ପ୍ରାୟ ୨୦ ଜଣ ଛାତ୍ରଙ୍କୁ ଖାଦ୍ୟ ପରିବେଷଣ କରାଯାଇ ସାରିଥିଲା। ଯେତେବେଳେ ବାସନରେ ସାପ ମିଳିଲା, ସେତେବେଳେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିଥିବା କର୍ମଚାରୀ ଖାଦ୍ୟ ପରିବେଷଣ ବନ୍ଦ କରି ଦେଇଥିଲେ। ପ୍ରଥମେ ଯେଉଁ ପିଲାଙ୍କୁ ଏହି ଖାଦ୍ୟ ପରସା ଯାଇଥିଲା ତାହାକୁ ନ ଖାଇବାକୁ ପିଲାଙ୍କୁ କହିଥିଲେ ମଧ୍ୟାନ୍ନ ଭୋଜନ କର୍ମଚାରୀ। 

ହେଲେ ସେତେବେଳକୁ କିଛି ପିଲା ଖାଦ୍ୟ ଖାଇ ସାରିଥିଲେ। ହେଲେ ଏହି ଖାଦ୍ୟ ଖାଇଥିବା ୨୦ ଜଣ ପିଲାଙ୍କ ମଧ୍ୟରୁ ୧୬ ଜଣ ବାନ୍ତି କରିବା ଆରମ୍ଭ କରି ଦେଇଥିଲେ। ବିଦ୍ୟାଳୟର କର୍ମଚାରୀ ତୁରନ୍ତ ସେହି ଛାତ୍ରଙ୍କୁ ରାମପୁର ହାଟ ମେଡିକାଲ କଲେଜ ନେଇ ଯାଇଥିଲେ। ଯେଉଁଠି ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପିଲାଙ୍କ ଅଭିଭାବକ ଘଟଣାସ୍ଥଳରେ ପହଞ୍ଚି ହଙ୍ଗାମା କରିଥିଲେ। ଏହି ଘଟଣା ପାଇଁ ସେମାନେ ସ୍କୁଲ ପ୍ରଶାସନକୁ ଦାୟୀ କରିଛନ୍ତି। ଅଭିଭାବକଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ମଣ୍ଡଳପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାରେ ରୋଷେଇ କର୍ମଚାରୀ ଏବଂ ଶିକ୍ଷକ ଅତ୍ୟନ୍ତ ଅସାବଧାନତା ଦେଖାଇଥାନ୍ତି। ଆଜି ରନ୍ଧା ହୋଇଥିବା ଖାଦ୍ୟରେ ଏକ ମଲା ସାପ ଦେଖିବାକୁ ମିଳିଛି। ଅନେକ ପିଲା ଏହାକୁ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। 

ମଧ୍ୟାନ୍ନ ଭୋଜନରୁ ସାପ ମିଳିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଭାବକ ବିଦ୍ୟାଳୟ କର୍ମଚାରୀ ଏବଂ ରୋଷେୟାଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାକ୍ତରଖାନାରେ ପିଲାଙ୍କ ଚିକିତ୍ସା ଜାରି ରହିଛି। ମୟୂରେଶ୍ୱର ବିଡିଓ ଦୀପାଞ୍ଜନ ଜାନା କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଡ଼ିଓ କହିଛନ୍ତି ଯେ ଜିଲ୍ଲାଶିକ୍ଷା ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆମେ ଘଟଣାସ୍ଥଳରେ ଦେଖିଛୁ ଯେ ମଧ୍ୟାହ୍ନ ଭୋଜନରେ ଗଡବଡ଼ ରହିଛି। ଯାହାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।