Road Accident: ସମ୍ପର୍କୀୟଙ୍କ ସୁଧିକ୍ରିୟା ସାରି ଫେରୁଥିଲା ବେଳେ ଖାତକୁ ଖସିଲା କାର୍, ଘଟଣାସ୍ଥଳରେ ଚାଲିଗଲା ୫ ଜୀବନ
Advertisement
Article Detail0/zeeodisha/odisha1713051

Road Accident: ସମ୍ପର୍କୀୟଙ୍କ ସୁଧିକ୍ରିୟା ସାରି ଫେରୁଥିଲା ବେଳେ ଖାତକୁ ଖସିଲା କାର୍, ଘଟଣାସ୍ଥଳରେ ଚାଲିଗଲା ୫ ଜୀବନ

Road Accident: ଭୟଙ୍କର ସଡକ ଦୁର୍ଘଟଣା । ଶବଦାହ କରି ଘରକୁ ଫେରୁ ଥିବା ବେଳେ ଘଟିଲା ବଡ଼ ଧରଣର ଦୁର୍ଘଟଣା(Road Accident)। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପଢନ୍ତୁ ପୁରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ବାଟରେ ଛକି ବସିଥିଲା ଜମ । ଶବଦାହ କରି ଘରକୁ  ଫେରୁ ଥିବା ବେଳେ ଘଟିଲା ବଡ଼ ଧରଣର ଦୁର୍ଘଟଣା(Road Accident)। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଉତ୍ତରାଖଣ୍ତ ତେହେରି ଗରଓ୍ବାଲ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି (Road Accident in uttarakhand) । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି (five killed in road accident) । 

ସୂଚନା ଅନୁସାରେ, ହୋଲଟା ନାଗେଲି ଅଞ୍ଚଳର ନେଲଚମି ପଟି ଗାଁର ଏକ ପରିବାର ନିଜ ସମ୍ପର୍କୀୟ ସୁଧିକ୍ରିୟାରେ ସାମିଲ ହେବା ପାଇଁ ରାଜଗାଁଓକୁ  ଯାଇଥିଲେ। ଏବଂ ସେଠାରେ ସୁଧିକ୍ରିୟା ଶେଷ କରି  ନିଜ ଘରକୁ ଶୁକ୍ରବାର ଦିନ ଫେରୁଥିଲେ। ହେଲେ ହଠାତ୍ ତାଙ୍କ କାରଟି ତେହେରି ଗରଓ୍ବାଲ୍ ଅଞ୍ଚଳରେ ବ୍ରେକ୍ ଫେଲ ହୋଇ ଯାଇଥିଲା ।  ପରେ ଗାଡିଟି ଭାରସାମ୍ୟ ହରାଇ ଏକ ଖାତ ନିକଟକୁ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। କାର ଦୁର୍ଘଟଣାଗ୍ରସ୍ତ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଥିଲା। ସେପଟେ ମୃତଦେହ ଗୁଡିକ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପୋଲିସ୍ ପଠାଇଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । 

Also Read: Horoscope Today: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Also Read: DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିବ ଲଟେରୀ, ହେବେ ମାଲାମାଲା: ଆସନ୍ତା ବୁଧବାର ସରକାର କରିପାରନ୍ତି ଏଭଳି ବଡ଼ ଘୋଷଣା

ନିକଟରେ ଏଭଳି ଦୁଇଟି ଭୟଙ୍କର ଦୁର୍ଘଟଣା ଘଟିଥିଲା ମହାରାଷ୍ଟ୍ରରେ । ଏଥିରେ ପ୍ରାୟ ୧୨ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ଅନେକ ଲୋକେ ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ଗୋଟିଏ ଦୁର୍ଘଟଣା ନାଗପୁର-ପୁଣେ ରାଜପଥରେ ଘଟିଛି। ଏକ ବସ୍‌‌ ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ମଧ୍ୟରେ ଗୁରୁତର ରହିଛନ୍ତି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବୁଲଧାଣା ଜିଲ୍ଲାରେ ହୋଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌‌ଟି ପୁଣେରୁ ବୁଲଧାଣାର ମେହେକର ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ସେହିଭଳି ଆଉ ଏକ ଦୁର୍ଘଟଣା ମହାରାଷ୍ଟ୍ର ଅମରାବତୀ ଜିଲାରେ ଦରୟାପୁର-ଅଞ୍ଜନଗାଁ ରାସ୍ତାରେ ଏକ କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, କାରରେ ଯାଉଥିବା ଯାତ୍ରୀମାନେ ଗୋଟିଏ ପରିବାରର ହୋଇଥିବା ବେଳେ କୌଣସି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦରୟାପୁର ଫେରୁଥିଲେ। ଏହି ସମୟରେ କାର ସହ ଟ୍ରକର ଧକ୍କା ହୋଇଥିଲା।