School News: ନିଆରା ବିଦ୍ୟାଳୟ, ଯେଉଁଠି ସ୍କୁଲ ଫି ନାମରେ ନିଆଯାଏ ନାହିଁ କୌଣସି ଟଙ୍କା, ପିଲାଙ୍କ ଠାରୁ ନିଆଯାଏ ଏହି ଜନିଷ
Advertisement
Article Detail0/zeeodisha/odisha1412147

School News: ନିଆରା ବିଦ୍ୟାଳୟ, ଯେଉଁଠି ସ୍କୁଲ ଫି ନାମରେ ନିଆଯାଏ ନାହିଁ କୌଣସି ଟଙ୍କା, ପିଲାଙ୍କ ଠାରୁ ନିଆଯାଏ ଏହି ଜନିଷ

Unique School of Bihar: ଆମେ ଆପଣଙ୍କୁ ଏପରି ଏକ ବିଦ୍ୟାଳୟ ବାବଦରେ କହୁଛୁ ଯେଉଁଠି ଛାତ୍ରଛାତ୍ରୀଙ୍କ ଠାରୁ କୌଣସି  ସ୍କୁଲ ଫି ନିଆଯାଇ ନଥାଏ। ଏଠାରେ ସ୍କୁଲ ଫି ନାମରେ ଟଙ୍କା ନିଆଯାଏ ନାହିଁ। 

 

School News: ନିଆରା ବିଦ୍ୟାଳୟ, ଯେଉଁଠି ସ୍କୁଲ ଫି ନାମରେ ନିଆଯାଏ ନାହିଁ କୌଣସି ଟଙ୍କା, ପିଲାଙ୍କ ଠାରୁ ନିଆଯାଏ ଏହି ଜନିଷ

Bihar School News: ଆପଣ ନିଶ୍ଚିତ ଭାବେ ଅନେକ ଶିକ୍ଷାନୁଷ୍ଠାନ ବିଷୟରେ ଶୁଣିଥିବେ। ଯେଉଁଠି ମାଗଣାରେ ଶିକ୍ଷାଦାନ କରା ଯାଇଥାଏ। ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ବିଦ୍ୟାଳୟ ବାବଦରେ କହିବାକୁ ଯାଉଛୁ ଯେଉଁଠି ଛାତ୍ରଛାତ୍ରୀଙ୍କ ଠାରୁ କୌଣସି  ସ୍କୁଲ ଫି ନିଆଯାଇ ନଥାଏ। ଏଠାରେ ସ୍କୁଲ ଫି ନାମରେ ଟଙ୍କା ନିଆଯାଏ ନାହିଁ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ।

ବିହାର (Bihar) ଗୟା ଜିଲ୍ଲାର (Gaya District) ବୋଧଗୟା (Bodhgaya) ଠାରେ ଅବସ୍ଥିତ ରହିଛି ଏପରି ବିଦ୍ୟାଳୟ। ଯେଉଁଠରେ ପିଲାଙ୍କୁ ପାଖରୁ କୌଣସି ସ୍କୁଲ ଫି ଆଦାୟ କରାଯାଏ ନାହିଁ। ଏଠାରେ ସେମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯାଏ। ସ୍କୁଲ ଫି ବଦଳରେ ପିଲାଙ୍କ ଠାରୁ ଅଳିଆ ସଂଗ୍ରହ କରାଯାଇଥାଏ। ଏଥିପାଇଁ ସେମାନଙ୍କୁ ଏକ ବ୍ୟାଗ ମଧ୍ୟ ପ୍ରଦାନ କରାଯାଇଛି। ଯେଉଁଥିରେ ସେମାନେ ଶୁଖିଲା ବର୍ଜ୍ୟବସ୍ତୁ ବିଦ୍ୟାଳୟକୁ ଆଣିପାରିବେ। ଜିଲ୍ଲାର ବସାଡ଼ି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେବା ବିଘା ଠାରେ ଏପରି ଏକ ବିଦ୍ୟାଳୟ ରହିଛି। ଯେଉଁଠାରେ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯାଏ। ହେଲେ ସେମାନଙ୍କୁ ଶୁଖିଲା ବର୍ଜ୍ୟବସ୍ତୁ ଆଣିବାକୁ ଆଦେଶ ଦିଆଯାଇଛି। ଏଠାରେ ପଢୁଥିବା ଛାତ୍ରଛାତ୍ରୀ ନିୟମିତ ଭାବେ ଘରୁ ଏବଂ ରାସ୍ତାରୁ ଆଣିଥିବା ଅଳିଆ ଆବର୍ଜନାକୁ ସ୍କୁଲ ଫାଟକ ନିକଟରେ ରଖାଯାଇଥିବା ଡଷ୍ଟବିନ ମଧ୍ୟରେ ପକାଇଥାନ୍ତି। 

Also Read: Madhya Pradesh: ଚର୍ଚ୍ଚାରେ ସରକାରୀ ବିଦ୍ୟାଳୟ ଶିକ୍ଷକଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

ଏହି ବିଦ୍ୟାଳୟ ପଦ୍ମପାନି ଏଜୁକେସନାଲ୍ ଆଣ୍ଡ ସୋସିଆଲ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ହେଉଛି। ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଘରୁ କିମ୍ବା ରାସ୍ତାରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଆଣିଥାନ୍ତି ତାହାକୁ ସ୍କୁଲ ବାହାରେ ରହିଥିବା ଡଷ୍ଟବିନ ମଧ୍ୟରେ ପକେଇଥାନ୍ତି। ପରେ ଏହି ବର୍ଜ୍ୟବସ୍ତୁକୁ ପୁନର୍ବାର ବ୍ୟବହାର କରିବାକୁ ପଠାଯାଏ। ଅଳିଆ ବିକ୍ରୟ କରି ସଂଗୃହିତ ହେଉଥିବା ଅର୍ଥକୁ ପିଲାଙ୍କ ଶିକ୍ଷା, ଖାଦ୍ୟ, ପୋଷାକ ଏବଂ ପୁସ୍ତକ ପାଇଁ ଖର୍ଚ୍ଚ କରା ଯାଇଥାଏ।

ଏହି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନାହିଁ। ହେଲେ ବିଦ୍ୟାଳୟଟି ସୌର ଶକ୍ତି ଦ୍ୱାରା ପରିଚାଳିତ। ଏହି ଅନୁଷ୍ଠାନର ସହ-ପ୍ରତିଷ୍ଠାତା ରାକେଶ ରଞ୍ଜନ କହିଛନ୍ତି ଯେ ଏହି ବିଦ୍ୟାଳୟ ୨୦୧୪ ବର୍ଷରେ ଆରମ୍ଭ ହୋଇଥିଲା। ହେଲେ ଏହି କାର୍ଯ୍ୟ ୨୦୧୪ ବର୍ଷରୁ ଜାରି ରହିଛି। ଏହି ବିଦ୍ୟାଳୟ ବୋଧଗୟା ଅଞ୍ଚଳରେ ଅବସ୍ଥିତ। ଯେଉଁଠାରେ ଦେଶ ତଥା ବିଦେଶରୁ ହଜାର ହଜାର ଭକ୍ତ ପ୍ରତିଦିନ ଆସି ପହଞ୍ଚିଥାନ୍ତି।

Also Read: UP Govt School: ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ମିଳିଲା ଲୁଣ-ଭାତ, ନିଲମ୍ପିତ ହେଲେ ଶିକ୍ଷକ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ମଧ୍ୟ ଦେଶକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା। ବୋଧଗୟା ଅଞ୍ଚଳ ପରିଷ୍କାର ଏବଂ ସୁନ୍ଦର ଦେଖାଯିବା ଆବଶ୍ୟକ। ପ୍ଲାଷ୍ଟିକ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଏହା ଜଳବାୟୁ ପରିବର୍ତ୍ତନର କାରଣ ହୋଇଥାଏ। ଯେତେବେଳେ ପିଲାଙ୍କ ପିତାମାତା ଅଳିଆ ବାଛିଥାନ୍ତି, ସେତେବେଳେ ସେମାନେ ରାସ୍ତାରେ ଅଳିଆ ଫିଙ୍ଗିବା ଠାରୁ ମଧ୍ୟ ଦୂରେଇ ରୁହନ୍ତି। ଏହା ବ୍ୟତୀତ ଆଖପାଖର ଲୋକ ଛାତ୍ରଛାତ୍ରୀ ଅଳିଆ ଉଠାଉଥିବା ବିଷୟରେ ମଧ୍ୟ ଅବଗତ ହୋଇଛନ୍ତି। ଯେଉଁ କାରଣରୁ ଏହି ଅଞ୍ଚଳର ରାସ୍ତାରେ ଆବର୍ଜନା କମ୍ ଦେଖା ଯାଇଥାଏ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୀରା କୁମାରୀ କହିଛନ୍ତି ଯେ ଅଳିଆ ଆକାରରେ ସ୍କୁଲ ଫି ନେବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାଙ୍କୁ ଏକ ଦାୟିତ୍ୱ ଭାବନା ଅନୁଭବ କରାଇବା। ଦିନେ ଏହି ପିଲାମାନେ ବଡ ହେବେ।  ଆଜି ସେମାନେ ପରିବେଶର ବିପଦ ବିଷୟରେ ଅବଗତ ହେଉଛନ୍ତି। ଆମର ଲକ୍ଷ୍ୟ ହେଉଛି ଐତିହାସିକ ଐତିହ୍ୟର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା। ବିଦ୍ୟାଳୟର ଛାତ୍ରଛାତ୍ରୀ ଗାଁର ରାସ୍ତା ପାର୍ଶ୍ୱରେ ଗଛ ମଧ୍ୟ ଲଗାଇଥାନ୍ତି। ଯାହା ଯତ୍ନ ନେବା ହେଉଛି ସେମାନଙ୍କର ଦାୟିତ୍ୱ। ଏହି ବିଦ୍ୟାଳୟର ପିଲାଙ୍କ ଦ୍ୱାରା ଲଗାଯାଇଥିବା ପ୍ରାୟ ୭୦୦ ଚାରା ବର୍ତ୍ତମାନ ବଡ଼ ବଡ଼ ଗଛରେ ପରିଣତ ହୋଇସାରିଛି।

Also Read: Massage Viral Video: ଶ୍ରେଣୀଗୃହରେ ମସାଜ କରି ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ପଦ୍ମପାନି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷାଦାନ କରାଯାଇଥାଏ। ଏହି ବିଦ୍ୟାଳୟ ବିହାର ସରକାରଙ୍କ ଠାରୁ ମଧ୍ୟ ସ୍ୱୀକୃତି ପାଇଛି। ବର୍ତ୍ତମାନ ଗରିବ ପରିବାରର ପ୍ରାୟ ୨୫୦ ପିଲା ଏହି ବିଦ୍ୟାଳୟକୁ ପଢିବାକୁ ଆସୁଛନ୍ତି। ଏହି କାର୍ଯ୍ୟ ପରେ  ପିଲାଙ୍କ ଠାରେ ମଧ୍ୟ ଏକ ଦାୟିତ୍ୱ ଭାବନା ଦେଖାଯାଉଛି। ପିଲାମାନେ ମଧ୍ୟ କହିଛନ୍ତି ଯେ ଆମେ ମଧ୍ୟ ସମାଜରେ କିଛି ଯୋଗଦାନ କରିବାରେ ସକ୍ଷମ ହୋଇପାରିଛୁ।