Road Accident: ରେଳ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ
Advertisement
Article Detail0/zeeodisha/odisha1728009

Road Accident: ରେଳ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

ନୂଆଦିଲ୍ଲୀ: ସାଲାସର-ଫତେହପୁର ରାସ୍ତାରେ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ଫତେହପୁର-ସାଲାସର ରାଜପଥରେ ମରଡାଟୁ ବସଷ୍ଟାଣ୍ଡ ନିକଟରେ ଏକ ଟ୍ରକ୍ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରରେ ଥିବା ଚାର

Road Accident: ରେଳ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

Road Accident: ନୂଆଦିଲ୍ଲୀ: ସାଲାସର-ଫତେହପୁର ରାସ୍ତାରେ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ଫତେହପୁର-ସାଲାସର ରାଜପଥରେ ମରଡାଟୁ ବସଷ୍ଟାଣ୍ଡ ନିକଟରେ ଏକ ଟ୍ରକ୍ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରରେ ଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାନୁସାରେ, କାରରେ ମୃତ ଚାରିଜଣ ଯୋଧପୁରର ବାସିନ୍ଦା ଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଅଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ସଦର ଥାନାଡିକରୀ କୃଷ୍ଣ କୁମାର ଧନକରଙ୍କ ଅନୁଯାୟୀ, ଦୁର୍ଘଟଣା ପୀଡିତ କାର ଯୋଧପୁରରୁ ଫତେହପୁରକୁ ଆସୁଥିବାବେଳେ ଟ୍ରକ ବିପରୀତ ଦିଗରୁ ଆସୁଥିଲା। ଏହି ସମୟରେ ଟ୍ରକ ମରଡାଟୁ ବସଷ୍ଟାଣ୍ଡ ନିକଟରେ ଥିବା ଅନ୍ୟ ଏକ ଗାଡିକୁ ଧକ୍କା ଦେଇ ବିପରୀତ ପାର୍ଶ୍ୱରୁ ଆସୁଥିବା କାରକୁ ଧକ୍କା ଦେଇଥିଲା।

କାରରେ ଫସି ରହିଥିଲା ମୃତଦେହ
କୁହାଯାଉଛି ଯେ କାର ଏବଂ ଟ୍ରକ ମଧ୍ୟରେ ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଟ୍ରକ କାରକୁ କିଛି ଦୂର ପର୍ଯ୍ୟନ୍ତ ଟାଣି ନେଇଥିଲା। କାର ଚାଳକଙ୍କ ସମେତ ଚାରି ଜଣକ ମୃତଦେହ କାରରେ ଫସି ରହିଥିଲା। କୁହାଯାଉଛି ଯେ ଦୁର୍ଘଟଣାର ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ କାର ଭିତରୁ ମୃତଦେହ ବାହାର କରିବା ପାଇଁ କ୍ରେନ ସାହାଯ୍ୟ ନେବାକୁ ପଡିଥିଲା।

ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ବୁଦ୍ଧିଆ ଯୋଧପୁରର ତେଜାରାମ ସିହାଗ (୨୭), କାଲିଆ ଡାକକା ହରିଜନ ବସ୍ତି ଚାନ୍ଦା ଫାଲସା ଯୋଧପୁରର ବାସିନ୍ଦା ଶାହାରୁଖ ଖାନ (୨୪), ରାଜୁ ରିୟାଜ ଖାନ (୩୪) ଓ ରେବନ୍ତ ରାମ ଚୌଧୂରୀ (୨୮) ବୋଲି ଜଣାପଡିଛି। 

ସୂଚନା ଯୋଗ୍ୟ ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଭାରତ ଇତିହାସରେ ସବୁଠାରୁ ମର୍ମନ୍ତୁଦ ରେଳ ଦୁର୍ଘଟଣା ଦେଖିଥିଲା ବିଶ୍ୱ। ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ଉପରେ ଚଢିଯାଇଥିଲା କରମଣ୍ଡଳ ଏକ୍ସପ୍ରେସ। ଏଥିରେ ବେସରକାରୀ ସୂତ୍ର ଅନୁଯାୟୀ ୩୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଥିବା ନେଇ ସୂଚନା ରହିଥିଲା। ଏହାଛଡ଼ା ଅନେକ ଯାତ୍ରୀ ଚାପି ହୋଇ ରହିଛନ୍ତି । ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୧୫ ମିନିଟ୍‌ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଘଟିଛି । 

ବାହାନାଗା ରେଳ ଷ୍ଟେସନର ଲୁପ ଲାଇନରେ ଛିଡ଼ା ହୋଇଥିଲା ମାଲ୍‌ବାହୀ ଟ୍ରେନ୍‌। ଠିକ୍‌ ସେହି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲା। ପ୍ରାୟ ୭ଟି ବଗି ଓଲଟି ପଡ଼ିଥିଲା। ଘନ ଅନ୍ଧକାର ଭିତରେ ଅନେକ ଯାତ୍ରୀ ଚାପି ହୋଇ ଚିତ୍କାର କରୁଛନ୍ତି। ସ୍ଥାନୀୟ ଲୋକେ ଯଥା ସମ୍ଭବ ଚେଷ୍ଟା କରି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଉଛନ୍ତି। ହେଲେ ବର୍ତ୍ତମାନ ରେଳ ବିଭାଗ କିମ୍ୱା ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ।

Also Read: Odisha Train Accident: ଦୁର୍ଘଟଣାର ୫ ଦିନ ପରେ ଆଜିଠୁ ଟ୍ରାକରେ ଦୌଡ଼ିବ କରମଣ୍ଡଳ ଏକ୍ସପ୍ରେସ

Also Read: Ekta Kapoor Birthday: ପିତା ଜିତେନ୍ଦ୍ରଙ୍କ ଏହି ସର୍ତ୍ତ ଲାଗି ଆଜି ଯାଏଁ ବାଡୁଅ ଅଛନ୍ତି ଏକତା କପୁର!

Also Read: Oval Test: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଏହା ହେବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ; ଦୁଇ ବଡ଼ ଖେଳାଳି ପଡିବେ ବାଦ୍!