Odisha Vigilance: ଫୋନ ପେ’ରେ ଲାଞ୍ଚ ନେଇ ସ୍ୱାସ୍ଥ୍ୟ ସୁପରଭାଇଜର ଗିରଫ୍
Advertisement
Article Detail0/zeeodisha/odisha2585243

Odisha Vigilance: ଫୋନ ପେ’ରେ ଲାଞ୍ଚ ନେଇ ସ୍ୱାସ୍ଥ୍ୟ ସୁପରଭାଇଜର ଗିରଫ୍

Odisha Vigilance: ଫୋନ୍‍ ପେ’ ଆପ୍‍ ଯୋଗେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲାର ଜଣେ ସ୍ୱାସ୍ଥ୍ୟ ସୁପର ଭାଇଜର।

Kalahandi Health supervisor arrested

ଭୁବନେଶ୍ୱର: ଫୋନ୍‍ ପେ’ ଆପ୍‍ ଯୋଗେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲାର ଜଣେ ସ୍ୱାସ୍ଥ୍ୟ ସୁପର ଭାଇଜର। ସେ ଥୁଆମୂଳରାମପୁର ବ୍ଲକ୍‍ ମହୁଲପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାଇଟାଲ୍‍ ଷ୍ଟାଟିଟିକ୍ସ ଦାୟିତ୍ୱରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ହେଉଛି ଲକ୍ଷ୍ମୀନାରାୟଣ ମହାରଣା। ଜଣେ ବ୍ୟକ୍ତିଙ୍କଠାରୁ ଜନ୍ମ ପ୍ରମାଣପତ୍ର କରାଇଦେବା ଲାଗି ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ରାଜ୍ୟ ଭିଜିଲାନ୍ସ କାବୁ କରି ମାମଲା ରୁଜୁ କରିଛି। 

ଆଜି ସକାଳେ ଅଭିଯୋଗକାରୀଙ୍କ ସହ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ମହାରଣାଙ୍କ ପାଖରେ ପହଞ୍ଚିଥିଲେ। ଫୋନ୍‍ ପେ’ ଯୋଗେ ୪ ହଜାର ଟଙ୍କା ନେଇ ସାରିବା ପରେ ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ସେ ଜନ୍ମ ପ୍ରମାଣପତ୍ର ପ୍ରଦାନ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କର ଆୟ ବହିର୍ଭୁତ ସମ୍ପତ୍ତି  ବିବରଣୀ ଜାଣିବା ପାଇଁ ତିନୋଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ପରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି।