Entertainment News: ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ “ରଙ୍ଗଶୁର’ ନୂଆ ବର୍ଷ ଉପଲକ୍ଷେ ଆସନ୍ତା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବ। ସେଥିପାଇଁ ପ୍ରଯୋଜନା ସଂସ୍ଥା ତରଫରୁ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ହେଲା ଘୋଷଣା। ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା, ବିନି ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରତାପ ରାଉତ, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ଅଭିନେତା ସମରେଶ ରାଉତରାୟ, ଶୁଭାଶିଷ ଶର୍ମା (ମଣ୍ଟୁ), ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ଶୁଭଶ୍ରୀ ନାୟକ ଏବଂ ସଂବିତ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଯୋଜନା ସଂସ୍ଥା ତରଫରୁ ରଙ୍ଗଶୁର ରାଜ୍ୟର ଏକ ପାରମ୍ପରିକ ଲୋକ ନୃତ୍ୟ ଉପରେ ଆଧାରିତ ଓ ନାରୀ ସଶକ୍ତିକରଣ ଉପରେ ଆଧାରିତ ଭିନ୍ନ ଧରଣର ଫିଲ୍ମ ବଡ଼ ପରଦାରେ ଓଡ଼ିଆ ସିନେ ଦର୍ଶକଙ୍କୁ ଦେଖିବାକୁ ଅନୁରୋଧ କରିଥିଲେ।
ମୁନ୍ ଟିଭି ଓ ପ୍ରକାଶ ଫିଲ୍ମ୍ସ ପ୍ରଯୋଜିତ ଏବଂ ମ୍ୟାକ୍ସିମିଆ ଫିଲ୍ମ ସହ ପ୍ରଯୋଜନା ର ଭାର ସମ୍ଭାଳିଛନ୍ତି। ପ୍ରଯୋଜକ ସଚ୍ଚିକାନ୍ତ ଜେନା ,ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଥିବାବେଳେ ସହ ପ୍ରଯୋଜନା କରିଛନ୍ତି ସୁନୀଲ ଯାଦବ ଏବଂ ପ୍ରତାପ ରାଉତ। କାହାଣୀ, ଚିତ୍ରତ୍ତୋଳନ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ। ରଙ୍ଗଶୁର ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକକଳା ନୃତ୍ୟ ବାଘ ନାଚ ଉପରେ କାହାଣୀ ଆଧାରିତ। ବିଲୁପ୍ତ ପ୍ରାୟ ବାଘ ନାଚ ଉପରେ ଆଧାରିତ ଏ କଥାଚିତ୍ରର କାହାଣୀ ରଙ୍ଗଶୁର।
ରଙ୍ଗ ମାନେ କଲର, ଶୁର ମାନେ ବୀର, ଯୋଦ୍ଧା ବା ବାଘ। ଏହା ଆମ ରାଜ୍ୟରେ ମୁଖ୍ୟତଃ ଗଞ୍ଜାମ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଏହି ବାଘ ନୃତ୍ୟ ପରିବେଷଣ ହୋଇଥାଏ। ବେଙ୍ଗଲ, କର୍ଣ୍ଣାଟକ, କେରଳ, ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର ରାଜ୍ୟ ମାନଙ୍କରେ ମଧ୍ୟ ଏହି ନୃତ୍ୟ ପରିବେଷଣ ହୋଇଥାଏ। ଜାପାନ, ଇଣ୍ଡୋନେସିଆ, ଚୀନ ମଧ୍ୟ ହୋଇଥାଏ । ଏହି ନାଚ କେବେ ଉତ୍ପତି ହୋଇଥିଲା ସେ କଥା ହୁଏତ ସଠିକ ଭାବରେ ବିଶେଷଜ୍ଞମାନେ ମତ ଦେଇପାରୁ ନାହାଁନ୍ତି ତଥାପି ରାଜାରାଜୁଡା ସମୟରେ ରାଜାମାନେ ଯେତେବେଳେ ଯୁଦ୍ଧକୁ ଯାଉଥିଲେ ସେହି ସମୟରେ ମନରେ ଉତ୍ସାହ ଆଣିବା ପାଇଁ, ମନରେ ସାହସ ଦେବା ପାଇଁ ବାଘ ନୃତ୍ୟ ଦେଖିବାକୁ ମିଳେ ବୋଲି ଅନୁମାନ କରାଯାଏ। ଏହି ବାଘ ନୃତ୍ୟ ବୀରତ୍ବର ନୃତ୍ୟ।
ଏହା ଏକ ଲୋକକଳା, ଆମ ମାଟିର ନୃତ୍ୟ ଯାହା ଖୁବ ପ୍ରସିଦ୍ଧ ନୃତ୍ୟ ଭାବେ ପରିଚିତ ଥିଲା। ଏହି ନୃତ୍ୟରେ କେବଳ ଅନ୍ତବସ୍ତ୍ର ପରିଧାନ କରି ଦେହରେ ରଙ୍ଗ ବୋଳି ଏହି ନୃତ୍ୟ ପରିବେଷଣ କରିଥାନ୍ତି। ଜଣେ ଝିଅ ଦେହରେ ରଙ୍ଗ ଲଗାଇ ନୃତ୍ୟ କରୁଛି ଏବଂ ଜଙ୍ଗଲକୁ କେମିତି ସୁରକ୍ଷା ଦେଉଛି ତାହା ହିଁ ଚଳଚ୍ଚିତ୍ରର ମୁଖ୍ୟ କାହାଣୀ। ବାଘ ବଞ୍ଚିଲେ ବଞ୍ଚିବ ଜଙ୍ଗଲ, ଜଙ୍ଗଲ ବଞ୍ଚିଲେ ବଞ୍ଚିବୁ ଆମେ ବାର୍ତ୍ତା ନେଇ ଏହି ବାଘ ନୃତ୍ୟ ଉପରେ ଆଧାରିତ କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁର।