Titanic Ship: ଜାରି ହେଲା ଟାଇଟାନିକ୍ ଜାହାଜର ବିରଳ ଫୁଟେଜ୍, କିପରି ଦେଖାଯାଉଥିଲା ଜାହାଜର ଧ୍ୱଂସାବଶେଷ?
Advertisement
Article Detail0/zeeodisha/odisha1581127

Titanic Ship: ଜାରି ହେଲା ଟାଇଟାନିକ୍ ଜାହାଜର ବିରଳ ଫୁଟେଜ୍, କିପରି ଦେଖାଯାଉଥିଲା ଜାହାଜର ଧ୍ୱଂସାବଶେଷ?

Titanic Ship  History: ଟାଇଟାନିକ ଜାହାଜ ବୁଡ଼ିଯିବା ଘଟଣା ଆଧୁନିକ ଇତିହାସର ଅନ୍ୟତମ ପ୍ରସିଦ୍ଧ ଦୁଃଖଦ ଘଟଣା। ୧୯୧୨ ମସିହା ଅପ୍ରେଲ୍ ୧୪-୧୫ ତାରିଖରେ ଏହାର ପ୍ରଥମ ଯାତ୍ରା ସମୟରେ ଟାଇଟାନିକ ଜାହାଜ ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ି ଯାଇଥିଲା। 

Titanic Ship:  ଜାରି ହେଲା ଟାଇଟାନିକ୍ ଜାହାଜର ବିରଳ ଫୁଟେଜ୍, କିପରି ଦେଖାଯାଉଥିଲା ଜାହାଜର ଧ୍ୱଂସାବଶେଷ?

Titanic Ship Video: ନିଜ ସମୟର ସବୁଠାରୁ ଆଧୁନିକ, ବିଶାଳ ଏବଂ ଅତି ସୁନ୍ଦର ଟାଇଟାନିକ୍ ଜାହାଜ ବିଷୟରେ ଜାଣିବାକୁ ଲୋକଙ୍କ ମଧ୍ୟରେ ସର୍ବଦା ଆଗ୍ରହ ରହିଛି। ୧୯୯୭ ମସିହାରେ ସମାନ ନାମର ହିଟ୍ ଫିଲ୍ମ ସହିତ ଚଳଚ୍ଚିତ୍ର ନିର୍ମାତା ଜେମ୍ସ କ୍ୟାମେରନ୍ ଏହାକୁ ବିଶ୍ୱରେ ପରିଚିତ କରାଇଥିଲେ। ଆଜକୁ ୧୧୧ ବର୍ଷେ ତଳେ ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ି ଯାଇଥିବା ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରାଯାଇଛି। ଗତ ୧୯୧୨ ମସିହା ଅପ୍ରେଲ ୧୪ ତାରିଖରେ ଟାଇଟାନିକ ଜାହାଜ ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ି ଯାଇଥିଲା।  ଆଟଲାଣ୍ଟିକ୍ ମହାସାଗରର ତଳ ଭାଗରେ ପ୍ରାୟ ୧୩ ହଜାର ଫୁଟ ଗଭୀରରେ ଟାଇଟାନିକ ଜାହାଜର ଧ୍ୱଂସାବଶେଷ ପଡ଼ି ରହିଥିବା କୁହାଯାଏ। 

ବିଶ୍ୱର ଏହି ଚମତ୍କାରି ଯାତ୍ରୀବାହୀ ଜାହାଜର ନୂତନ ଏବଂ ପ୍ରଥମ ପ୍ରକାରର ଫୁଟେଜ୍ ବିଶ୍ୱ ସାମ୍ନାକୁ ଆସିଛି। ଯାହା ଧ୍ୱଂସାବଶେଷ ଖରାପ ହେବାର ଦଶନ୍ଧି ପୂର୍ବରୁ ଟାଇଟାନିକ୍ ଜାହାଜ କିପରି ଦେଖାଯାଉଥିଲା ତାହା ଜାଣିବାରେ ସହାୟକ ହୋଇପାରିବ। ୧୯୮୬ ମସିହାରେ ରେକର୍ଡ ହୋଇଥିବା ଫୁଟେଜ୍ ଇନଷ୍ଟାଗ୍ରାମ ମାଧ୍ୟମରେ NowThis ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା କିଟ୍ ୱିନ୍ସଲେଟ୍ ଏବଂ ଲିଓନାର୍ଡୋ ଡିକାପ୍ରିଓଙ୍କ ଅଭିନୀତ ଟାଇଟାନିକ୍ ଚଳଚ୍ଚିତ୍ରର ୨୫ ତମ ବାର୍ଷିକୀ ଅବସସରେ ଏହି ଫୁଟେଜ ଜାରି କରାଯାଇଛି। 

ଯଦିଓ ଏହାକୁ ହାଇ-ରିଜୋଲ୍ୟୁସନ୍ ଫୁଟେଜ୍ ପାଇଁ ବ୍ୟବହାର କରାଯାଇପାରିବ, ହେଲେ ଏହା ସେପରି ନଥିଲା। ଏହି ଫୁଟେଜ୍ ମାଧ୍ୟମରେ ଏହା ଦର୍ଶାଯାଇଛି ଯେ କ୍ୟାମେରା ମାଧ୍ୟମରେ ଯାହା ଦେଖାଇବାକୁ ଚେଷ୍ଟା କରାଯାଇଛି, ତାହାକୁ କେବଳ ଭୟାନକ ବୋଲି କୁହାଯାଇପାରେ। ଉଡସ୍  ହୋଲ୍ ଓସେନିକ୍ ଇନଷ୍ଟିଚ୍ୟୁସନ୍ ଅଭିଯାନର ନେତୃତ୍ୱ ନେଇଥିବା ଡକ୍ଟର ରବର୍ଟ ବଲାର୍ଡ ପ୍ରଥମ ଥର ପାଇଁ ଟାଇଟାନିକ୍ସ ସାମ୍ନାକୁ ଆସିବା ପରେ ଏ ସମ୍ପର୍କରେ ଉଲ୍ଲେଖ କରିଥିଲେ। 

ଫୁଟେଜ ମାଧ୍ୟମରେ କୁହାଯାଇଛି ଯେ ଟାଇଟାନିକ୍ ଯେଉଁଠାରେ ବୁଡ଼ି ଯାଇଛି ତାହା ଖୋଜିବାକୁ ଚେଷ୍ଟା କରାଯିବା ପରେ ଅନୁସନ୍ଧାନକାରୀ ୧୯୮୫ ମସିହାରେ ଏହାକୁ ଖୋଜିବାରେ ସକ୍ଷମ ହୋଇଥିଲେ। ଡ. ବଲାର୍ଡ ପ୍ରଥମେ ୧୯୮୫ ମସିହାରେ ଜାହାଜର ଫଟୋଗ୍ରାଫି କରିଥିଲେ ଏବଂ ଏହାର ଫୁଟେଜ୍ କ୍ୟାପଚର କରିବାକୁ ୯ ମାସ ପରେ ପୁଣି ଥରେ ସମୁଦ୍ରର ସେହି ସ୍ଥାନକୁ ଯାଇଥିଲେ। ଯେଉଁଠାରେ ଟାଇଟାନିକ ଜାହାଜ ବୁଡ଼ିଯାଇଥିଲା। 

 
 
 
 

 
 
 
 
 
 
 
 
 
 
 

A post shared by NowThis (@nowthisnews)

ପ୍ରାୟ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମୁଦ୍ରରେ ବୁଡ଼ି ରହିବା ପରେ ମଧ୍ୟ ଟାଇଟାନିକ୍ ଜାହାଜର ମହାନତାକୁ ଦେଖି ଇଣ୍ଟରନେଟ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏନେଇ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଲେଖିଛନ୍ତି, 'ଅବିଶ୍ୱସନୀୟ। ମୁଁ ଇଚ୍ଛା କରୁଛି ମୁଁ ଟାଇଟାନିକ ଜାହାଜକୁ ବାସ୍ତବ ଜୀବନରେ ଦେଖିପାରିବି। ଟାଇଟାନିକ ଜାହାଜ ବୁଡ଼ିଯିବା ଘଟଣା ଆଧୁନିକ ଇତିହାସର ଅନ୍ୟତମ ପ୍ରସିଦ୍ଧ ଦୁଃଖଦ ଘଟଣା। ୧୯୧୨ ମସିହା ଅପ୍ରେଲ୍ ୧୪-୧୫ ତାରିଖରେ ଏହାର ପ୍ରଥମ ଯାତ୍ରା ସମୟରେ ଟାଇଟାନିକ ଜାହାଜ ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୫୦୦ ଯାତ୍ରୀଙ୍କ ଏବଂ ଜାହାଜ କର୍ମଚାରୀ ପ୍ରାଣ ହରାଇଥିଲେ।