Odisha News: ସୁନା ବ୍ୟବସାୟଙ୍କଠାରୁ ସୁନା ଓ ଟଙ୍କା ଲୁଟ ଘଟଣା: ୪ ଗିରଫ, ସୁନା ଅଳଙ୍କାର ଜବତ
Advertisement
Article Detail0/zeeodisha/odisha2617327

Odisha News: ସୁନା ବ୍ୟବସାୟଙ୍କଠାରୁ ସୁନା ଓ ଟଙ୍କା ଲୁଟ ଘଟଣା: ୪ ଗିରଫ, ସୁନା ଅଳଙ୍କାର ଜବତ

Odisha News: ଗ୍ୟାଙ୍ଗରେ ଥିବା ୩ଜଣ ସଦସ୍ୟ ଏକ ବାଇକରେ ଆସି ଗାଡିକୁ ଅଟକାଇ ଥିଲେ। ଜନଶୂନ୍ୟ ସ୍ଥାନର ସୁଯୋଗ ନେଇ ମାରପିଟ କରି ଗାଡ଼ିରେ ଥିବା ୪ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ଏନେଇ ସ୍ୱରୂପ ଦାସ ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି।

Odisha News: ସୁନା ବ୍ୟବସାୟଙ୍କଠାରୁ ସୁନା ଓ ଟଙ୍କା ଲୁଟ ଘଟଣା: ୪ ଗିରଫ, ସୁନା ଅଳଙ୍କାର ଜବତ
Odisha News: (ଅଭୟ ମହାନ୍ତି) ବାରିପଦା ସହରର ସୁନା ଅଳଙ୍କାର ବ୍ୟବସାୟଙ୍କ ଠାରୁ ସୁନା ଓ ଟଙ୍କା ଲୁଟ ଘଟଣାର ପର୍ଦାଫାସ କରିଛି ବାରିପଦା ସଦର ଥାନା ପୁଲିସ । ବାଇକରେ ଆସି ହାଇୱେରୁ ସୁନା ଅଳଙ୍କାର ଲୁଟ କରିଥିବା ଗ୍ୟାଙ୍ଗର ୪ଜଣ ସଦସ୍ୟକୁ ଧରିଥିବାରେ ସଫଳ ହୋଇଛନ୍ତି। ଗିରଫମାନେ ହେଲେ ଗ୍ୟାଙ୍ଗର ମାଷ୍ଟ୍ରର ମାଇଣ୍ଡ ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଅଞ୍ଚଳର ସଞ୍ଜୀବ ସାହୁ ବିବେକ ବେହେରା ଅନୁଭବ କର ଓ ଜୟଦେବ ଦାସ ଏନେଇ ବାରିପଦା ସଦର ଥାନାରେ ଶନିବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି।
 
ସୂଚନାଯୋଗ୍ୟ, ବାରିପଦା ଟାଉନ ଥାନା ଅନ୍ତର୍ଗତ ଲାଲବଜାର ଅଞ୍ଚଳର ସୁନା ଅଳଙ୍କାର ବ୍ୟବସାୟୀ ସ୍ୱରୂପ ଦାସ ଗତ ଜାନୁଆରୀ ୨୧ତାରିଖ ରାତିରେ ବ୍ୟବସାୟିକ କାର୍ଯ୍ୟ ନିମନ୍ତେ କଲିକତା ଯାଉଥିଲେ। ଏକ କାର ଭଡା ସୂତ୍ରରେ ନେଇ କଲିକତା ଯାଉଥିବା ବେଳେ ରାତି ପ୍ରାୟ ୧ ପରେ ମଞ୍ଚାବନ୍ଧା ଠାରେ ଜାତୀୟ ରାଜପଥରେ ଲୁଟ କରିଥିଲେ। ଗ୍ୟାଙ୍ଗରେ ଥିବା ୩ଜଣ ସଦସ୍ୟ ଏକ ବାଇକରେ ଆସି ଗାଡିକୁ ଅଟକାଇ ଥିଲେ। ଜନଶୂନ୍ୟ ସ୍ଥାନର ସୁଯୋଗ ନେଇ ମାରପିଟ କରି ଗାଡ଼ିରେ ଥିବା ୪ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ଏନେଇ ସ୍ୱରୂପ ଦାସ ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି।
 
ତେବେ ଉକ୍ତ କାରର ଚାଳକ ସଞ୍ଜୀବ ସାହୁ ଓରଫ ଜିତୁ କିଛି ସମୟ ବ୍ୟବଧାନରେ ଫୋନ ଯୋଗେ ଗ୍ୟାଙ୍ଗ ସଦସ୍ୟଙ୍କ ସହ କଥା ହୋଇ ସ୍ଥାନ ବାବଦରେ ସୂଚନା ଦେଉଥିଲେ। ଯାହାକୁ ନେଇ ତାଙ୍କ ଉପରେ ସ୍ୱରୂପ ଦାସଙ୍କ ସନ୍ଦେହକ୍ରମେ ପୁଲିସ ମୋବାଇଲ ଯାଞ୍ଚ କରି ଅନ୍ୟମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତଙ୍କ ଘରେ ପୁଲିସ ଚଢ଼ାଉ କରି ଲୁଟ ହୋଇଥିବା ସୁନା ଅଳଙ୍କାର ଓ ଟଙ୍କା ଉଦ୍ଧାର କରାଯାଇଛି। ବାରିପଦା ସଦର ଥାନାରେ ମାମଲା ରୁଜୁ କରି ୪ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଏହା ସହିତ ଏକ କାର, ବାଇକ, ମୋବାଇଲ ଆଦି ଜବତ କରାଯାଇଛି।