Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ଫିଲ୍ମ ନିର୍ମାତା
Advertisement
Article Detail0/zeeodisha/odisha2617266

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ଫିଲ୍ମ ନିର୍ମାତା

Entertainment News: କଳା ଜଗତରୁ ଆସିଲା ଦୁଃଖଦ ଖବର। ଅକାଳରେ ଚାଲିଗଲେ ଜଣାଶୁଣା ଫିଲ୍ମ ନିର୍ମାତା ତଥା କଳାକାର ସାଫି। 

 Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ଫିଲ୍ମ ନିର୍ମାତା

Entertainment News: କଳା ଜଗତରୁ ଆସିଲା ଦୁଃଖଦ ଖବର। ଅକାଳରେ ଚାଲିଗଲେ ଜଣାଶୁଣା ଫିଲ୍ମ ନିର୍ମାତା ତଥା କଳାକାର ସାଫି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତେବେ, ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ତେବେ, ମିଳିଥିବା ସୂଚନା ଅନୁସାରେ, ସେ ମେଡିକାଲରେ ଚିକିତ୍ସାଧିନ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ହେଲେ ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି। ତେବେ, ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ଫ୍ୟାନ୍ସ ଓ କଳାକାରମାନେ ପହଞ୍ଚିଛନ୍ତି। କେବେଳ ସେତିକି ନୁହେଁ, ତାଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଜଣାଯାଉଛି। 

ALSO READ: ସୁଇମିଙ୍ଗ୍ ପୁଲ୍-ରୁ ଭାଇରାଲ୍ ହେଲା ଅନୁଭବଙ୍କ ବନ୍ଧୁ ଜାଗ୍ରୃତି ଶୁକ୍ଲାଙ୍କ ଏହି ଭିଡିଓ! ଦେଖନ୍ତୁ

 

ALSO READ: Budh Gochar 2025: ଫେବୃଆରୀରେ ଏହିସବୁ ରାଶିଙ୍କ ଉପରେ ଟଙ୍କା ବର୍ଷା କରିବେ ବୁଧ, ପୂରଣ ହେବ ସବୁ ସ୍ବପ୍ନ !

ସୂଚନା ଅନୁସାରେ,  ନିର୍ମାତା ସାଫିଙ୍କୁ ଗତ ଜାନୁଆରୀ ୧୬ ତାରିଖ ଦିନ ଏକ ଷ୍ଟୋକ୍ ଆସିଥିଲା। ପରେ ପରିବାଲ ଲୋକେ ତାଙ୍କୁ କୋଚିର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ବ୍ରେନ୍ ସର୍ଜରୀ ମଧ୍ୟ କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ସେ ଭେଣ୍ଟିଲେଟରରେ ମଧ୍ୟ ଗତ କିଛି ଦିନ ପାଇଁ ରହିଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ସେ ମେଡିକାଲ୍ ରେ ଆଖି ବୁଜିଛନ୍ତି। ଏହି ଖବର ଜଣାପଡିବା ପରେ ସୋସିଆଲ୍ ମିଡିଆରେ ତାଙ୍କ ଫ୍ୟାନ୍ସ ଓ କଳାକାରମାନେ ଶ୍ରଦ୍ଧାଞ୍ଜଳୀ ଦେବା ଆରମ୍ଭ କରିଥିଲେ। 

ଆଜି ସକାଳୁ ତାଙ୍କ ମର ଶରୀରକୁ ସାଧାରଣ ଦର୍ଶନ ପାଇଁ ତାଙ୍କ ବାସଭବନକୁ ଅଣାଯାଇଛି। ଆଜି ଅପରାହ୍ନ ୪ ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ତାଙ୍କର ପତ୍ନୀ ଶର୍ମିଳା ଓ ତାଙ୍କ ଦୁଇ ଝିଅ ଅଲିମା, ସଲୀମା ସାଫିଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି।  

ସଫି ମାଲାୟଲମ୍ ଫିଲ୍ମ ଜଗତର ଜଣାଶୁଣା ନିର୍ମାତା (ପ୍ରଯୋଜକ) ଥିଲେ। ସେ ଏନର୍ଜାକୁଲ୍-ରେ ୧୯୮୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସାଫି ଫିଲ୍ମ ନିର୍ଦ୍ଦେଶକ ଓ ଲେଖକ ରଫିଙ୍କ ସାନ ଭାଇ ଥିଲେ। ୧୯୯୦ ମସିହାରେ ସେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ୨୦୦୧ ମସିହାରେ କମେଡି ଫିଲ୍ମ 'ଓ୍ବାନ୍ ମ୍ୟାନ୍ ସୋ' (One Man Show)ର ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ।  ପରେ ମାୟାବି, ଲଲିପପ୍, ଚିତାମ୍-ବିନାଡୁ ଓ ମ୍ୟାରି କୋଣ୍ତୋରୁ କନ୍-ଜାଡୁ (Marykkundoru Kunjaadu) ଫିଲ୍ମର ମଧ୍ୟ ନିର୍ଦ୍ଦେଶକ ଥିଲେ। ଏହା ବ୍ୟତିତ ସେ ଆମେରିକା ଭଳି ଦେଶରେ ମଧ୍ୟ ମଂଚ ନାଟକ ପରିବେଷଣ କରିଥିଲେ।