Sundar Pichai Net Worth: ଏତେ କୋଟିର ମାଲିକ Google CEO ସୁନ୍ଦର ପିଚାଇ, ସମ୍ପତ୍ତିରେ ପଛରେ ପଡିଯିବେ କ୍ରିକେଟର ଓ ବଲିଉଡ଼ ଷ୍ଟାର !
Advertisement

Sundar Pichai Net Worth: ଏତେ କୋଟିର ମାଲିକ Google CEO ସୁନ୍ଦର ପିଚାଇ, ସମ୍ପତ୍ତିରେ ପଛରେ ପଡିଯିବେ କ୍ରିକେଟର ଓ ବଲିଉଡ଼ ଷ୍ଟାର !

Sundar Pichai Net Worth News In Odia: ଗୁଗଲ ସିଇଓ ସୁନ୍ଦର ପିଚାଇ (Google CEO Sundar Pichai) । ଗୁଗଲର ସିଇଓ ହୋଇଥିଲେ ମଧ୍ୟ ପିଚାଇ (Sundar Pichai) ବହୁତ ସରଳ ଜୀବନ ଯାପନ କରନ୍ତି । ତେବେ, ଆଜି ଆମେ ଆପଣଙ୍କୁ ଏହି ଗୁଗଲ ସିଇଓଙ୍କ ସମ୍ପତ୍ତି କେତେ ରହିଛି , ସେନେଇ ଜଣାଇବୁ । ସୁନ୍ଦରଙ୍କ ସମ୍ପତ୍ତି ଆଗରେ ବହୁ ନାମୀଦାମୀ କ୍ରିକେଟର ଓ ଷ୍ଟାର ମଧ୍ୟ ପଛରେ ପଡିଯିବେ । ତେବେ, ଆସନ୍ତୁ ଜାଣିବା କେତେ କୋଟି ଟଙ୍କାର ମାଲିକ ହେଉଛନ୍ତି ଗୁଗଲ ସିଓଇ ସୁନ୍ଦର ପିଚାଇ ।  ପଢନ୍ତୁ ଏହି ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Sundar Pichai Net Worth News In Odia: ଗୁଗଲ ସିଇଓ ସୁନ୍ଦର ପିଚାଇ (Google CEO Sundar Pichai) । ଆପଣ ତାଙ୍କ ବିଷୟରେ ଉଣା ଅଧିକ ଜାଣିଥିବେ ନିଶ୍ଚୟେ। ଗୁଗଲର ସିଇଓ ହୋଇଥିଲେ ମଧ୍ୟ ପିଚାଇ  (Sundar Pichai) ବହୁତ ସରଳ ଜୀବନ ଯାପନ କରନ୍ତି । ତେବେ, ଆଜି ଆମେ ଆପଣଙ୍କୁ ଏହି ଗୁଗଲ ସିଇଓଙ୍କ ସମ୍ପତ୍ତି କେତେ ରହିଛି , ସେନେଇ ଜଣାଇବୁ । ସୁନ୍ଦରଙ୍କ ସମ୍ପତ୍ତି ଆଗରେ ବହୁ ନାମୀଦାମୀ କ୍ରିକେଟର ଓ ଷ୍ଟାର ମଧ୍ୟ ପଛରେ ପଡିଯିବେ । ତେବେ, ଆସନ୍ତୁ ଜାଣିବା କେତେ କୋଟି ଟଙ୍କାର ମାଲିକ ଗୁଗଲ ସିଓଇ ସୁନ୍ଦର ପିଚାଇ । ଏବଂ ସେ ବର୍ଷକୁ ତେକେ କୋଟି ଟଙ୍କା ପ୍ୟାକେଜ୍ ତାଙ୍କର ରହିଛି ।  ପଢନ୍ତୁ ଏହି ରିପୋର୍ଟ।...

ସୁନ୍ଦର ପିଚାଇଙ୍କ ମୋଟ୍  ସମ୍ପତ୍ତିର ମୂଲ୍ୟ କେତେ ?
ସୁନ୍ଦର ପିଚାଇ  (Sundar Pichai) କେବଳ ଗୁଗୁଲର ସିଇଓ ନୁହଁନ୍ତି ବରଂ (Alphabet) ଆଲଫାବେଟର ମୁଖ୍ୟ ମଧ୍ୟ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ସୁନ୍ଦର ପିଚାଇଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କୌଣସି ଏକ ବଡ ଶିଳ୍ପପତିଙ୍କ ଠାରୁ କମ୍ ନୁହେଁ । ବର୍ତ୍ତମାନ, ସୁନ୍ଦର ପିଚାଇଙ୍କର ସମ୍ପତ୍ତିର ମୂଲ୍ୟ ୧୦୨୧୫  (10215) କୋଟି ଟଙ୍କାର ବୋଲି ଜଣାପଡିଛି। 

ଏହାବି ପଢନ୍ତୁ : Kendujhar News: ଛୁଟିରେ ଘରକୁ ଆସି ଜୀବନ ହାରିଲେ କନେଷ୍ଟବଳ, କାରଣ ଜାଣିଲେ ଟାଙ୍କୁରି ଉଠିବ ଲୋମ

ଏହାବି ପଢନ୍ତୁ : Shani Upay: ଶନିବାର ଦିନ କରନ୍ତୁ ଏହି ସବୁ କାମ, କଟିବ ଶନିଦଶା,ହେବ ଟଙ୍କାର ବର୍ଷା!

ସୁନ୍ଦର ପିଚାଇର ବାର୍ଷିକ ଆୟ କେତେ?
ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ରୋଜଗାର ବିଷୟରେ କହିବାକୁ ଗଲେ ତାଙ୍କର ବାର୍ଷିକ ଆୟ ଅର୍ଥାତ୍ ବାର୍ଷିକ ପ୍ୟାକେଜ୍ ହେଉଛି ୧୮୮୦ କୋଟି ଟଙ୍କା । ଏହା ସହିତ ସୁନ୍ଦର ଆଲଫାବେଟିକ୍  ଆଇଏନସି (Alphabet Inc)କୁ ମଧ୍ୟ ଦେଖୁଛନ୍ତି । ତେଣୁ ସେ ଆଲଫାବେଟରୁ ମଧ୍ୟ ଯଥେଷ୍ଟ ପରିମାଣ ପାରିଶ୍ରମିକ ପାଆନ୍ତି । ଏକ ରିପୋର୍ଟ ଅନୁଯାୟୀ, ସୁନ୍ଦର ପିଚାଇଙ୍କ ମୌଳିକ ବେତନ ୧୫ କୋଟି ଟଙ୍କା ହୋଇଥିବାବେଳେ ଗୁଗୁଲ ତାଙ୍କୁ ୧୮୬୫ କୋଟି ଟଙ୍କା ମୂଲ୍ୟର ସେୟାର ଦେଇଛି।

ତିନି ବର୍ଷରେ ୨ ମିଲିୟନ ଦରମା ବୃଦ୍ଧି ହୋଇଛି:
ତିନି ବର୍ଷ ମଧ୍ୟରେ ତାଙ୍କ ଦରମା ଦୁଇ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି । ତେବେ, ଏଠାରେ ଆମେ କହି ରଖିବୁ ଯେ, ସୁନ୍ଦର ପିଚାଇ ୨ ଅକ୍ଟୋବର ୨୦୧୫ ରେ ଗୁଗୁଲ୍ ସିଇଓଙ୍କ ଦାୟିତ୍ବ  ଗ୍ରହଣ କରିଥିଲେ। ସେ କମ୍ପାନୀରେ ଏହି ପଦବୀରେ କାମ କରିବାର ୮ ବର୍ଷରୁ ଅଧିକ ସମୟ ବିତିଗଲାଣି । ସେ ବିଶ୍ୱର ସର୍ବାଧିକ ରୋଜଗାର କରୁଥିବା ସିଇଓ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ନିକଟରେ ଅଭିନେତାଙ୍କ ପୈତୁକ ଘର ବିକ୍ରି ହୋଇଛି:

ଶୁକ୍ରବାର ଦିନ ସୁନ୍ଦର ଚେନ୍ନାଇ ସ୍ଥିତ ତାଙ୍କର ଏକ ପୈତୃକ ଘର  ବିକ୍ରି ହୋଇଛି।  ତେବେ ଏହି ଘରକୁ ତାମିଲ ଅଭିନେତା ତଥା ପ୍ରଯୋଜକ ସି ମଣିକନ୍ଦନ ତାହାକୁ କିଣିଛନ୍ତି। ଚେନ୍ନାଇର ଅଶୋକ ନଗରରେ ସେହି ଘର ରହିଛି। ନିଜର ପ୍ରଥମ ଘର କିଣିବା ଲାଗି ମଣିକନ୍ଦନ ଉଦ୍ୟମ କରୁଥିଲେ। ‌ଯେତେବେଳେ ସେ ଜାଣିଲେ ଯେ, ପିଚାଇ ଜନ୍ମ ହୋଇ ବଢ଼ିଥିବା ଘର ବିକ୍ରି ହେଉଛି, ତୁରନ୍ତ ସେ ତାହାକୁ କିଣି ନେଇଥିଲେ। ମଣିକନ୍ଦନ କହିଛନ୍ତି ଯେ, ପିଚାଇ ଆମ ଦେଶକୁ ଗର୍ବିତ କରିଛନ୍ତି। ‌ସେ ବଢ଼ିଥିବା ଘରେ ରହିବା ଜୀବନର ଏକ ବହୁତ ବଡ଼ ଉପଲବ୍ଧି। ତେବେ,  ପିଚାଇ ପରିବାରର ସରଳ ଜୀବନଯାପନ ମଣିକନ୍ଦନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। ସୁନ୍ଦରଙ୍କ ମା’ ମଣିକନ୍ଦନଙ୍କ ପାଇଁ ଫିଲ୍‌ଟର କଫି ତିଆରି କରିଥିଲେ। ପ୍ରଥମ ସାକ୍ଷାତରେ ତାଙ୍କ ବାପା ଘରର କାଗଜପତ୍ର ଦେଇଥିଲେ। ସେମାନଙ୍କ ନମ୍ର ବ୍ୟବହାର ମୋତେ ବେଶ ପ୍ରଭାବିତ କରିଥିଲା ବୋଲି ମଣିକନ୍ଦନ କରିଛନ୍ତି। ଘରର ପଞ୍ଜୀକରଣ କରିବା ଲାଗି ସୁନ୍ଦରଙ୍କ ବାପା ପଞ୍ଜୀକରଣ କାର୍ଯ୍ୟାଳୟରେ ବହୁ ସମୟ ଅପେକ୍ଷା କରିଥିଲେ। ସେ ସବୁ ଟିକସ ମଧ୍ୟ ଦେଇଥିଲେ। ଘରର କାଗଜପତ୍ର ହସ୍ତାନ୍ତର କରିବା ବେଳେ ତାଙ୍କ ବାପା ଭାବବିହ୍ବଳ ହୋଇପଡ଼ିଥିଲେ। ଏହି ଘରେ ସୁନ୍ଦର ବଢ଼ିଥିଲେ। ୧୯୮୯ରେ ଆଇଆଇଟି ଖଡ଼ଗପୁରରେ ପାଠପଢ଼ିବା ଲାଗି ସେ ଘର ଛାଡ଼ିଥିଲେ। ୨୦ ବର୍ଷ ପର୍ଯ୍ୟନ୍ତ ସୁନ୍ଦର ସେହି ଘରେ ଥିଲେ। ଗତ ଡିସେମ୍ବରରେ ସୁନ୍ଦର ଚେନ୍ନାଇ ଆସିଥିଲେ ଓ ଘରର ନିରାପତ୍ତାରକ୍ଷୀଙ୍କୁ କିଛି ନଗଦ ଟଙ୍କା ଓ ଘରକରଣା ସାମଗ୍ରୀ ଦେଇଥିଲେ।