Sukesh chandrashekhar: ମହାଠକ ସୁକେଶର ମହାନତା, ବାହାନଗା ଦୁର୍ଘଟଣା ଲାଗି ପ୍ରଦାନ କରିବ ଏତିକି କୋଟି ଟଙ୍କା
Advertisement
Article Detail0/zeeodisha/odisha1741407

Sukesh chandrashekhar: ମହାଠକ ସୁକେଶର ମହାନତା, ବାହାନଗା ଦୁର୍ଘଟଣା ଲାଗି ପ୍ରଦାନ କରିବ ଏତିକି କୋଟି ଟଙ୍କା

Sukesh chandrashekhar: ଜେଲରେ ସଜା କାଟୁଥିବା ସୁକେଶ ଭାରତୀୟ ରେଳୱେକୁ ନିକଟରେ ଲେଖିଥିବା ଏହି ଚିଠିକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଛି । ପ୍ରକୃତରେ, ଦିଲ୍ଲୀ ସ୍ଥିତ ମାଣ୍ତୋଲି ଜେଲରେ ଥିବା ସୁକେଶ ନିକଟରେ ଓଡ଼ିଶାରେ ଘଟିଥିବା ଛାତିଥରା କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାରେ ପୀଡ଼ିତ ତଥା ମୃତକଙ୍କ ପରିବାରୁ ରିଲିଫ ଯୋଗାଇଦେବା ଲାଗି ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛି ।

ସୌ(ସୋସିଆଲ ମିଡିଆ)

Sukesh chandrashekhar: ଜେଲରେ ରହି ଭାରତୀୟ ରେଳୱେ (Indian railway department) ନାଁରେ ଚିଠି ଲେଖିଲା ମହାଠକ ସୁକେଶ (Sukesh chandrashekhar) । ମହାଠକ ସୁକେଶର ଏହି ଚିଠି ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଆଜ୍ଞା ହିଁ, ଜେଲରେ ସଜା କାଟୁଥିବା ସୁକେଶ ଭାରତୀୟ ରେଳୱେକୁ ନିକଟରେ ଲେଖିଥିବା ଏହି ଚିଠିକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଛି । ପ୍ରକୃତରେ, ଦିଲ୍ଲୀ ସ୍ଥିତ ମାଣ୍ତୋଲି ଜେଲରେ ଥିବା ସୁକେଶ ନିକଟରେ ଓଡ଼ିଶାରେ ଘଟିଥିବା ଛାତିଥରା କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାରେ (Odisha train accident) ପୀଡ଼ିତ ତଥା ମୃତକଙ୍କ ପରିବାରୁ ରିଲିଫ ଯୋଗାଇଦେବା ଲାଗି ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛି ।

ସୂଚନାଯୋଗ୍ୟ, ନିଜ ଓକିଲ ମାଧ୍ୟମରେ ପଠାଇଥିବା ଏହି ଚିଠିରେ ସୁକେଶ ଲେଖିଛି ଯେ, ଏହା ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଅଟେ, ଯାହା ମୋତେ ସଂମୂର୍ଣ୍ଣ ଭାଙ୍ଗି ଦେଇଛି । ଗତ କିଛି ଦିନ ହେବ ମୋର ମନ ଭଳ ନାହିଁ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଅଟ,  ଯିଏ ଏହି ଦୁର୍ଘଟଣାରେ ନିଜ ନିକଟ ସମ୍ପକୀୟ ବା ପରିଜନଙ୍କୁ ହରାଇଛନ୍ତି । ଏହା ସହ ମହାଠକ ସୁକେଶ, ଏହି ଚିଠିରେ କେନ୍ଦ୍ର ସରକାର (central government) ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁର୍ଘଟଣା ପରେ ଯୋଗାଇଥିବା ରିଲିଫ କାର୍ଯ୍ୟ ପାଇଁ ପ୍ରଶଂସା କରିଛି ଲେଖିଛି, ଦୁର୍ଘଟଣା ପରେ ହୋଇଥିବା ରିଲିଫ କାର୍ଯ୍ୟ ଦେଖି ମୁଁ ଅତ୍ୟନ୍ତ ଗର୍ବତ ଅନୁଭବ କରିଛି । ପ୍ରଧାନମନ୍ତ୍ରୀ (Narendra Modi) ନିଜେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଯେଉଁ ଭଳି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଥିଲେ, ତାହା ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ଏହା ବ୍ୟତୀତ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Ashwini Vaishnaw) ନିଜେ ଘଟଣାସ୍ଥଳରେ ରହି, ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଯେଉଁ ଭଳି ଦିନରାତି ଲୋକଙ୍କ ସହ ଛିଡ଼ା ହୋଇଥିଲେ, ତାହା ମଧ୍ଯ ଏକ ଗର୍ବର କଥା ଅଟେ । ସେ ଆଉ ମଧ୍ଯ ଲେଖିଛି 'ପ୍ରଭାବିତ ଲୋକଙ୍କୁ ସରକାର ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଉଛନ୍ତି, କିନ୍ତୁ ଜଣେ ଦାୟିତ୍ବବାନ ତଥା ଉତ୍ତମ ନାଗରିକ ଭାବେ ମୁଁ ମଧ୍ୟ ମୋ ପାଣ୍ଠିରୁ ୧୦ କୋଟି ଟଙ୍କା ଦାନ କରିବାକୁ ଚାହୁଁଛି । ଏହି ଦୁର୍ଘଟଣାରେ ନିଜ ପରିବାର ଓ ପ୍ରିୟଜନଙ୍କୁ ହରାଇ ବେସାହାରା ହୋଇପଡ଼ିଥିବା ପୀଡ଼ିତ ପରିବାର, ଶିଶୁ, ଆଗାମୀ ଯୁବପିଢୀଙ୍କ ଶିକ୍ଷା ପାଇଁ ଏହି ଅର୍ଥ ଉପଯୋଗୀ ହେବ। ଏହି ଟଙ୍କା ସେହି ପିଲାମାନଙ୍କର ଶିକ୍ଷା ପାଇଁ ଖର୍ଚ୍ଚ କରାଯାଉ ଯାହାର ପିତାମାତା ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି’ ।

Also Read-NEET Result 2023: ଗଙ୍ଗା ମାତାଙ୍କ ବରଦାନ, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗଙ୍ଗା ଆଳତୀ କରୁଥିବା ଯୁବକ

Also Read-7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିବ ଡବଲ ଲଟେରୀ, ଏତିକି ଟଙ୍କା ବଢିବାକୁ ଯାଉଛି ଦରମା

ଚନ୍ଦ୍ରଶେଖର (Sukesh chandrashekhar) କହିଛି, ତା ନିକଟରେ ଥିବା ଅନେକ ସଂଗଠନ ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟରେ କାର୍ଯ୍ୟ କରୁଛନ୍ତି। 'ମୋର ଶ୍ରଦ୍ଧା ଫାଉଣ୍ଡେସନ, ଚନ୍ଦ୍ରଶେଖର କ୍ୟାନସର ଫାଉଣ୍ଡେସନ, ଏଲଏସ ଶିକ୍ଷା ସ୍ୱାସ୍ଥ୍ୟ, ଶିକ୍ଷା ମୁଖ୍ୟତଃ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇଥାଏ । ଯାହାଦ୍ୱାରା କାହାକୁ ଭୋକିଲା ଶୋଇବାକୁ ପଡ଼ିବ ନାହିଁ।' ସେ ପ୍ରଦାନ କରିବାକୁ ଚାହୁଁଥିବା ରାଶି ଗ୍ରହଣ କରିବା ଲାଗି ସେ ରେଳ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Also Read-Morning Breakfast: ସକାଳୁ ଉଠିବା ପରେ ପ୍ରଥମେ କ'ଣ ଖାଇବା ଉଚିତ୍ ?