Papu pom pom: ଷ୍ଟେଜ ଉପରେ ପପୁ ପମପମଙ୍କୁ ପଥର ମାଡ଼, ଭାଙ୍ଗିଗଲା...
Advertisement
Article Detail0/zeeodisha/odisha1577715

Papu pom pom: ଷ୍ଟେଜ ଉପରେ ପପୁ ପମପମଙ୍କୁ ପଥର ମାଡ଼, ଭାଙ୍ଗିଗଲା...

Papu pom pom News In Odia: ଷ୍ଟେଜରେ ହଟହଟା । ଦର୍ଶକଙ୍କ ସାମ୍ନାରେ ଥିବାବେଳେ ଷ୍ଟେଜ ତଳୁ ତାଙ୍କୁ ପଥର ମାଡ଼ ହୋଇଛି। ଅବଶ୍ୟ ଏହି ଘଟଣାରେ ପପୁଙ୍କ ଦେହରେ ଆଘାତ ଲାଗିନି । ତଥାପି ଆୟୋଜକଙ୍କ ଏକ ବଡ଼ କ୍ଷତି ହୋଇଛି। ହେଲେ କେଉଁ କାରଣରୁ ଷ୍ଟେଜ ଉପରେ ପଥର ମାଡ଼ କରାଯାଇଛି ଏବେ ଯାଏ ସ୍ପଷ୍ଟ ହୋଇନି। 

Papu pom pom: ଷ୍ଟେଜ ଉପରେ ପପୁ ପମପମଙ୍କୁ ପଥର ମାଡ଼, ଭାଙ୍ଗିଗଲା...

Papu pom pom: ଓଡି଼ଆ ହାସ୍ୟଅଭିନେତା ପପୁ ପମପମଙ୍କ ଉପରେ ପୁଣି ରାଗିଗଲେ ଦର୍ଶକ । ହେଲେ ଏଥର କେଉଁ କାରଣରୁ ଦର୍ଶକ ତାଙ୍କ ଉପରେ କ୍ରୋଧାନ୍ୱିତ ହୋଇଛନ୍ତି ତାହା ଜଣାପଡ଼ିନାହିଁ । ହେଲେ ପପୁ ପମପମ୍ ଷ୍ଟେଜ ଉପରେ ଥିବା ଏହି ପଥର ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ଟି ହେଉଛି ଗତକାଲି ଅର୍ଥାତ୍ ଶିବରାତ୍ରୀ ସଂଧ୍ୟା ସମୟର ।  ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଗତକାଲି ରାତିରେ ଜାଗର ଯାତ୍ରା ଅବସରରେ ଆୟୋଜିତ ସାସ୍କୃତିକ କାଯ୍ୟକ୍ରମକୁ ପପୁ ଅତିଥି ହୋଇଆସିଥିଲେ । ତେବେ ମାଇକ ଧରି ଦର୍ଶକଙ୍କ ସହ କଥାବାର୍ତ୍ତା ସମୟରେ ହିଁ ଷ୍ଟେଜ ଉପରେ ଥିବା ପପୁଙ୍କ ଉପରେ ପଥରମାଡ ହୋଇଥିଲା ।

ତେବେ ପଥର ଟି ସୌଭାଗ୍ୟବଶତଃ ପପୁଙ୍କ ଦେହରେ ବାଜିନାହିଁ । ପଥରଟି ପପୁଙ୍କ କାନ୍ଧ ଠାରୁ କିଛି ଇଞ୍ଚ ଦୂରରେ ଉଡ଼ିଯାଇ ଡିଜିଟାଲ ବୋର୍ଡରେ ବାଜିବାରୁ ତାହା ଭାଙ୍ଗି ଯାଇଥିଲା । ଆଉ ସେହି ପଥର ଷ୍ଟେଜ ଉପରେ ଥିବା ଆଉ ଜଣେ ଯୁବକଙ୍କ ଦେହରେ ବାଜିଥିଲା । ଯେଉଁଥିପାଇଁ ସୁରକ୍ଷା ଦଷ୍ଟିରୁ ପପୁଙ୍କୁ କାର୍ଯ୍ୟକ୍ରମ ଅଧାରୁ ଛାଡିବାକୁ ପଡିଥିଲା । ତେବେ କେଉଁ କାରଣରୁ ପପୁଙ୍କୁ ପଥର ମାଡ ହୋଇଥିଲା ତାହା ସ୍ପଷ୍ଟ ନହୋଇଥିଲେ ବି ଏବେସୁଦ୍ଧା ସ୍ଥାନୀୟ ଥାନାରେ ମଧ୍ୟ ଏନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଜିଛି । ସେପଟେ କିଏ ଏହି ପଥର ମାଡ଼ କରିଛି ତାଙ୍କୁ ଚିହ୍ନଟ କରାଯାଇନାହିଁ। ଏହି ପଥର ମାଡ଼ର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ତେବେ ଏହି ଘଟଣା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଏହି ହାସ୍ୟ ଅଭିନେତାଙ୍କୁ ଆକ୍ରମଣ କରାଯାଇଛି। ୨୦୧୬ ମସିହାରେ ମଧ୍ୟ ପପୁ ପମପମ୍ ଏମିତି ପରିସ୍ଥିତିର ସାମ୍ନା କରିଛନ୍ତି । ଜଗନ୍ନାଥଙ୍କ ନାଁରେ ବିବାଦୀୟ ବୟାନ ପାଇଁ ଫସିଥିଲେ କମେଡି କିଙ୍ଗ ପପୁ ପମ ପମ । ଏହାପରେ ପୁରା ରାଜ୍ୟ ସାରା ଲୋକ ନିନ୍ଦା କରିଥିଲେ । ଘରୁ ବାହାରିବା ମାତ୍ରେ ତାଙ୍କ ମୁହଁରେ କାଳି ବୋଳାଯାଇଥିଲା । ସେହିପରି ଏହି ଘଟଣାରେ ପପୁଙ୍କ ଘରକୁ ହିନ୍ଦୁ ସେନା ଟମାଟୋ ମାଡ଼ କରିଥିଲ । ପପୁ ପମ୍ ପମ୍ ପୁରୀ ଯାଇ ଶ୍ରୀମନ୍ଦିରରେ କ୍ଷମା ମାଗିବାକୁ ଦାବି ହୋଇଥିଲା । ତେବେ କିଛି ଦିନ ପରେ ଏହି ଘଟଣା ଶାନ୍ତ ପଡ଼ିଥିଲା । 

ସେହିପରି ପପୁଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ପାଇଁ ବିବାଦ ଘେରକୁ ଆସିଥିଲେ ପପୁ। ଅନ୍ୟପଟେ ନାବାଳିକା କାଷ୍ଟିଂ କାଉଚ ମାମଲାରେ ଫସିଥିଲେ କମେଡି କିଙ୍ଗ । ପରେ ଦୀର୍ଘ ୬ ବର୍ଷ ପରେ ତାଙ୍କୁ ଆଶ୍ୱସ୍ତି ମିଳିଥିଲା । ଅର୍ଥାତ୍ ଏହି ମାମଲାରେ ପପୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ ବୋଲି ସାବ୍ୟସ୍ତ ହୋଇଥିଲେ । 

Also Read: ରିଲ ବନାଇବା ପଡ଼ିଲା ମହଙ୍ଗା, ବିଦା ହେଲେ ବାଳୁଙ୍ଗା

Also Read: ଆପଣଙ୍କ ହାତରେ ରହିଛି କି ଏପରି କିଛି ରେଖା, ଯାହା ଆପଣଙ୍କୁ ଭବିଷ୍ୟତରେ କରିବ କୋଟିପତି