Senegal Bus Accident: ଭୀଷଣ ସଡ଼କ ଦୁର୍ଘଟଣା: ଗଧକୁ ବଞ୍ଚାଇବାକୁ ଯାଇ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୨ ମୃତ, ୨୦ ଗୁରୁତର
Advertisement

Senegal Bus Accident: ଭୀଷଣ ସଡ଼କ ଦୁର୍ଘଟଣା: ଗଧକୁ ବଞ୍ଚାଇବାକୁ ଯାଇ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୨ ମୃତ, ୨୦ ଗୁରୁତର

Senegal Bus Accident: ଗତ ରବିବାର ଦିନ ଆଫ୍ରିକାର ସେନେଗାଲରେ ଏକ ଭୀଷଣ ଦୁର୍ଘଟଣା ଘଟିଥିଲା । ସେନେଗାଲରେ ଦୁଇଟି ବସ୍ ମଧ୍ୟରେ ଟକ୍କର ହେବା ଫଳରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ସେନେଗାଲ ସରକାର ଦେଶରେ ତିନି ଦିନ ପାଇଁ ଜାତୀୟ ଶୋକ ଘୋଷଣା କରିଥିଲେ । 

Senegal Bus Accident: ଭୀଷଣ ସଡ଼କ ଦୁର୍ଘଟଣା: ଗଧକୁ ବଞ୍ଚାଇବାକୁ ଯାଇ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୨ ମୃତ, ୨୦ ଗୁରୁତର

Senegal Bus Accident: ଆଫ୍ରିକୀୟ ସେନେଗାଲ (Senegal) ରେ ସଡ଼କ ଦୁର୍ଘଟଣା ବନ୍ଦ ହେବାର ନାଁ ନେଉନାହିଁ । ଗତକାଲି (ସୋମବାର) ଅର୍ଥାତ ଜାନୁଆରୀ ୧୬ ଏକ ବସ୍ ଗଧକୁ ବଞ୍ଚାଇବାକୁ ଯାଇ ଟ୍ରକକୁ ଟକ୍କର ମାରିଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୨୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୦ ଜଣ ଆହତ ହୋଇଥିବା ସୂଚନା ରହିଛି । ସେନେଗାଲର ରାଷ୍ଟ୍ରପତି ମୌକି ସୋଲ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ଦୁର୍ଘଟଣା ଦେଶର ଉତ୍ତରରେ ଥିବା ନେଗୁନ୍ ସାର ନିକଟରେ ଘଟିଛି । ଗତ ସପ୍ତାହରେ କାଫ୍ରିନ୍ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ରାଷ୍ଟ୍ରପତି ଜାତୀୟ ଶୋକ ଘୋଷଣା କରିଥିଲେ ।

ରାଷ୍ଟ୍ରପତି ମ୍ୟାକି ସୋଲ କହିଛନ୍ତି ଯେ, "ଆମ ରାସ୍ତାରେ ଆଉ ଏକ ଭୀଷଣ ଦୁର୍ଘଟଣା ଘଟିଛି । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ହୃଦୟରୁ ସମବେଦନା । ମୁଁ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି ।" ପୋଲିସ ଅଧିକାରୀ କହିଛନ୍ତି ଯେ,  ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଅଗ୍ନିଶମ ବିଭାଗର କମାଣ୍ଡର ଲେ ଓସେନାଉ ନାଦିୟେ କହିଛନ୍ତି ଯେ, ବସ୍ ସମ୍ମୁଖରେ ହଠାତ୍ ଏକ ଗଧ ଆସିଯାଇଥିଲା, ତାକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଦୁର୍ଘଟଣାର ଘଟିଛି ।

ଅଧିକ ପଢ଼ନ୍ତୁ:-କ୍ରିକେଟରେ ଏହି ୧୧ଟି ଉପାୟରେ ଆଉଟ ହୋଇଥାଏ ଖେଳାଳୀ, ଏହି ଉପାୟରେ ଆଜି ପର୍ଯ୍ୟନ୍ତ କେହି ହୋଇନାହାଁନ୍ତି ଆଉଟ୍

ଅଧିକ ପଢ଼ନ୍ତୁ:-ପ୍ରଥମେ ପ୍ରେମ ଜାଲରେ ଛାତ୍ରଙ୍କୁ ଫସାଇଲା, ରୁମକୁ ଡାକି କଲା ନିବସ୍ତ୍ର, ତା’ପରେ ଲୁଟିଲେ...

ଏଠାରେ କହି ରଖୁଛୁ ଯେ, ଗତ ରବିବାର ଦିନ ଆଫ୍ରିକାର ସେନେଗାଲରେ ଏକ ଭୀଷଣ ଦୁର୍ଘଟଣା ଘଟିଥିଲା । ସେନେଗାଲରେ ଦୁଇଟି ବସ୍ ମଧ୍ୟରେ ଟକ୍କର ହେବା ଫଳରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଏହି ଦୁର୍ଘଟଣା (Senegal Bus Accident) ରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ସେନେଗାଲ ସରକାର (Senegal Govt) ଦେଶରେ ତିନି ଦିନ ପାଇଁ ଜାତୀୟ ଶୋକ ଘୋଷଣା କରିଥିଲେ । ରବିବାର ସକାଳେ କେନ୍ଦ୍ରୀୟ ସେନେଗାଲ (Central Senegal) ର କାଫ୍ରିନ୍‌ (Kafrin) ରେ ଥିବା ଜାତୀୟ ରୋଡ୍ ନମ୍ବର ୧ରେ ଏହି ଦୁର୍ଘଟଣା ଘଟିଥିଲା । 

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ରବିବାର ସକାଳ ପ୍ରାୟ ୩.୧୫ ସମୟରେ ସେନେଗାଲ ସେଣ୍ଟ୍ରାଲ (Central Senegal) ର କାଫ୍ରିନରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ କାଫ୍ରିନ୍‌ର ନ୍ୟାସନାଲ ରୋଡ୍ ନମ୍ବର ୧ରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇଟି ବସ୍ ଧକ୍କା ହେବା ପରେ ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଏହାସହ ସ୍ଥାନୀୟ ଲୋକମାନେ ନିଜ ନିଜ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ବାହାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ଯେଉଁଠାରେ ଡାକ୍ତରମାନେ ୪୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଅନ୍ୟ ୧୦୦ରୁ ଅଧିକ ଆହତଙ୍କ ଚିକିତ୍ସା ଡାକ୍ତରଖାନାରେ ଚାଲିଛି । ବସ୍ ମୋରିଟାନିଆ ସୀମା ନିକଟ ରୋସୋ ସହରକୁ ଯାଉଥିଲା ।

କୁହାଯାଉଛି ଯେ ବସ୍ କାଫ୍ରିନରେ ଗାନିବି ଗ୍ରାମ ନିକଟରେ ପହଞ୍ଚିଥିଲା ସେହି ସମୟରେ ଆଗରୁ ଆସୁଥିବା ଏକ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ବସରେ ୬୦ ଜଣ ଲୋକ ବସିବାର କ୍ଷମତା ରହିଥିଲେ । ଦୁର୍ଘଟଣା ସମୟରେ ବସରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ସମ୍ପର୍କରେ କୌଣସି ଆଧିକାରୀକ ସୂଚନା ମିଳିପାରି ନାହିଁ । ଘଟଣାର କାରଣ ଏକ ବସର ଟାୟାର ଫାଟିବା ବୋଲି କୁହାଯାଉଛି ।