Russia Ukraine War: ପୋଲାଣ୍ଡ ଉପରେ ପଡ଼ିଲା ଋଷର ମିସାଇଲ, ୨ ମୃତ; ମସ୍କୋ ଉପରେ NATO କରିବ ଆକ୍ରମଣ?
Advertisement

Russia Ukraine War: ପୋଲାଣ୍ଡ ଉପରେ ପଡ଼ିଲା ଋଷର ମିସାଇଲ, ୨ ମୃତ; ମସ୍କୋ ଉପରେ NATO କରିବ ଆକ୍ରମଣ?

Russia Ukraine War: ଋଷର ନ୍ୟୁଜ୍ ଏଜେନ୍ସି କହିଛି ଯେ, ୟୁକ୍ରେନ ସୀମାରେ ଥିବା ଲବଲିନ୍ ଭୋଇଭୋଡଶିପ୍ ସ୍ଥିତ ପ୍ରେଜଭୋଡୋ ଅଞ୍ଚଳରେ ଦୁଇଟି ରକେଟ୍ ଖସିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଓ ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସେପଟେ ଏହି ଘଟଣା ପରେ ଆମେରିକା ଋଷକୁ କଡ଼ା ଚେତାବନୀ ଦେଇଛି ।

Russia Ukraine War: ପୋଲାଣ୍ଡ ଉପରେ ପଡ଼ିଲା ଋଷର ମିସାଇଲ, ୨ ମୃତ; ମସ୍କୋ ଉପରେ NATO କରିବ ଆକ୍ରମଣ?

Russia Ukraine War: ଋଷ ଓ ୟୁକ୍ରେନ ମଧ୍ୟରେ ଚଳିତ ବର୍ଷ ଫେବୃଆରୀ ମାସରୁ ଯୁଦ୍ଧ (Russia Ukraine War) ଲାଗି ରହିଛି । ଦିନକୁ ଦିନ ଏହି ଯୁଦ୍ଧ ଆହୁରି ଭୀଷଣ ହେବାର ଲାଗିଛି । ଏହା ମଧ୍ୟରେ ଋଷ ଦ୍ୱାରା ମାଡ଼ କରାଯାଇଥିବା ଦୁଇଟି ମିସାଇଲ ବା କ୍ଷେପଣାସ୍ତ୍ର ୟୁକ୍ରେନ ସୀମା ନିକଟ ନାଟୋ (NATO) ସଦସ୍ୟ ଦେଶ ପୋଲାଣ୍ଡ (Poland) ଅଞ୍ଚଳରେ ପଡ଼ିଛି । ସ୍ପୁଟନିକ୍ ନ୍ୟୁଜ୍ ଏଜେନ୍ସି ପୋଲାଣ୍ଡ ଗଣମାଧ୍ୟମରୁ ମିଳିଥିବା ସୂଚନା ଆଧାରରେ ଏହି ଖବର ପ୍ରଦାନ କରିଛି । ଋଷର ନ୍ୟୁଜ୍ ଏଜେନ୍ସି କହିଛି ଯେ, ୟୁକ୍ରେନ ସୀମାରେ ଥିବା ଲବଲିନ୍ ଭୋଇଭୋଡଶିପ୍ (Lublin Voivodeship) ସ୍ଥିତ ପ୍ରେଜଭୋଡୋ ଅଞ୍ଚଳରେ ଦୁଇଟି ରକେଟ୍ ଖସିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଓ ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସେପଟେ ଏହି ଘଟଣା ପରେ ଆମେରିକା ଋଷକୁ କଡ଼ା ଚେତାବନୀ ଦେଇଛି ।

ସର୍ବଶେଷ ସୂଚନା ଅନୁଯାୟୀ, ଏହି ଘଟଣା ପରେ ପୋଲାଣ୍ଡ ଋଷର ରାଷ୍ଟ୍ରଦୂତଙ୍କୁ ଡକାଇଛି । ଏ ବାବଦରେ ପୋଲାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ମନ୍ତ୍ରଣାଳୟର ମୁଖପାତ୍ର ଲୁକଜ ଜସିନା କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ଆମେ ତୁରନ୍ତ ବିସ୍ତୃତ ବିବରଣୀ ମାଗିଛୁ । ନଭେମ୍ବର ୧୫ରେ ଋଷରୁ ୟୁକ୍ରେନ ଉପରେ ପ୍ରବଳ ଗୁଳି ବର୍ଷା ହୋଇଥିଲା ଓ ସେନା ମଧ୍ୟ ତାର ଗଠନମୂଳକ ସଂରଚନାକୁ ନଷ୍ଟ କରିଦେଇଛି । ଦିନ ୩.୪୦ ମିନିଟରେ ଲୁବଲିନ୍ ପ୍ରଦେଶର ହ୍ରୁବିଜୋ ଜିଲ୍ଲାର ପ୍ରେଜଭୋଡୋ (Przewodów) ଗାଁରେ ଋଷ ନିର୍ମିତ କ୍ଷେପଣାସ୍ତ୍ର ଖସିଛି । ଏହାର ପରିଣାମ ସ୍ୱରୂପ ପୋଲାଣ୍ଡର ଦୁଇ ନାଗରିକଙ୍କ ମୃତ୍ୟୁ ଘଟିଛି । ସେଥିପାଇଁ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ଜିବିଗ୍ନି ରାଉ ତୁରନ୍ତ ଋଷର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ଘଟଣାର ବିସ୍ତୃତ ବିବରଣୀ ମାଗିଛନ୍ତି ।

ନାଟୋର ଆର୍ଟିକାଲ ୫ କ’ଣ କହେ?

NATO ସମ୍ପୂର୍ଣ୍ଣ ନାମ ହେଉଛି ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ । ଏହା ୟୁରୋପୀୟ ଓ ଉତ୍ତର ଆମେରିକୀୟ ଦେଶର ଏକ ସାମରିକ ଓ ରାଜନୈତିକ ମେଣ୍ଟ । ନାଟୋ ଚୁକ୍ତିର ଆର୍ଟିକାଲ ୫ରେ କୁହାଯାଇଛି ଯେ, ଯଦି କୌଣସି ନାଟୋ ଦେଶ ଉପରେ ଆକ୍ରମଣ ହୁଏ, ତେବେ ବାକି ନାଟୋ ସଦସ୍ୟ ଦେଶମାନେ ଏହି ଆକ୍ରମଣକୁ ସମସ୍ତ ସଦସ୍ୟଙ୍କ ଉପରେ ଆକ୍ରମଣ ବୋଲି ମନେ କରିବେ । ସହଯୋଗୀ ଦେଶକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବେ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆମେରିକା, ଫ୍ରାନ୍ସ, ବେଲଜିୟମ, ଲକ୍ସେମବର୍ଗ, ବ୍ରିଟେନ, ନେଦରଲ୍ୟାଣ୍ଡ, କାନାଡା, ଡେନମାର୍କ, ପୋଲାଣ୍ଡ, ଆଇସଲ୍ୟାଣ୍ଡ, ଇଟାଲୀ, ନରୱେ ଏବଂ ପର୍ତ୍ତୁଗାଲ ସମେତ ନାଟୋ ସଂଗଠନରେ ୩୦ଟି ଦେଶ ସାମିଲ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଏପରି ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା

ଅଧିକ ପଢ଼ନ୍ତୁ:-ମଧୁମେହକୁ ସନ୍ତୁଳିତ କରେ ପିଜୁଳି ପତ୍ର, ଏସବୁ ରୋଗ ପାଇଁ ବି ହୋଇଥାଏ ରାମବାଣ

ଅଧିକ ପଢ଼ନ୍ତୁ:-ଋଷଭ ପନ୍ତ ବଢ଼ାଇଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟେନସନ! ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ସାମିଲ ଅଛନ୍ତି ଏହି ୩ ୱିକେଟକିପର

ସେପଟେ ଆମେରିକା କହିଛି ଯେ, ନାଟୋ ସଦସ୍ୟ ପୋଲାଣ୍ଡରେ ଏହି କ୍ଷେପଣାସ୍ତ୍ର ଖସିବା  ଘଟଣାର ଅନୁସନ୍ଧାନ କରାଯାଉଛି । ଏହା ସହିତ ଆମେରିକା ପୋଲାଣ୍ଡ କର୍ତ୍ତୃପକ୍ଷଙ୍କ ସହ ଏହି ପ୍ରସଙ୍ଗରେ ନିରନ୍ତର ଆଲୋଚନା କରୁଛି । ସେ ଋଷକୁ ମଧ୍ୟ ଚେତାବନୀ ଦେଇଛି । ନାଟୋ ସେକ୍ରେଟେରୀ ଜେନେରାଲ୍ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଯେ, ଆମେ ନାଟୋ ଅଞ୍ଚଳର ପ୍ରତ୍ୟେକ ଇଞ୍ଚକୁ ରକ୍ଷା କରିବୁ । ତେବେ ହ୍ୱାଇଟ ହାଉସ କହିଛି ଯେ, ପୋଲାଣ୍ଡରୁ ଆସୁଥିବା ରିପୋର୍ଟକୁ ଆମେ ନିଶ୍ଚିତ କରିପାରିବୁ ନାହିଁ । ଆମ ଦଳ ପୋଲାଣ୍ଡ ସରକାରଙ୍କ ସହ ଅଧିକ ସୂଚନା ସଂଗ୍ରହ ପାଇଁ କାର୍ଯ୍ୟ କରୁଛି ।