Russia Ukraine War: ଯୁଦ୍ଧ ବେଳେ ଜେଲ ଗଲେ ଛାତ୍ର; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement

Russia Ukraine War: ଯୁଦ୍ଧ ବେଳେ ଜେଲ ଗଲେ ଛାତ୍ର; ଜାଣନ୍ତୁ ପୁରା ଘଟଣାକ୍ରମ

Russian Court Sentenced Moscow State University Student: ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବା ବେଳେ ଋଷୀୟ କୋର୍ଟ ରାଜଧାନୀ ମସ୍କୋ ଠାରେ ଅବସ୍ଥିତ ବିଶ୍ୱବିଦ୍ୟାଳୟର ଜଣ ଛାତ୍ରଙ୍କୁ  ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

Russia Ukraine War: ଯୁଦ୍ଧ ବେଳେ ଜେଲ ଗଲେ ଛାତ୍ର; ଜାଣନ୍ତୁ ପୁରା ଘଟଣାକ୍ରମ

Moscow State University Student Sent to Jail: ବିଗତ ୨ ବର୍ଷ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଋଷିଆ ସେନା କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରିବା ଜାରି ରଖିଛି। ଅନ୍ୟପକ୍ଷରେ ୟୁକ୍ରେନ ସେନା ମଧ୍ୟ ପଛ ହଟିବାକୁ ପ୍ରସ୍ତୁତ ନାହିଁ। ଏହି ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଯୁଦ୍ଧ ଆରମ୍ଭ ହୋଇଯିବା ପର ଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି।

ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବା ବେଳେ ଋଷିଆ ରାଜଧାନୀ ମସ୍କୋ ସହରରୁ ଆସିଛି ଏକ ଚମକାଇ ଦେବା ଭଳି ଖବର। ସ୍ଥାନୀୟ ଷ୍ଟେଟ ୟୁନିଭରସିଟି ଠାରେ ଅଧ୍ୟୟନ କରୁଥିବା ଜଣେ ଛାତ୍ରଙ୍କୁ ଦଣ୍ଡିତ କରିଛନ୍ତି ଋଷୀୟ କୋର୍ଟ। ଜେଲ ଦଣ୍ଡ ଭୋଗିବାକୁ ଯାଉଥିବା ଛାତ୍ରଙ୍କୁ ଭୁଲ ହେଉଛି ଯେ  ସେ ତାଙ୍କ ୱାଇଫାଇ ନେଟୱାର୍କ ନାମ ବଦଲାଇ "ୟୁକ୍ରେନ ସମର୍ଥକ ସ୍ଲୋଗାନ" ରଖି ଦେଇଥିଲେ।

କ'ଣ ରଖାଯାଇଥିଲା ୱାଇଫାଇ ନେଟୱାର୍କ ନାମ?
ରିୟା-ନୋଭୋସ୍ତି ନ୍ୟୁଜ୍ ଏଜେନ୍ସି (RIA-Novosti News Agency) ଅନୁଯାୟୀ ଜେଲ ଦଣ୍ଡ ଭୋଗିବାକୁ ଯାଉଥିବା ଛାତ୍ର ଜଣଙ୍କ ମସ୍କୋ ବିଶ୍ୱବିଦ୍ୟାଳୟରେ (Moscow State University) ଅଧ୍ୟୟନ କରୁଛନ୍ତି। ସେ ତାଙ୍କର ୱାଇଫାଇ ରାଉଟର ନେଟୱାର୍କ (WiFi Router Network Name) ନାମ "ସ୍ଲାଭା ୟୁକ୍ରେନ" (Slava Ukraini) ରଖି ଦେଇଥିଲେ। ଯାହାର ଅର୍ଥ ହେଉଛି ୟୁକ୍ରେନର ଜୟ ହେଉ (Glory to Ukraine)। ଏହା ହେଉଛି ୟୁକ୍ରେନ ସେନାର ସ୍ଲୋଗାନ (Ukraine Army Slogan)। "ସ୍ଲାଭା ୟୁକ୍ରେନ" ନାରାକୁ ଯୁଦ୍ଧ ସମୟରେ ୟୁକ୍ରେନ ସୈନିକ (Ukraine Soldier Slogan) ଦେଇଥାନ୍ତି। ଯୁଦ୍ଧ ବେଳେ ୱାଇଫାଇ ନେଟୱାର୍କ ନାମ ବଦଲାଇ "ୟୁକ୍ରେନ ସମର୍ଥକ ସ୍ଲୋଗାନ" (Ukraine Supported Slogan) ରଖିବା ଛାତ୍ରଙ୍କ ପାଇଁ ଅସୁବିଧାର କାରଣ ହୋଇଥିଲା। ମସ୍କୋ କୋର୍ଟ (Moscow Court) ତାଙ୍କୁ ସାର୍ବଜନୀନ ରୂପରେ "ନାଜି ପ୍ରତୀକ" ଏବଂ "ଉଗ୍ରବାଦୀ ସଙ୍ଗଠନର ପ୍ରତୀକ" ପ୍ରଦର୍ଶନ କରିବାକୁ ନେଇ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି କାମ ପାଇଁ ଋଷୀୟ କୋର୍ଟ ମସ୍କୋ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ୧୦ ଦିନର ଜେଲ ଦଣ୍ଡାଦେଶ (Moscow Court Sentenced State University Student) ଶୁଣାଇଛନ୍ତି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ଜଣେ ପୋଲିସ ଅଧିକାରୀ ତାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସମ୍ପୃକ୍ତ ଛାତ୍ରଙ୍କ ୱାଇଫାଇ ନେଟୱାର୍କ ବିଷୟରେ ଅବଗତ କରାଇଥିଲେ। ଏହା ପରେ ତାଙ୍କୁ ଗତ ସପ୍ତାହରେ ରାଜଧାନୀ ମସ୍କୋ ଠାରୁ ଗିରଫ କରାଯାଇଥିଲା। କୋର୍ଟ ଠାରେ ଦାଖଲ କରାଯାଇଥିବା ଦସ୍ତାବିଜ ଅନୁଯାୟୀ ଅଧିକାରୀ ଛାତ୍ରଙ୍କ ଘରେ ଖୋଜିଖୋଜି କରି ସେଠାରୁ ତାଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର ଏବଂ ୱାଇଫାଇ ରାଉଟର ଜବତ କରିଥିଲେ। 

ଏହି ମାମଲାରେ କ'ଣ କହିଲେ କୋର୍ଟ? 
ବ୍ରିଟିଶ ଗଣମାଧ୍ୟମ ବିବିସି ରିପୋର୍ଟ ଅନୁଯାୟୀ ୱାଇଫାଇ ପରିସର ମଧ୍ୟରେ ରହିଥିବା ଅଗଣିତ ଉପଭୋକ୍ତାଙ୍କ ମଧ୍ୟରେ ଛାତ୍ର ଜଣଙ୍କ ସେ "ସ୍ଲାଭା ୟୁକ୍ରେନ" ଭଳି ନାରାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନେଟୱାର୍କ ବ୍ୟବହାର କରିଥିଲେ ବୋଲି କୋର୍ଟ କହିଛନ୍ତି। ୱାଇଫାଇ ରାଉଟର ପୋଲିସ ଜବତ କରିନେଇଛି। ଗତ ୨୦୨୨ ଫେବୃଆରୀ ୨୪ ତାରିଖରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଋଷୀୟ କର୍ତ୍ତୃପକ୍ଷ ଏହି ଆକ୍ରମଣକୁ ସର୍ବସାଧାରଣରେ ସମାଲୋଚନା କରିବା ଏବଂ ୟୁକ୍ରେନ ସମର୍ଥନ ନାରାବାଜି କରିବାକୁ ନେଇ ହଜାର ହଜାର ଲୋକଙ୍କୁ ଜେଲ ପଠାଇ ଦେଇଛନ୍ତି। ଏପରିକି ଯୁଦ୍ଧ ବେଳେ ୟୁକ୍ରେନ ସମର୍ଥନରେ ନାରାବାଜି କରିବାକୁ ନେଇ ଅନେକ ଲୋକଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି।