Ratan Tata: ମୌସୁମୀ ସିଜିନକୁ ନେଇ ରତନ ଟାଟା କଲେ ଏହି ବିଶେଷ ଅପିଲ, କାରଣ ଜାଣି ଆପଣ ମଧ୍ୟ କରିବେ କରିବେ ପ୍ରଶଂସା
Advertisement

Ratan Tata: ମୌସୁମୀ ସିଜିନକୁ ନେଇ ରତନ ଟାଟା କଲେ ଏହି ବିଶେଷ ଅପିଲ, କାରଣ ଜାଣି ଆପଣ ମଧ୍ୟ କରିବେ କରିବେ ପ୍ରଶଂସା

Ratan Tata: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା (Ratan Tata)। ନିକଟରେ ସେ ନିଜ ଟ୍ବଟର ଓ ଇନଷ୍ଟାରେ  (Instagram) ଏଭଳି କିଛି ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଆପଣ ବି ପ୍ରଶଂସା ନ କରି ରହିପାରିବେନି । ତେବେ ଆପଣ ବୋଧହୁଏ ଜାଣିଥିବେ ଯେ,ରତନ ଟାଟା (Ratan Tata) ଜଣେ ପଶୁ୍ପ୍ରେମୀ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Ratan Tata: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା (Ratan Tata)। ନିକଟରେ ସେ ନିଜ ଟ୍ବଟର ଓ ଇନଷ୍ଟାରେ  (Instagram) ଏଭଳି କିଛି ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଆପଣ ବି ପ୍ରଶଂସା ନ କରି ରହିପାରିବେନି । ତେବେ ଆପଣ ବୋଧହୁଏ ଜାଣିଥିବେ ଯେ,ରତନ ଟାଟା (Ratan Tata) ଜଣେ ପଶୁ୍ପ୍ରେମୀ । ସେ ସର୍ବଦା ପଶୁ ମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଅଣ୍ଟା ଭିଡିଥାଆନ୍ତି । ମୌସୁମୀ (Monsoons 2023) ଆରମ୍ଭ ହୋଇ ଯାଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ଏକ ସଚେତନତା ପୋଷ୍ଟ  କରିଛନ୍ତି ରତନ ଟାଟା । ଏ-କ ଇନଷ୍ଟାଗ୍ରାମ ପୋଷ୍ଟରେ,ରତନ ଟାଟା  ଏଭଳି କିଛି ପୋଷ୍ଚ କରିଛନ୍ତି । ବୁଲା ଜୀବଜନ୍ତୁଙ୍କୁ ସୁରକ୍ଷା ଲାଗି ଇନଷ୍ଟାଗ୍ରାମରେ ସେ ନିବେଦନ କରିଛନ୍ତି । 

Also Read: Pawan Kalyan: ତୃତୀୟ ଥର ପାଇଁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି କି ପବନ କଲ୍ୟାଣ?

Also Read: Nisha Maharana Car Accident: ଅଭିନେତ୍ରୀ ନିଶା ମହାରଣାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ସେ ଲେଖିଛନ୍ତି, ବର୍ତ୍ତମାନ ବର୍ଷା ଋତୁ ଆସିଛି, ଅନେକ ବିଲେଇ କୁକୁର ଏବଂ ବିଲେଇ କାର୍‌ ତଳେ ଆଶ୍ରୟ ନେଉଛନ୍ତି। ତେଣୁ କାର୍‌ ଷ୍ଟାର୍ଟ କରିବା ପୂର୍ବରୁ ଭଲ ଭାବେ କାର୍‌ ତଳ ଯାଞ୍ଚ କରିବା ଆବଶ୍ୟକ, ଯାହା ଦ୍ୱାରା ଆଶ୍ରୟ ନେଇଥିବା ପଶୁମାନେ ଆହତ ହେବାରୁ ରକ୍ଷା ପାଇପାରିବେ। ଯଦି ଆମେ ଏହା କରୁନାହୁଁ, ସେମାନେ ଗୁରୁତର ଭାବରେ ଆହତ, ଅକ୍ଷମ ହୋଇପାରନ୍ତି ଏବଂ ଏପରିକି ଅସାବଧାନତା ଯୋଗୁ ସେମାନଙ୍କ ଜୀବନ ଯାଇପାରେ। ଯଦି ଆମ ସମସ୍ତେ ଏହି ବର୍ଷା ଋତୁରେ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ଦେଇପାରନ୍ତି ତେବେ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହେବ। ଏଥିପ୍ରତି ଆମେ ସମସ୍ତେ ଯତ୍ନବାନ୍ ହେବା ଉଚିତ୍ ।  ରତନ ଟାଟାଙ୍କ ଏହି ପୋଷ୍ଟ ବର୍ତ୍ତମାନ ବେଶ ଭାଇରାଲ୍ ହେବାରେ ଲାଗିଛି । ଅନେକ ଏହି ପୋଷ୍ଟରେ କମେଣ୍ଟ ମଧ୍ୟ କରିଛନ୍ତି । 

ରତନ ଟାଟା ବିଭିନ୍ନ ଭାରତୀୟ ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ସଦସ୍ୟ ଅଟନ୍ତି । ସେ ମଧ୍ୟ ଇଷ୍ଟ-ବେଷ୍ଟ ସେଣ୍ଟର, ରାଣ୍ଡ'ସ ସେଣ୍ଟର ଫର ଏସିଆ ପାସିଫିକ ପଲିସିର ବୋର୍ଡ ଅଫ ଗଭର୍ଣର୍ସର ସଭ୍ୟ ତଥା ବିଲ ଏଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତରେ ହେଉଥିବା ଏଡସ ନିରାକରଣ ପ୍ରକଳ୍ପର ପରିଚାଳନା ବୋର୍ଡର ସଦସ୍ୟ ।  ଏହା ବ୍ୟତୀସେ ସେ ଅନେକ ଆନ୍ତର୍ଜାତୀୟ ସଙ୍ଗଠନ ଯଥା - ମିତଶୁବିସି କର୍ପୋରେସନ, ଦି ଆମେରିକାନ ଇଣ୍ଟରନ୍ୟାସନାଲ ଗ୍ରୁପ, ଜେ.ପି. ମୋର୍ଗାନ ଚେଜ, ବୁଜ ଆଲେନ ହାମିଲଟନର ପ୍ରମୁଖ ପରାମର୍ଶଦାତା ଅଛନ୍ତି। ପୁଣି ମଧ୍ୟ ସେ ରାଣ୍ଡ କର୍ପୋରେସନ, ସଦର୍ଣ କାଲିଫୋର୍ଣିଆ ବିଶ୍ୱବିଦ୍ୟାଳୟ, କର୍ଣେଲ ବିଶ୍ୱବିଦ୍ୟାଳୟର ଟ୍ରଷ୍ଟୀ ବୋର୍ଡର ସଭ୍ୟ ତଥା ଦକ୍ଷିଣ ଆଫ୍ରିକା ଗଣରାଜ୍ୟର ଇଣ୍ଟରନ୍ୟାସନାଲ ଇନଭେଷ୍ଟମେଣ୍ଟ କାଉନସିଲ ଏବଂ ନ୍ୟୁ-ୟର୍କ ଷ୍ଟକ ଏକ୍ସଚେଞ୍ଜର ପରାମର୍ଶଦାତା ରୂପେ କାର୍ଯ୍ୟ କରୁଛନ୍ତି। ୨୦୦୯ ମସିହାରେ ନାଇଟ କମାଣ୍ଡର ଅଫ ଦି ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର ଅନୁସାରେ ତାଙ୍କୁ ନାଇଟ(ସାର) ଉପାଧି ପ୍ରଦାନ କରାଯାଇଥିଲା।