Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2224647

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01- ଆଗକୁ ନିର୍ବାଚନ ଆସୁଥିବା ସମୟରେ ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର କ୍ୟାମ୍ପେନିଂ ଆରମ୍ଭ କରାଯାଉଛି । ରାଜ୍ୟରେ ବିଜେପି, ବିଜେଡି ଏବଂ କଂଗ୍ରେସର ସମସ୍ତ ନେତା ଓ କର୍ମୀ ବର୍ତ୍ତମାନ ଚଳଚଞ୍ଚଳ ହୋଇପଡିଛନ୍ତି । ରବିବାର ଦିନ ହେବାକୁ ଯାଉଛି ହାଇଭୋଲଟେଜ ପ୍ରଚାର ।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ନିଜ ଦଳ ପାଇଁ ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବେ । ଜେପି ନଡ୍ଡା କାଲି ୪ଟା୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ । ସନ୍ଧ୍ୟା ସାଢେ ୫ଟାରେ ଆମ୍ବପୁଆ ନିକଟରେ ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ୧୧ଟା୩୦ରେ ଭୁବନେଶ୍ୱରରେ ପହଞ୍ଚି କଟକ ସତ୍ୟଭାମାପୁର ଯିବାର କାର୍ଯ୍ୟକ୍ରମ ରହିଛି ।

02-  ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାନ୍ୟ ଆହତ ହୋଇଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ସିଏମ୍ ଦୁର୍ଗାପୁରରେ ଥିଲେ। ସେଠାରୁ ଦ୍ୱିତୀୟ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ପାଇଁ ମମତା ବାନାର୍ଜୀ ହେଲିକପ୍ଟରରେ ଚଢ଼ିବା ମାତ୍ରେ ତାଙ୍କ ପାଦ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଛନ୍ତି।

03- ଶନିବାର ଦିନ ସକାଳେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପିଲାମାନଙ୍କ ସହିତ ଫୁଲ୍ ଥିବା ଏକ ସ୍କୁଲ ବସ୍ ଏଠାରେ ଓଲଟି ପଡିଛି। ଦୁର୍ଘଟଣା ସମୟରେ ବସ୍‌ରେ ୩୦ ଜଣ ପିଲା ଥିବା ପୋଲିସ କହିଛି। ମନ୍ଦାରର ସେଣ୍ଟ ମାରିଆ ସ୍କୁଲଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ବସ୍ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୧୫ ଜଣ ପିଲା ଆହତ ହୋଇଛନ୍ତି।

04- ମଣିପୁରରୁ ପୁଣି ହିଂସା ଖବର ପ୍ରକାଶ ପାଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ନେଇ ୨:୧୫ ପର୍ଯ୍ୟନ୍ତ କୁକି ଉଗ୍ରବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଉପରେ ଆକ୍ରମଣ କରି ନାରନସେନା ଅଞ୍ଚଳରେ କ୍ରମାଗତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ସୈନିକ ପ୍ରାଣ ହରାଇଛନ୍ତି। ମଣିପୁର ପୋଲିସ କହିଛି ଯେ ଏହି ସୈନିକମାନେ ରାଜ୍ୟ ବିଷ୍ଣୁପୁର ଜିଲ୍ଲାର ନାରମସେନା ଅଞ୍ଚଳରେ ନିୟୋଜିତ CRPF ର ୧୨୮ ତମ ବାଟାଲିୟନର ଅଟନ୍ତି।

05- ଏପ୍ରିଲ୍ ୨୫ ତାରିଖରୁ ଓଡିଶା ସରକାର ସ୍କୁଲ ବନ୍ଦ ଘୋଷଣା କରିବା ସହିତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ଗ୍ରୀଷ୍ମ ଛୁଟି ସମୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛୁଟିଦିନର ହୋମୱାର୍କ, ଅନଲାଇନ୍ ଏକାଡେମିକ୍ ସହାୟତା ଏବଂ ପ୍ରଶାସନିକ କାର୍ଯ୍ୟକଳାପ ସମ୍ବନ୍ଧରେ ଏକ ନିର୍ଦ୍ଦେଶନାମା ଜାରି କରିଛି। ସରକାରୀ, ନବୀକରଣ, ଧନ୍ଦାମୂଳକ ଏବଂ ସହାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ସମସ୍ତ ପ୍ରଧାନଶିକ୍ଷକଙ୍କୁ DHSE ଏକ ଚିଠିରେ ଦର୍ଶାଇଛି ଯେ ଛୁଟିଦିନରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମ ଉପରେ ଆଧାର କରି ହୋମୱାର୍କ ଦିଆଯିବ। ଯେକୌଣସି ଏକାଡେମିକ୍ ସହାୟତା ପାଇଁ ଛାତ୍ରଛାତ୍ରୀମାନେ ସେମାନଙ୍କ ସନ୍ଦେହ ସ୍ପଷ୍ଟ କରିବାକୁ ସମ୍ପୃକ୍ତ ବିଷୟର ଶିକ୍ଷକଙ୍କ ସହିତ ଯୋଗାଯୋଗ କରିପାରିବେ।

06- ଶ୍ରୀଲଙ୍କାର ହମ୍ବନନ୍ତୋଟାସ୍ଥିତ ମଟାଲା ରାଜପାକ୍ଷେ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ବର୍ତ୍ତମାନ ଏକ ଭାରତୀୟ ଓ ଋଷ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଶ୍ରୀଲଙ୍କା କ୍ୟାବିନେଟ ଶୁକ୍ରବାର ଦିନ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି। ଏହି ନିଷ୍ପତ୍ତି ଚୀନ୍ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। କହିରଖୁଛୁ ଯେ ଏହି ବିମାନବନ୍ଦର ନିର୍ମାଣ ପାଇଁ ଚୀନ୍ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଦେଇଥିଲା। ତେବେ ଏହା ଡ୍ରାଗନର ଏକ ପ୍ରମୁଖ ଷଡଯନ୍ତ୍ର ବୋଲି ଜଣାପଡିଛି। ଚାଇନାର ଏକ୍ସମ ବ୍ୟାଙ୍କ ପ୍ରାୟ ୧୯୦ ନିୟୁତ ଡଲାର ଦେଇଥିଲା। ଅନେକ ବିଶେଷଜ୍ଞ ଚୀନ୍‌କୁ ଅଭିଯୋଗ କରିଛନ୍ତି ଯେ ଏହି ପ୍ରକଳ୍ପ ମାଧ୍ୟମରେ ଏହା ଶ୍ରୀଲଙ୍କାକୁ ଅନ୍ୟ ଏକ ବଡ଼ ଋଣ ଜାଲରେ ପକାଇ ଦେଇଛି।

07- ଆମେରିକାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୩ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ମୃତ ତିନିଜଣ ମହିଳା ଏବଂ ସେମାନଙ୍କର ଘର ଗୁଜରାଟର ଆନନ୍ଦ ଜିଲ୍ଲାରେ ବୋଲି ଜଣାପଡିଛି । ୪ ମହିଳା ଏକ କାରରେ ଦୃତ୍ତଗତିରେ ଯଆଉଥିବା ସମୟରେ ଭାରସାମ୍ୟ ହରାଇଥିଲା । ଫଳରେ ରାସ୍ତାକଡର ଏକ ଗଛରେ ଧକ୍କା ହୋଇ ୨୦ ଫୁଟ୍ ଉଚ୍ଚକୁ ଉଠିଯାଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକେ ଖୁବ୍ ଭୟଭୀତ ହୋଇଥିଲେ । ଜଣେ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

08- ଲଗାତାର ୩ଥର ବିଜଗେଡି ଟିକଟରୁ ନିମାପଡ଼ାର ବିଧାୟକ ଓ ପରବର୍ତ୍ତୀ ସମୟରେ ମନ୍ତ୍ରୀ ହୋଇଥିବା ସମୀର ଦାଶ ସ୍ୱାଧୀନ ଲଢ଼ିପାରନ୍ତି। ତାଙ୍କୁ ଟିକଟ୍ ନମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଏହିପରି ପଦକ୍ଷେପ ନେଇପାରନ୍ତି। ଏପରିକି ସେ ନିଜର ସମର୍ଥକ ଓ କର୍ମୀ ମାନଙ୍କୁ ୩୦ ତାରିଖ ଯାଏ ଅପେକ୍ଷା କରିବାକୁ କହିଛନ୍ତି। ଏହାପରେ ସେ ନିଜର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏମିତି ଏକ ଭିଡିଓ ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହୋଇଛି, ଯେଉଁଥିରେ ସମୀର ଦାଶ ନିଜର କର୍ମୀ ମାନଙ୍କୁ ୩୦ ଯାଏ ଅପେକ୍ଷା କରିବାକୁ କହିଛନ୍ତି। ଏହା ପରେ ସେ ନିଷ୍ପତ୍ତି ନେବେ।

09- ପୁରୀ ବାଲି ସାହି, ରେଡକ୍ରସ୍ ରୋଡ୍ ସମେତ ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିବା ଅଭିଯୋଗ ଆସିଛି । ପ୍ରାୟ ୩୦ରୁ ଉର୍ଦ୍ଧ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସମୟରେ ୨ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ବର୍ତ୍ତମାନ ମଧ୍ୟ ଅନେକ ରୋଗୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଅଣ୍ଡର ଗ୍ରାଉଣ୍ଡ ପାଇପ୍‌ ଫାଟିବା କାରଣରୁ ପାଣି ଟ୍ୟାପ୍‌ରେ ମିଶୁଛି ତେଣୁ ଏପରି ସ୍ଥିତି ଉପୁଜୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ତୁରନ୍ତ ଏଥିନେଇ ପ୍ରଶାସନ ପକ୍ଷରୁ ପଦକ୍ଷପ ନିଆଯିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।

10- ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ ହୋଇଛି । ଏହା ପଛକୁ ଝାରସୁଗୁଡା: ୪୩.୬°C, ରାଉରକେଲା: ୪୨.୫°C, ଚାନ୍ଦବାଲି: ୪୨.୪°C, ସମ୍ବଲପୁର: ୪୨.୧°C, ହୀରାକୁଦ: ୪୧.୮°C, ବାଲେଶ୍ୱର: ୪୧.୭°C, କେନ୍ଦୁଝର: ୪୧.୫°C, ଗୋପାଳପୁର: ୩୫.୪°C, ପୁରୀ: ୩୪.୭°C,ପାରାଦୀପ: ୩୩.୬°C ରେକର୍ଡ କରାଯାଇଛି ।

Also Read- BSNL Recharge Plan: ଥରେ ରିଚାର୍ଜ କଲେ ୪୨୫ ଦିନ ପାଇଁ ଚିନ୍ତାରୁ ମୁକ୍ତି