Viral News: ରାପିଡ଼ୋ ବୁକ୍ କଲେ ଯୁବତୀ, ମେସେଜ ଆସିଲା ‘ମତେ ଭାଇ ଡ଼ାକ ନାହିଁ, ମୁଁ ତୁମ ଭାଇ ନୁହେଁ
Advertisement

Viral News: ରାପିଡ଼ୋ ବୁକ୍ କଲେ ଯୁବତୀ, ମେସେଜ ଆସିଲା ‘ମତେ ଭାଇ ଡ଼ାକ ନାହିଁ, ମୁଁ ତୁମ ଭାଇ ନୁହେଁ

Viral News: ଆଜିକାଲିର ବ୍ୟସ୍ତବ୍ୟହୁଳ ଜୀବନରେ ସମୟ ବଞ୍ଚାଇବାକୁ ଯାଇ ଆମେ ପ୍ରାୟତଃ ସବୁ ଜିନିଷ ଅନଲାଇନ ମାଧ୍ୟମରେ କରିବାକୁ ପସନ୍ଦ କରିଥାଉ । ଖାଇବା ଅର୍ଡ଼ର କରିବାଠାରୁ ଆରମ୍ଭ କରି ଡ୍ରେସ ସପିଂ ଏମିତି ଯିବା ଆସିବା ପାଇଁ ଆମେ ଗାଡ଼ି ମଧ୍ୟ ଅନଲାଇନରେ ବୁକ୍ କରିଥାଉ।  ତେବେ କେବେ କେବେ ଏହି ସୁବିଧା ପ୍ରଦାନ କରୁଥିବା ଜିନିଷ ଆମକୁ ଅସୁବିଧାରେ ମଧ୍ୟ ପକାଇପାରେ । ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଏକ ରାପିଡ଼ୋ ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ ।

ସୌ(ସୋସିଆଲ ମିଡିଆ)

Viral News: ଆଜିକାଲିର ବ୍ୟସ୍ତବ୍ୟହୁଳ ଜୀବନରେ ସମୟ ବଞ୍ଚାଇବାକୁ ଯାଇ ଆମେ ପ୍ରାୟତଃ ସବୁ ଜିନିଷ ଅନଲାଇନ ମାଧ୍ୟମରେ କରିବାକୁ ପସନ୍ଦ କରିଥାଉ । ଖାଇବା ଅର୍ଡ଼ର କରିବାଠାରୁ ଆରମ୍ଭ କରି ଡ୍ରେସ ସପିଂ ଏମିତି ଯିବା ଆସିବା ପାଇଁ ଆମେ ଗାଡ଼ି ମଧ୍ୟ ଅନଲାଇନରେ ବୁକ୍ କରିଥାଉ। ଏଥିଲାଗି ଓଲା(OLA cabs), ଉବର(uber)ଓ ରାପିଡ଼ୋ (Rapido) ଭଳି ବହୁ କମ୍ପାନୀ ଆମକୁ ଏହି ସୁବିଧା ମଧ୍ଯ ଯୋଗାଇଥାଆନ୍ତି । ତେବେ କେବେ କେବେ ଏହି ସୁବିଧା ପ୍ରଦାନ କରୁଥିବା ଜିନିଷ ଆମକୁ ଅସୁବିଧାରେ ମଧ୍ୟ ପକାଇପାରେ । ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଏକ ରାପିଟୋ ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ ।

ନିକଟରେ ଏକ ଯୁବତୀ ଟ୍ବଇଟରେ ଏକ ରାପିଟୋ ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ରାପିଟୋ ବୁକ କରିବା ପରେ ଯୁବତୀ ଜଣଙ୍କ ଡ୍ରାଇଭରଙ୍କୁ ହ୍ୱାଟ୍ସଆପରେ ତାଙ୍କ ଲୋକେସନ ସେୟାର କରିଥିଲେ। ପରେ ଡ୍ରାଇଭର ଜଣଙ୍କ ହ୍ୱାଟ୍ସଆପରେ(Whatsapp Message) ଯୁବତୀଙ୍କୁ ମେସେଜ କରିଥିୃଲେ । ଯୁବତୀ ହ୍ୱାଟ୍ସଆପ୍ ଚାଟର ସ୍କ୍ରିନ୍ ସଟ୍ ଟ୍ବିଟରେ ସେୟାର କରିଥିଲେ। ଏହାପରେ ଏହି ସ୍କ୍ରିନ୍ ସଟଟି ବେଶ ଭାଇରାଲ ହେବାରେ ଲାଗିଛି । ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଏକ ବାର୍ତ୍ତା ମାଧ୍ୟମରେ 'ହସନପାରୀ' ନାମକ ଜଣେ ଟ୍ବିଟ ଉପଭୋକ୍ତା ନିଜର କ୍ରୋଧ ପ୍ରକାଶ କରିଛନ୍ତି। 'ହସନପାରୀ' ନାମକ ଏହି ଯୁବତୀ ଜଣଙ୍କ ରାପିଡ଼ୋ ଡ୍ରାଇଭର ପଠାଇଥିବା ମେସେଜର ସ୍କ୍ରିନ୍ ସଟ୍ ସେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ, ଡ୍ରାଇଭର ଜଣକ ବିଳମ୍ବିତ ରାତି ପ୍ରାୟ ୧:୩୦ ମିନିଟରେ ମେସେଜ କରିଛନ୍ତି । ସେ ମେସେଜ କରି ଲେଖିଛନ୍ତି କି, ‘ହାଲୋ ସୋ ଗୟୋ କ୍ୟାୟା ? କେବଳ ତୁମ ଡ଼ିପି (DP) ଦେଖିବାକୁ ଓ ଭଏସ ଶୁଣିବାକୁ ମୁଁ ଏଠାକୁ ଆସଛି, ନହେଲେ ମୁଁ ବହୁତ ଦୂରରେ ଥିଲି ଆସିନଥାଆନ୍ତି । ହଁ ଆଉ ଗୋଟେ କଥା ମତେ ଭାଇ ଡ଼ାକିବନି ମୁଁ ତୁମର ଭାଇ ନୁହେଁ’ । ଯୁବତୀଙ୍କ ଟ୍ବଟ ପରେ ରାପିଡ଼ୋ କେୟାର୍ସ(Rapido care) ଏକ ଟ୍ବଇଟ କରି ଲେଖିଥିଲେ କି, ଏ ବିଷୟରେ ଜାଣି ଆମେ ଦୁଃଖିତ। ଡ୍ରାଇଭରଙ୍କଠାରେ ବୃତ୍ତିଗତତାର ଅଭାବ ରହିଛି । ଏହି ଘଟଣା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଏହି ପ୍ରସଙ୍ଗରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଏତିକି ନୁହେଁ, କମ୍ପାନୀ ଯୁବତୀଙ୍କ ତାଙ୍କ ମୋବାଇଲ୍ ନମ୍ବର ଓ ଆଇଡିର ସବିଶେଷ ତଥ୍ୟ ମାଗିଥିଲେ ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ବହୁ ଲୋକେ ଏହାକୁ ନିନ୍ଦା କରିଛନ୍ତି । କେତେକ ଟ୍ବଟର ୟୁଜର୍ସ ଏନେଇ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହିଥିବା ବେଳେ ଅନ୍ୟ କେତେକ ୟୁଜର୍ସ ଡ୍ରାଇଭରକୁ ଚାକିରିରୁ ବାହାର କରିବା ଲାଗି ଦାବି କରିଥିଲେ । ରାପିଡୋ ଆଜିକାଲି ଆଉ ସୁରକ୍ଷିତ ନୁହେଁ ବୋଲି ଜଣେ ୟୁଜର କମେଣ୍ଟ ଦେଇଥିବା ବେଳେ ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ଦୁଃଖିତ ଯେ ତୁମକୁ ଏହି ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଛି। ଦୟାକରି ଯତ୍ନ ନିଅନ୍ତୁ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ନାରୀ ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Also Read- Shocking News: ବିବାହ ପରେ ସ୍ତ୍ରୀ ନୁହେଁ ସ୍ବାମୀ ବଦଳାଇଲେ ସରନେମ, କହିଲେ ମୁଁ ଗର୍ବିତ