ରାହୁଲ ଗାନ୍ଧୀ ମାହୋଲ ସୃଷ୍ଟି କରିବେ ତ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିବ କମାଣ, ଜାଣନ୍ତୁ କଂଗ୍ରେସର କ'ଣ ରହିଛି ଖାସ୍ ପ୍ଲାନ୍
Advertisement

ରାହୁଲ ଗାନ୍ଧୀ ମାହୋଲ ସୃଷ୍ଟି କରିବେ ତ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିବ କମାଣ, ଜାଣନ୍ତୁ କଂଗ୍ରେସର କ'ଣ ରହିଛି ଖାସ୍ ପ୍ଲାନ୍

Bharat Jodo Yatra: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରା ଆଗାମୀ ଦିନରେ ଏହି ଯାତ୍ରା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟ ଦେଇ ଗତି କରିବ । ସେପଟେ ହିମାଚଳ ପ୍ରଦେଶ ଓ ଗୁଜୁରାଟର ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ରଣନୀତି ଉପରେ ପ୍ରଶ୍ନ ଉଠିଛି...

ରାହୁଲ ଗାନ୍ଧୀ ମାହୋଲ ସୃଷ୍ଟି କରିବେ ତ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିବ କମାଣ, ଜାଣନ୍ତୁ କଂଗ୍ରେସର କ'ଣ ରହିଛି ଖାସ୍ ପ୍ଲାନ୍

ନୂଆଦିଲ୍ଲୀ: Congress Election Strategy: ଆଜିକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ଅଭିମୁଖେ ଯାତ୍ରା କରୁଛନ୍ତି । ଏପର୍ଯ୍ୟନ୍ତ ସେ ଏହି ଯାତ୍ରାରେ ୭୦୦ କିଲୋମିଟରରୁ ଅଧିକ ଅତିକ୍ରମ କରିସାରିଛନ୍ତି ଓ ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି । ଆଗାମୀ ଦିନରେ ଏହି ଯାତ୍ରା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟ ଦେଇ ଗତି କରିବ । ସେପଟେ ହିମାଚଳ ପ୍ରଦେଶ ଓ ଗୁଜୁରାଟର ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ରଣନୀତି ଉପରେ ପ୍ରଶ୍ନ ଉଠିଛି ଯେ ନିର୍ବାଚନ ହେବାକୁ ଯାଉଥିବା ଏହି ଦୁଇ ରାଜ୍ୟରୁ ସେ କାହିଁକି ଦୂରେଇ ରହିଛନ୍ତି? 

ବର୍ତ୍ତମାନ ବୋଧହୁଏ କଂଗ୍ରେସ ଏହି ଚିନ୍ତାର ସମାଧାନ ପାଇଛି । ରାହୁଲ ଗାନ୍ଧୀଙ୍କ ବଦଳରେ ପ୍ରିୟଙ୍କା ଗାନ୍ଧୀ ଉଭୟ ରାଜ୍ୟରେ ନିର୍ବାଚନ ପ୍ରଚାରରେ ଅଂଶ କରିବେ । ଏହି ପରି ଭାବରେ କଂଗ୍ରେସର ରଣନୀତି ହେଉଛି ଯେ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ସାରା ଦେଶରେ ମାହୋଲ ସୃଷ୍ଟି କରିବେ ଓ ପ୍ରିୟଙ୍କା ଗାନ୍ଧୀ ପ୍ରଚାର ଅଭିଯାନର କମାଣ ସମ୍ଭାଳିବେ । 

ଜଣେ ମହିଳା ନେତ୍ରୀ ହୋଇଥିବାରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିବା ବିଜେପି ଓ ଅନ୍ୟ ଦଳ ପାଇଁ କଷ୍ଟକର ହେବ । ଏହା ବ୍ୟତୀତ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଉପଯୋଗ କରିବାକୁ ଚାହୁଁଛି । ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ସମ୍ଭାବନା ରହିଛି । ସେହି ସମୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଜାରି ରହିବ, ଯାହା ୫ ମାସ ଧରି ଚାଲିବ । ଏଭଳି ପରିସ୍ଥିତିରେ ପ୍ରିୟଙ୍କା ଗାନ୍ଧୀ ରାହୁଲ ଗାନ୍ଧୀଙ୍କ ସବୁଠାରୁ ଉପଯୁକ୍ତ ବିକଳ୍ପ ହୋଇପାରନ୍ତି ।

ଗୁଜୁରାଟର ବରିଷ୍ଠ କଂଗ୍ରେସ ନେତା ଅର୍ଜୁନ ମୋଢୱାଡିଆ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ପ୍ରଚାର କରିବେ । ସେ ଶୀଘ୍ର ଗୁଜୁରାଟରେ ପହଞ୍ଚି ପାରନ୍ତି । ବାସ୍ତବରେ ଗୁଜୁରାଟରେ କଂଗ୍ରେସ ଏକ ଚିନ୍ତାଜନକ ପରିସ୍ଥିତି ଦେଇ ଗତି କରୁଛି । ରାଜ୍ୟରେ ହାର୍ଦ୍ଦିକ ପଟେଲଙ୍କ ସମେତ ଅନେକ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏଭଳି ପରିସ୍ଥିତିରେ କଂଗ୍ରେସ ସମ୍ମୁଖରେ ଚ୍ୟାଲେଞ୍ଜ ହେଉଛି ତାର କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇବା ଓ ଜନସାଧାରଣଙ୍କ ମଧ୍ୟରେ ନିଜର ସ୍ଥିତି ଦେଖାଇବା । ଏହା ବ୍ୟତୀତ ହିମାଚଳ ପ୍ରଦେଶରେ କଂଗ୍ରେସର ରାସ୍ତା ମଧ୍ୟ ସହଜ ନୁହେଁ ।

ଭେଟେରାନ ନେତା ୬ ଥରର ସିଏମ ବୀରଭଦ୍ର ସିଂଙ୍କ ଅନୁପସ୍ଥିତିରେ କଂଗ୍ରେସ ଏଠାରେ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ଯାଉଛି । ଏଭଳି ପରିସ୍ଥିତିରେ କଂଗ୍ରେସ ବୀରଭଦ୍ରଙ୍କ ପତ୍ନୀ ପ୍ରତିଭା ସିଂଙ୍କୁ ରାଜ୍ୟର କମାଣ ପ୍ରଦାନ କରିଛି । ଏବେ ଏହା ଦେଖିବାକୁ ପଡ଼ିବ ଯେ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ପ୍ରିୟଙ୍କାଙ୍କ ସକ୍ରିୟତା ଦଳ ପାଇଁ କେତେ ଲାଭଦାୟକ ହେଉଛି । ଉଭୟ ରାଜ୍ୟରେ ନିର୍ବାଚନ ମଧ୍ୟ କଂଗ୍ରେସର ନବନିର୍ବାଚିତ ଜାତୀୟ ଅଧ୍ୟକ୍ଷଙ୍କ ପାଇଁ ପ୍ରଥମ ଅଗ୍ନି ପରୀକ୍ଷା ହେବ ।

ଅଧିକ ପଢ଼ନ୍ତୁ:-ଏହି ଜିଓ ଗ୍ରାହକମାନଙ୍କୁ ମିଳିବ ମାଗଣା 5G ସେବା, ସାମ୍ନାକୁ ଆସିଲା ଟେରିଫ୍ ଲଞ୍ଚର ଡିଟେଲ୍ସ

ଅଧିକ ପଢ଼ନ୍ତୁ:-କାହା ସମ୍ମାନରେ ଏମିତି ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି? ଏହି ମହିଳାଙ୍କ ପରିଚୟ ବହୁତ ଖାସ୍

ଅଧିକ ପଢ଼ନ୍ତୁ:-ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!