Odisha Train Accident: ଟ୍ରେନ ଦୁର୍ଘଟଣା ପରେ ଯାତ୍ରୀଙ୍କ ଠାରୁ ମନଇଚ୍ଛା ବସଭଡ଼ା ନେଇଛନ୍ତି ମାଲିକ
Advertisement

Odisha Train Accident: ଟ୍ରେନ ଦୁର୍ଘଟଣା ପରେ ଯାତ୍ରୀଙ୍କ ଠାରୁ ମନଇଚ୍ଛା ବସଭଡ଼ା ନେଇଛନ୍ତି ମାଲିକ

Odisha Train Accident: ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି (Coromandel Express Accident) । ଏ-ହି  ସମୟରେ ପୁରୀରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ସ୍ପେଶାଲ ବସ୍‌ ମାଲିକ ମାନେ ଯାତ୍ରୀଙ୍କ ଠାରୁ ମନଇଛା ଭଡ଼ା (Bus Fare Hike) ନେଉଛନ୍ତି।  ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା (Odisha chief secretary Pradeep Jena ) । ସେ କହିଛନ୍ତି...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି (Coromandel Express Accident) । ଏ-ହି ଛାତିଥର ଦୁର୍ଘଟଣା ରାଜ୍ୟବାସୀଙ୍କୁ ଦୁଃଖରେ ବୁଢାଇଥିବା ବେଳେ ବିପଦ ସମୟରେ ପୁରୀରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ସ୍ପେଶାଲ ବସ୍‌ ମାଲିକ ମାନେ ଯାତ୍ରୀଙ୍କ ଠାରୁ ମନଇଛା ଭଡ଼ା (Bus Fare Hike) ନେଉଛନ୍ତି। ଏଭଳି ବିପଦ ସମୟରେ ଥିବା ଯାତ୍ରୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।  ଏନେଇ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା (Odisha chief secretary Pradeep Jena ) । ସେ କହିଛନ୍ତି,ବସ ଭଡ଼ା ବଢ଼ାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଏହା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ କମିଶନର ଓ ଆରଟିଓଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । 

ତେବେ ରେଳ ଦୁର୍ଘଟଣା (Odisha Train Accident) ପରେ ପୁରୀରୁ କଲିକତା ଯାଉଛି ସ୍ପେଆଲ ବସ । ସେପଟେ  ଟ୍ରେନ୍‌ ଦୁର୍ଘଟଣା ପରେ ବାଲେଶ୍ୱର ରୁଟରେ ରେଳ ସେବା ପ୍ରଭାବିତ ହୋଇଛି।  ଏକାଧିକ ଟ୍ରେନକୁ ବାତିଲ କରାଯାଇଛି ।  ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଉଛି- ହାୱଡ଼ା-ପୁରୀ ସୁପରଫାଷ୍ଟ, ହାୱଡ଼ା- SMVB, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର- ସମ୍ବଲପୁର, ହାୱଡ଼ା-ଚେନ୍ନାଇ, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା- ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ- ହାୱଡ଼ା, ପୁରୀ- ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ ଭଞ୍ଜପୁର ସ୍ପେଶାଲ ଟ୍ରେନ ରହିଛି। ୯ଟି ଟ୍ରେନର ଗତିପଥ ସମୂର୍ଣ୍ଣ ଓ ଆଉ ୬ଟିର ଆଂଶିକ ବଦଳାଯାଇଛି ।

 

Also Read: Odisha Train Accident: ଛାତିଥରା ଟ୍ରେନ ଦୁର୍ଘଟଣା ପାଇଁ ବନ୍ଦ ହେଲା ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

Also Read: ଜାଣନ୍ତୁ ଭାରତର ଭୟଙ୍କର ୧୦ଟି ଟ୍ରେନ୍ ଦୁର୍ଘଟଣା ବିଷୟରେ...

 

ସୂଚନା ଅନୁସାରେ, ଶୁକ୍ରବାର ସଂନ୍ଧ୍ୟା ୭ଟା ସମୟରେ ବାଲେଶ୍ବର ବାହାନଗା ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିଲା ବେଙ୍ଗଲୁରୁରୁ କୋଲକାତା ଯାଉଥିବା ଯଶୱନ୍ତପୁର-ହାୱଡା ଏକ୍ସପ୍ରେସ୍। ଦୁଇଟି ଟ୍ରେନ ପରସ୍ପରକୁ ଦୁଇଟି ପାଖାପାଖି ଟ୍ରାକରେ ପାର ହୋଇଥିବା ସମୟରେ ହଠାତ୍ ଯଶୱନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଏହି ବଗି ଦୁଇଟି ପାଖ ପାଖ ଟ୍ରାକରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ସହିତ ଜୋରରେ ମାଡ଼ ହୋଇଥିଲା। ତା’ପରେ କରମଣ୍ଡଳ ଏକ୍ସପ୍ରେସର ୮ଟି ବଗି ଦୁର୍ଘଟଣାର ଶିକାର ‌ହୋଇ ଲାଇନଚ୍ୟୁତ ହୋଇ ରେଳଲାଇନ୍ ବାହାରକୁ ମାଡ଼ିଯାଇ ଖସିପଡ଼ିଥିଲା। 

 ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୨୩୮ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏବଂ ୯ଶହରୁ ଅଧିକ ଲୋକେ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । ସେପଟେ ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ତେବେ ଏହି ଦୁର୍ଘଟଣା କାହିଁକି ଘଟିଲା ଏଥିପାଇଁ କିଏ ଦାୟୀ, ଏହାର ତଦନ୍ତ କରିବା ପାଇଁ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଦିନିକିଆ ଶୋକ ଘୋଷଣା କରିଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ । ଏବଂ ଏବେ ଘଟଣାସ୍ଥଳେ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାତ୍ରା ଆରମ୍ଭ କରିଛନ୍ତି।