PM Narendra Modi: 'ଏବେ ତମ୍ବୁରେ ରହିବେ ନାହିଁ ରାମଲାଲା, ଏଣିକି ଭବ୍ୟ ମନ୍ଦିରରେ ହେଲେ ବିରାଜମାନ'
Advertisement
Article Detail0/zeeodisha/odisha2073085

PM Narendra Modi: 'ଏବେ ତମ୍ବୁରେ ରହିବେ ନାହିଁ ରାମଲାଲା, ଏଣିକି ଭବ୍ୟ ମନ୍ଦିରରେ ହେଲେ ବିରାଜମାନ'

Ayodhya Ram Mandir Pran Pratishtha: ପ୍ରାଣ ପ୍ରତିଷ୍ଠା ପରେ ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆଜି ମୁଁ ମଧ୍ୟ ପ୍ରଭୁ ରାମଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ଆମର ପ୍ରୟାସସରେ କିଛି ଅଭାବ ରହିଥାଇ ପାରେ। ଯେଉଁଥିପାଇଁ ଆମେ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କରିପାରିଲୁ ନାହିଁ। ଆମେ ନିଶ୍ଚିତ ଯେ ପ୍ରଭୁ ଶ୍ରୀରାମ ଆଜି ଆମକୁ ନିଶ୍ଚିତ ଭାବରେ କ୍ଷମା କରିବେ।

PM Narendra Modi: 'ଏବେ ତମ୍ବୁରେ ରହିବେ ନାହିଁ ରାମଲାଲା, ଏଣିକି ଭବ୍ୟ ମନ୍ଦିରରେ ହେଲେ ବିରାଜମାନ'

Ayodhya Ram Mandir Pran Pratishtha Ceremony: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ହୋଇସାରିଛି ପ୍ରାଣ ପ୍ରତିଷ୍ଠା। ଏହି କାର୍ଯ୍ୟକ୍ରମ ସମାପନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ବୋଧନ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାବପ୍ରବଣ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା। ରାମଲାଲାଙ୍କ ନୂତନ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ପ୍ରଧାନମନ୍ତ୍ରୀ "ସିଆବର୍ ରାମଚନ୍ଦ୍ର କି ଜୟ" ନାରାରୁ ତାଙ୍କ ସମ୍ବୋଧନ ଆରମ୍ଭ କରିଥିଲେ। ଏନେଇ ସେ କହିଛନ୍ତି ଯେ ରାମ ଲାଲା ବର୍ତ୍ତମାନ ଆଉ ତମ୍ବୁରେ ନୁହେଁ ଏକ ବିଶାଳ ମନ୍ଦିରରେ ବିରାଜମାନ କରିବେ। ଏବେ ଆମକୁ ସେହି ଐତିହ୍ୟ ମିଳିସାରିଛି ଯାହାକୁ ଆମେ ଶତାବ୍ଦୀ ଶତାବ୍ଦୀ ଧରି ଅପେକ୍ଷା କରି ରହିଥିଲୁ। ଆଜି ଆମକୁ ରାମ ମନ୍ଦିର ମିଳିସାରିଛୁ। ମୋର ବିଶ୍ୱାସ ଯେ ଯାହା ଘଟିଛି ତାହା ଦେଶ ବିଦେଶର କୋଣ ଅନୁକୋଣରେ ରାମ ଭକ୍ତ ଅନୁଭବ କରିପାରିବେ। ଏହି ମୁହୂର୍ତ୍ତ ହେଉଛି ଅଲୌକିକ। ଏହି ଶୁଭ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ମୁଁ ଆପଣ ସମସ୍ତଙ୍କ ଆଗରେ ଐଶ୍ୱର୍ଯ୍ୟା ଚେତନାର ସାକ୍ଷୀ ଭାବରେ ରାମ ମନ୍ଦିର ଗର୍ଭଗୃହରେ ଉପସ୍ଥିତ ହୋଇଥିଲି। ମୋତେ ବହୁତ କିଛି କହିବାକୁ ଅଛି  ହେଲେ ମୋ କଣ୍ଠ ଅବରୋଧିତ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ଶୁଭ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଅନେକ ଅଭିନନ୍ଦନ। ସେହି ସମୟରେ ବନବାସ କେବଳ ୧୪ ବର୍ଷ ଥିଲା। ହେଲେ ବର୍ତ୍ତମାନର ଯୁଗରେ ଅଯୋଧ୍ୟା ଏବଂ ଦେଶବାସୀ ଶହ ଶହ ବର୍ଷର ବନବାସ ସହ୍ୟ କରିଥିଲେ। ଆମର ଅନେକ ପିଢି ବନବାସ ସହିଥିଲେ। ଆଜି ମୁଁ ମଧ୍ୟ ଭଗବାନ ଶ୍ରୀ ରାମଙ୍କୁ କ୍ଷମା ମାଗୁଛି। ଆମର ପ୍ରୟାସ, ବଳିଦାନ ଏବଂ ତପସ୍ୟାରେ କିଛି ଅଭାବ ରହିଯାଇଛି। ଯେଉଁଥି ପାଇଁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଆଜି ସେହି ଅଭାବ ପୂରଣ ହୋଇଯାଇଛି। ମୋର ବିଶ୍ୱାସ ଯେ ଭଗବାନ ଶ୍ରୀରାମ ଆଜି ନିଶ୍ଚିତ ଭାବରେ ଆମକୁ କ୍ଷମା କରିବେ। ବର୍ତ୍ତମାନ ଠାରୁ ଆଗକୁ ହଜାର ବର୍ଷେ ପରେ ମଧ୍ୟ ଲୋକେ ଏହି ତାରିଖ ଏହି ମୁହୂର୍ତ୍ତ ବିଷୟରେ ଆଲୋଚନା କରିବେ। ଭଗବାନ ଶ୍ରୀରାମଙ୍କ ଏହା କେତେ ବଡ ଆଶୀର୍ବାଦ ଯେ ଆମେ ସମସ୍ତେ ଏହି ମୁହୂର୍ତ୍ତରେ ବଞ୍ଚିଛୁ। ଯାହା ପ୍ରକୃତରେ ଘଟୁଛି।

ଜାନୁଆରୀ ୨୨ ତାରିଖର ସୂର୍ଯ୍ୟୋଦୟ ଏକ ନୂତନ ଚମତ୍କାରୀ ଆଲୋକ ଆଣିଛି। ଯାହା କ୍ୟାଲେଣ୍ଡର ଠାରେ ଲେଖାଯାଇଥିବା ତାରିଖ ନୁହେଁ ବରଂ ଏକ ନୂତନ ସମୟ ଚକ୍ରର ଉତ୍ପତ୍ତି। ଏହି ମୁହୂର୍ତ୍ତ ହେଉଛି ଅଲୌକିକ ଏବଂ ପବିତ୍ର। ରାମ ମନ୍ଦିର ଭୂମି ପୂଜନ ପରେ ସମଗ୍ର ଦେଶରେ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଲା। ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଦେଖି ଦେଶବାସୀଙ୍କ ମଧ୍ୟରେ ପ୍ରତିଦିନ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହେଉଥିଲା। ଆଜି ଆମକୁ ସେହି ଐହିତ୍ୟ ମିଳିଛି ଯାହାକୁ ଆମେ ଶତାବ୍ଦୀ ଶତାବ୍ଦୀ ଧରି ଅପେକ୍ଷା କରି ରହିଥିଲୁ। ଆଜି ଆମକୁ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ମିଳିଛି। ଆଜି ସମଗ୍ର ଦେଶ ଦୀପାବଳି ପାଳନ କରୁଛି। ଆଜି ସନ୍ଧ୍ୟାରେ ପ୍ରତ୍ୟେକ ଘରେ ରାମଜ୍ୟୋତି ଆଲୋକିତ କରିବାକୁ ପ୍ରସ୍ତୁତି ଚାଲିଛି।

ନ୍ୟାୟପାଳିକାକୁ ମଧ୍ୟ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି 
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସାଧୁ ସନ୍ଥ, ନେତା, ଶିଳ୍ପପତି, ଚଳଚ୍ଚିତ୍ର ତାରକା, କବି, ସାହିତ୍ୟିକ ଏବଂ କ୍ରୀଡ଼ାବିତଙ୍କ ଉପସ୍ଥିତିରେ କହିଛନ୍ତି ଯେ ଏହା ହେଉଛି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ। ଯାହାର ଆମେ ସାକ୍ଷୀ ହୋଇଛୁ। ଦୀର୍ଘ ସମୟ ଅପେକ୍ଷା, ଧୈର୍ଯ୍ୟ ଏବଂ ଅନେକ ଶତାବ୍ଦୀର ବଳିଦାନ ପରେ ଆଜି ପ୍ରଭୁ ଶ୍ରୀରାମ ଆସିଛନ୍ତି। ପ୍ରଭୁ ଶ୍ରରାମ ଦେଶର ସମ୍ବିଧାନରେ ସ୍ଥାନ ପାଇଛନ୍ତି। ସମ୍ବିଧାନ ଆସିବା ପରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଅସ୍ଥିତ୍ୱ ଉପରେ ଦଶନ୍ଧି ଧରି ଏକ ଆଇନଗତ ଯୁଦ୍ଧ ହୋଇଥିଲା। ମଁ ଦେଶର ନ୍ୟାୟପାଳିକାକୁ ଧନ୍ୟବାଦ ଜଣାଉଛି ଯିଏ ଆମକୁ ନ୍ୟାୟ ଦେଇଥିଲା। ଯାହା ଫଳରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଆଇନଗତ ଭାବରେ ନିର୍ମିତ ହୋଇଥିଲା।

ରାମ ରୂପରେ ଜାତୀୟ ଚେତନା ମନ୍ଦିର 
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିର କେବଳ ଦେବତା ମନ୍ଦିର ନୁହେଁ ବରଂ ରାମ ମନ୍ଦିର ହେଉଛି ଭାରତର ଦର୍ଶନ, ଭାରତର ଦିଗଦର୍ଶନ, ଭାରତର ମାର୍ଗଦର୍ଶକ। ରାମ ରୂପରେ ଜାତୀୟ ଚେତନାର ଏକ ମନ୍ଦିର। ଆଜି କେବଳ ଶ୍ରୀରାମଙ୍କ ପ୍ରତିମା ରୂପ ଅଯୋଧ୍ୟା ଠାରେ ସ୍ଥାପନ କରାଯାଇ ନାହିଁ। ଏହା ପ୍ରଭୁ ଶ୍ରୀରାମଙ୍କ ରୂପରେ ଭାରତୀୟ ସଂସ୍କୃତି ପ୍ରତି ରହିଥିହା ଅତୁଟ ବିଶ୍ୱାସର ପ୍ରାଣ ପ୍ରତିଷ୍ଠା। ଏହା ମଧ୍ୟ ମାନବୀୟ ମୂଲ୍ୟବୋଧ ଏବଂ ସର୍ବୋଚ୍ଚ ଆଦର୍ଶର ପ୍ରତୀକ। 

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସୁବର୍ଣ୍ଣ ରଙ୍ଗର କୁର୍ତ୍ତା, କ୍ରିମ ରଙ୍ଗର ଧୋତି ଏବଂ ଉତ୍ତରୀୟ ପିନ୍ଧି ନବ ନିର୍ମିତ ରାମ ମନ୍ଦିରର ମୁଖ୍ୟ ଫାଟକ ଭିତରକୁ ଯାଇ ପ୍ରାଣ ପ୍ରତିଷ୍ଠା ଆୟୋଜିତ ହେଉଥିବା ସ୍ଥାନରେ ପହଞ୍ଚି ଗର୍ଭଗୃହରେ ପ୍ରବେଶ କରିଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କ ହାତରେ ଲାଲ ରଙ୍ଗର ବସ୍ତ୍ରରେ ରଖାଯାଇଥିବା ଏକ ରୂପା ଛତା ମଧ୍ୟ ଆଣିଥିଲେ। ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ପଣ୍ଡିତଙ୍କ ଦ୍ୱାରା ମନ୍ତ୍ର ଜପ କରିବା ମଧ୍ୟରେ ରୀତିନୀତି ଆରମ୍ଭ କରିଥିଲେ। ସେ ପ୍ରାଣ ପ୍ରତିଷ୍ଠା ରୀତିନୀତି ପାଇଁ ଏକ ସଙ୍କଳ୍ପ ନେଇଥିଲେ। ଜାନୁଆରୀ ୨୨ ତାରିଖ ସୋମବାର ମଧ୍ୟାନ୍ନ ୧୨ ଘଣ୍ଟା ୨୯ ମିନିଟ ସମୟରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା।