Petrol-Diesel Price Today: ଓଡ଼ିଶା ଠାରୁ ୟୁପି ପର୍ଯ୍ୟନ୍ତ ଅନେକ ସହରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଶୀଘ୍ର ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
Advertisement
Article Detail0/zeeodisha/odisha1494591

Petrol-Diesel Price Today: ଓଡ଼ିଶା ଠାରୁ ୟୁପି ପର୍ଯ୍ୟନ୍ତ ଅନେକ ସହରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଶୀଘ୍ର ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

Petrol-Diesel Price Today: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଆଦାୟ କରୁଛନ୍ତି । ଏହା ବ୍ୟତୀତ ମାଲ ପରିବହନ, ଡିଲର ଚାର୍ଜ ଏବଂ ଡିଲର କମିଶନ ମଧ୍ୟ ଏହାର ମୂଲ୍ୟରେ ଅନ୍ତର୍ଭୁକ୍ତ ଥାଏ । ପେଟ୍ରୋଲ ଓ ଡିଜେଲର ମୂଳ ମୂଲ୍ୟରେ ଏସବୁ ଯୋଡିବା ପରେ ଖୁଚୁରା ମୂଲ୍ୟ ସାମ୍ନାକୁ ଆସେ । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରନ୍ତି ଯାହା ସମଗ୍ର ଦେଶରେ ସମାନ ଅଟେ ।

Petrol-Diesel Price Today: ଓଡ଼ିଶା ଠାରୁ ୟୁପି ପର୍ଯ୍ୟନ୍ତ ଅନେକ ସହରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଶୀଘ୍ର ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

Today Petrol-Diesel Price 21 December 2022:  ବୈଶ୍ୱିକ ବଜାରରେ ବିଗତ ୨୪ ଘଣ୍ଟା ମଧ୍ୟରେ ଅଶୋଧିତ ତୈଳ ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ତଥାପି ଏବେବି ଅଶୋଧିତ ତୈଳ ଦର ୮୦ ଡଲାର ତଳକୁ ରହିଛି । ଅନ୍ୟପଟେ ଆଜି ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଦେଇଛନ୍ତି । ଦୀର୍ଘ ୬ ମାସ (୨୧୧ ଦିନ) ରୁ ଅଧିକ ସମୟ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି ।  ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ବୃଦ୍ଧି ଲାଗି ରହିଛି । ଏହି କ୍ରମରେ ଆଜି ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୭୯.୯୯ ଡଲାରରେ ପହଞ୍ଚିଛି । ସେହିପରି ଡବ୍ଲୁଟିଆଇ ବ୍ୟାରେଲ ପିଛା ୭୬.୦୯ ଡଲାରରେ ପହଞ୍ଚିଛି । 

ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିଛି ।

ସରକାରୀ ତୈଳ କମ୍ପାନୀଗୁଡିକ ଅନୁଯାୟୀ, ଆଜି ସକାଳେ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲା (ନୋଏଡା-ଗ୍ରେଟର ନୋଏଡା) ରେ ପେଟ୍ରୋଲ ୨୭ ପଇସା ହ୍ରାସ ପାଇ ୯୬.୬୫ ଟଙ୍କା ଥିବାବେଳେ ଡିଜେଲ ୨୬ ପଇସା ହ୍ରାସ ପାଇ ୮୯.୮୨ ଟଙ୍କାରେ ଖସି ଆସିଛି । ତେବେ ଲକ୍ଷ୍ନୌରେ ପେଟ୍ରୋଲ ୧୪ ପଇସା ବୃଦ୍ଧି ପାଇ ଲିଟର ପିଛା ୯୬.୫୭ ଟଙ୍କା ଥିବାବେଳେ ଡିଜେଲ ୧୩ ପଇସା ମହଙ୍ଗା ହୋଇ ଲିଟର ପିଛା ୮୯.୭୬ ଟଙ୍କାରେ ବିକ୍ରି ହେଉଛି । ଏହା ବ୍ୟତୀତ ବିହାରର ରାଜଧାନୀ ପାଟନାରେ ପେଟ୍ରୋଲ ୧୭ ପଇସା ଶସ୍ତା ହୋଇ ୧୦୭.୯୫ ଟଙ୍କା ଥିବାବେଳେ ଡିଜେଲ ୧୬ ପଇସା ହ୍ରାସ ପାଇ ଲିଟର ପିଛା ୯୪.୭୦ ଟଙ୍କାରେ ବିକ୍ରି ହେଉଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୭୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୧୧ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୧୮ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଆଜି ଡିଜେଲ ଲିଟର ପିଛା ୯୪.୩୩ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୬୮ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୭୫ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।

ଏହା ବି ପଢ଼ନ୍ତୁ:-ଅଣ୍ଡା ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ କ୍ଷତିକାରକ

ଏହା ବି ପଢ଼ନ୍ତୁ:-ଭାରତରେ ପୁଣି ଆସିବ କୋରୋନାର ଖତରନାକ୍ ଲହର! ଚୀନର ଏହି ନୂତନ ଭାରିଆଣ୍ଟ ବଢ଼ାଇଲା ଚିନ୍ତା

ଅଧିକ ପଢ଼ନ୍ତୁ:-ନବୀନ-ଯୋଗୀ-କେଜ୍ରିୱାଲ-ନୀତିଶ କେତେ ସମ୍ପତ୍ତିର ମାଲିକ, ଜାଣନ୍ତୁ କିଏ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ

 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।