ସେକ୍ସ କରେନି ମୟୂର, ତଥାପି ବଢାଏ ବଂଶ, କିପରି ଜାଣନ୍ତୁ
Advertisement
Article Detail0/zeeodisha/odisha1371848

ସେକ୍ସ କରେନି ମୟୂର, ତଥାପି ବଢାଏ ବଂଶ, କିପରି ଜାଣନ୍ତୁ

ମୟୂର ଏକ ସର୍ବଭକ୍ଷ ପକ୍ଷୀ। ଏହା ହାନିକାରକ କୀଟପତଙ୍ଗଠାରୁ ଆରମ୍ଭ କରି  ଫୁଲ, ମଞ୍ଜି, ଛୋଟ ଛୋଟ ସାପ, ଝିଟିପିଟି ଆଦି ଖାଇଯାଇଥାଏ। ଏଣୁ ମୟୂରକୁ କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଏ। ମୟୂର ସର୍ବାଧିକ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ଏମାନେ ଗୋଷ୍ଠୀଗତ ଜୀବନ ବିତାଇବାକୁ ପସନ୍ଦ କରିଥା୍ନ୍ତି। ଗୋଟି ଗୋଟିଏ ଗୋଷ୍ଠୀରେ ୬ରୁ ୧୦ଟି ପର୍ଯ୍ୟନ୍ତ ମୟୂର ଓ ମୟୂରି ଥାନ୍ତି। ମୟୂର ଖୁସି ହେଲେ ନୃତ୍ୟ କରିଥାଏ। 

ସେକ୍ସ କରେନି ମୟୂର, ତଥାପି ବଢାଏ ବଂଶ, କିପରି ଜାଣନ୍ତୁ

ନୂଆଦିଲ୍ଲୀ: ମୟୂର ଆମର ଜାତୀୟ ପକ୍ଷୀ, ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୂର ସମ୍ପର୍କରେ ଉଣାଅଧିକେ ସମସ୍ତେ ଜାଣିଛନ୍ତି। ଏହା ବାଦ ମଧ୍ୟ ଅନେକ କଥା ରହିଛି ଯାହା ସାଧାରଣ ଲୋକଙ୍କ ଜ୍ଞାନ ବାହାରେ।ମୟୂର ଏକ ବ୍ରହ୍ମଚାରୀ ପକ୍ଷୀ। ଏଣୁ ଏହାର ପୁଛରେ ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ଶ୍ରଦ୍ଧା ରହିଛି। ଶ୍ରୀକୃଷ୍ଣ ତାଙ୍କ ମୁଣ୍ଡରେ ମୟୁର ଚନ୍ଦ୍ରିକା ଲଗାନ୍ତି। ଏହି କାରଣରୁ ମୟୂର ପୁଛାରେ ଠାକୁରଙ୍କୁ ବିଞ୍ଚା ଯାଏ। ସାଧୁ ସନ୍ଥ ମଧ୍ୟ ମୟୂରର ପୁଛ ବ୍ୟବାହର କରିଥାନ୍ତି।

ମୟୂର କେବେବି ଶାରୀରିକ ସମ୍ବଦ୍ଧ କରେନି। ଏଣୁ ଏହାକୁ ବ୍ରହ୍ମଚାରୀ ପକ୍ଷୀ କୁହାଯାଏ। ତେବେ ଶାରୀରିକ ସମ୍ପର୍କ ନଥାଇ ମୟୂର ବଂଶ କିପରି ବିସ୍ତାର ହୁଏ ? ଏହାହିଁ ହେଉଛି ସବୁଠୁ ବଡ ପ୍ରଶ୍ନ। ମୟୁର ଆଖିରୁ ଲୁହ ବୋହିଲେ ତାକୁ ମୟୂରୀ ଟୁଙ୍କି ଖାଇଥାଏ। ଏଥିରୁ ସେ ଗର୍ଭବତୀ ହୋଇ ଅଣ୍ଡା ଦିଏ। ଯାହାକୁ ସେ ଅନ୍ୟ ପକ୍ଷୀଙ୍କ ଭଳି ଉଷୁମ କରି ଛୁଆ ଫୁଟାଏ। ତେବେ ମୟୂରଙ୍କ ଜୀବନଚର୍ଯ୍ୟାକୁ ନେଇ ଭାରତରେ ଲୋକଙ୍କର ଧାରଣାକୁ ଭୁଲ ବୋଲି କୁହନ୍ତି ପକ୍ଷୀ ବିଷାରଦ ବିକ୍ରମ ଗ୍ରେୱାଲ। ମୟୂର ପୁରୁଷ ପକ୍ଷୀକୁ ଇଂରାଜୀରେ ପିକକ୍ କୁହାଯାଏ। 

ସେହିପରି ମୟୂରୀକୁ ପିହେନ କୁହାଯାଇଥାଏ। ମୟୂରୀ ଅପେକ୍ଷା ମୟୂର ଅଧିକ ସୁ୍ନ୍ଦର ଓ ଉଜ୍ଜ୍ୱଳ। ମୟୂରର ପକ୍ଷ ଲମ୍ବା ହୋଇଥାଏ। ଏଣୁ ଅଧିକ ଦୂର ପର୍ଯ୍ୟନ୍ତ ଉଡିପାରେନା। ତେବେ ଅନ୍ୟ ପକ୍ଷୀଙ୍କ ଭଳି ମୟୂର-ମୟୂରୀଙ୍କ ଶାରୀରିକ ସମ୍ପର୍କ ହୋଇଥାଏ ବୋଲି କହିଛନ୍ତି ଗ୍ରେୱାଲ। ବର୍ଷର ନିର୍ଦ୍ଧିଷ୍ଟ ସମୟରେ ମୟୂରୀ ଅଣ୍ଡା ଦେବା ସହ ଶାବକ ଫୁଟେଇଥାଏ। ଯେଉଁଥିରୁ ସେମାନଙ୍କ ବଂଶ ବିସ୍ତାର ହେଉଛି।

ମୟୂର ଏକ ସର୍ବଭକ୍ଷ ପକ୍ଷୀ। ଏହା ହାନିକାରକ କୀଟପତଙ୍ଗଠାରୁ ଆରମ୍ଭ କରି  ଫୁଲ, ମଞ୍ଜି, ଛୋଟ ଛୋଟ ସାପ, ଝିଟିପିଟି ଆଦି ଖାଇଯାଇଥାଏ। ଏଣୁ ମୟୂରକୁ କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଏ। ମୟୂର ସର୍ବାଧିକ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ଏମାନେ ଗୋଷ୍ଠୀଗତ ଜୀବନ ବିତାଇବାକୁ ପସନ୍ଦ କରିଥା୍ନ୍ତି। ଗୋଟି ଗୋଟିଏ ଗୋଷ୍ଠୀରେ ୬ରୁ ୧୦ଟି ପର୍ଯ୍ୟନ୍ତ ମୟୂର ଓ ମୟୂରି ଥାନ୍ତି। ମୟୂର ଖୁସି ହେଲେ ନୃତ୍ୟ କରିଥାଏ। ଏଥିପାଇଁ ମୟୂର ତା ପକ୍ଷୀକୁ ସମ୍ପ୍ରସାରଣ କରି ନାଚିବା ବେଳେ ବେଶ ସୁ୍ନ୍ଦର ଦେଖାଯାଏ। ୨୬ ଜାନୁୟାରୀ ୧୯୬୩ରେ ଭାରତ ସରକାର ମୟୂରକୁ ଜାତୀୟ ପକ୍ଷୀର ମାନ୍ୟତା ପ୍ରଦାନ କରିଥିଲେ। ଭାରତ ଭଳି ମ୍ୟାଁମାର ମଧ୍ୟ ମୟୂରକୁ ଜାତୀୟ ପକ୍ଷୀ ମାନ୍ୟତା ଦେଇଛି।

ଜାତୀୟ ପକ୍ଷୀ ମାନ୍ୟତା ଯୋଗୁ ଦେଶରେ ମୟୂର ଶିକାର ସମ୍ପୂର୍ଣ୍ଣ ନିଷିଦ୍ଧ। ଯଦି କୌଣସି ଠାରେ ମୟୂରକୁ କିଏ ହତ୍ୟା କରେ ତା ବିରୋଧରେ ଭାରତୀୟ ବନ୍ୟ ଜୀବନ ଆଇନର ଧାରା ୧୯୭୨ ଅନୁସାରେ ମୋକଦ୍ଦମା ମଧ୍ୟ ରୁଜୁ କରାଯିବାର ପ୍ରାବଧାନ ରହିଛି। ହିନ୍ଦୁ ଧାର୍ମିକ ମାନ୍ୟତାରେ ମୟୁରର ମଧ୍ୟ ମହତ୍ୱ ରହିଛି। ମହାଦେବ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ବାହନ ହେଉଛି ମୟୁର। ଏହା ରାବ ମଧ୍ୟ ଖୁବ ସୁନ୍ଦର ଲାଗେ।