ପୁଣି ରାଗିଗଲେ ଅନୁଭବ ମହାନ୍ତି; କାଠଗଡାକୁ ଟାଣିବାକୁ ଦେଲେ ଧମକ, ଏଥର ଟାର୍ଗେଟରେ ବର୍ଷା ନୁହଁ ଆଉ 'କିଏ'
Advertisement

ପୁଣି ରାଗିଗଲେ ଅନୁଭବ ମହାନ୍ତି; କାଠଗଡାକୁ ଟାଣିବାକୁ ଦେଲେ ଧମକ, ଏଥର ଟାର୍ଗେଟରେ ବର୍ଷା ନୁହଁ ଆଉ 'କିଏ'

ପୁଣି ରାଗିଗଲେ ଅନୁଭବ ମହାନ୍ତି; କାଠଗଡାକୁ ଟାଣିବାକୁ ଦେଲେ ଧମକ, ଏଥର ଟାର୍ଗେଟରେ ବର୍ଷା ନୁହଁ ଆଉ 'କିଏ'

ଡିଜାଇନ୍ ଫଟୋ

ଭୁବନେଶ୍ୱର: ହାଇକୋର୍ଟଙ୍କ ତାଗିତ ପରେ ବି ପୁଣି ଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଲେ ସାଂସଦ ଅନୁଭବ ମହାନ୍ତି। କିନ୍ତୁ ଏଥର ସେ ତାଙ୍କ ପତ୍ନୀ ବର୍ଷାଙ୍କ ବିରୁଦ୍ଧରେ ନାହିଁ ବରଂ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସଂସ୍ଥାକୁ ଗାର୍ଗେଟ କରିଛନ୍ତି। ରବିବାର ରାତିରେ କେନ୍ଦ୍ରାପଡା ସାଂସଦ ନିଜ ଫେସବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ମିଥ୍ୟା ଖବର ପରିବେଷଣ କରିଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି।

ରବିବାର ରାତି ପ୍ରାୟ ୯ଟା ବେଳେ ସାଂସଦ ଅନୁଭବ ମହାନ୍ତି ନିଜ ଫେସବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ କିଛି ଗଣମାଧ୍ୟମ ଉପରେ କ୍ଷଭୋ ପ୍ରକାଶ କରିଛନ୍ତି। ବର୍ଷା ଓ ତାଙ୍କ ସମ୍ପର୍କକୁ ନେଇ ଯେଉଁ ପ୍ରକାରର ଖବର ପ୍ରସାରଣ କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅନୁଭବ ଦାବି କରିଛନ୍ତି। ଏହା ସହ ସେ ଏହି ମାମଲାରେ କୋର୍ଟ ଯିବେ ବୋଲି ମଧ୍ୟ ଧମକ ଦେଇଛନ୍ତି। 

Also Read: ଜାତୀୟ ଗଣମାଧ୍ୟମରେ ଅନୁଭବ-ବର୍ଷାଙ୍କ 'ବେଡରୁମ ଷ୍ଟୋରୀ'ର ପୋଷ୍ଟମର୍ଟମ

ଅନୁଭବ ଲେଖିଛନ୍ତି, 'କୋର୍ଟଙ୍କ ନିର୍ଦ୍ଦେଶ ପାଇଁ ମୁଁ ନିରବ ଅଛ, କିନ୍ତୁ କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ ଚ୍ୟାନେଲ ଯାହା ପାଇଲେ ତାହା ଲେଖୁଛନ୍ତି ଓ କହୁଛନ୍ତି। ଭିତ୍ତିହୀନ, ଅର୍ଥହୀନ ଓ ମିଥ୍ୟା ଖବର ପ୍ରସାରଣ ପାଇଁ ମୁଁ ସେମାନଙ୍କୁ ଚେତାବନୀ ଦେଉଛି। ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଦ୍ୱାରାସ୍ଥ ହେବି। ମିଥ୍ୟା ଖବର ପ୍ରସାରଣ କରି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ। ମୁଁ ଆରମ୍ଭରୁ ହିଁ ସ୍ପଷ୍ଟ କରିସାରିଛି। ତାହା କେବେ ହେବ ନାହିଁ। ତେଣୁ ମିଥ୍ୟ ଖବର ପ୍ରଚାର ବନ୍ଦ କରନ୍ତୁ।'

 fallback

ପ୍ରକୃତରେ ବର୍ଷା ଓ ଅନୁଭବଙ୍କ ସମ୍ପର୍କକୁ ନେଇ ଏକ ୟୁଟ୍ୟୁବ ଚ୍ୟାନେଲ ଭିଡିଓ ତିଆରି କରିଥିଲା। ସେଥିରେ ଶୀର୍ଷକ ଥିଲା, 'ତାଙ୍କୁ ଛାଡି ଆଉ ରହି ହେଉନି, ବହୁତ କଷ୍ଟ ହେଉଛି, ଆମେ ପୁଣି ମିଶିବୁ ଏକାଠି ରହିବୁ।' କିନ୍ତୁ ଅନୁଭବ ମହାନ୍ତି ଏହି ଖବରକୁ ସମ୍ପୂର୍ଣ୍ଣ ରୁପେ ଖଣ୍ଡନ କରିଛନ୍ତି। ଏହା ଏକ ମିଥ୍ୟା ଖବର ବର୍ଷା ଆଉ ମୁଁ କେବେ ଏକାଠି ହୋଇପାରିବୁ ନାହିଁ ବୋଲି କେନ୍ଦ୍ରାପଡା ସାଂସଦ କହିଛନ୍ତି। କେବେଳ ଏହି ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ନୁହଁ ଆହୁରି ଅନେକ ୱେବ ପୋର୍ଟାଲ ଓ ପ୍ରତିଷ୍ଠିତ ଗଣମାଧ୍ୟମ ମଧ୍ୟ ବର୍ଷା ଓ ଅନୁଭବଙ୍କ ଘରୋଇ କଳି ଉପରେ ଖବର ପ୍ରସାରଣ କରୁଛନ୍ତି।

Also Read: ବନ୍ଧା ହେବେ କି ଅନୁଭବ ମହାନ୍ତି? DCP ଦେଲେ ଏମିତି ଉତ୍ତର

ସୂଚନାଯୋଗ୍ୟ, ଦୀର୍ଘ ଦୁଇ ବର୍ଷ ହେଲା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଗତ ସପ୍ତାହରେ ସେଲିବ୍ରିଟି ଦମ୍ପତିଙ୍କୁ ହାଇକୋର୍ଟ ତାଗିଦ କରିଥିଲେ। କାରଣ ସାଂସଦ ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ। ସୋସିଆଲ ମିଡିଆରେ ବିଜେଡି ସାଂସଦଙ୍କ ତିନି ତିନୋଟି ଭିଡିଓ ପୋଷ୍ଟ ପରେ ହାଇକୋର୍ଟରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆବେଦନ କରିଥିଲେ। ନିଜ ଆବେଦନରେ ବର୍ଷା ଦର୍ଶାଇଥିଲେ ଯେ, ଅନୁଭବଙ୍କ ଏଭଳି ଭିଡିଓ ପୋଷ୍ଟ ଯୋଗୁଁ ତାଙ୍କ ମାନହାନୀ ଓ ମର୍ଯ୍ୟାଦା ହାନୀ ହେଉଛି। ଯାହାକି ସମ୍ବିଧାନର ଅନୁଚ୍ଛେଦ-୨୧କୁ ଉଲ୍ଲଂଘନ କରୁଛି। ତେଣୁ ଏହା ଉପରେ ରୋକ ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବର୍ଷା ନିଜ ଆବେଦନରେ ଦର୍ଶାଇଥିଲେ। 

ବର୍ଷା ନିଜ ଆବେଦନରେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଥିଲେ। ବର୍ଷାଙ୍କ ଏହି ଅନ୍ତରୀଣ ଆବେଦନ ଉପରେ ଶୁଣାଣି କରି ଉଭୟ ପକ୍ଷଙ୍କୁ ଏଥିରୁ ବାଦ୍ ରହିବାକୁ କୋର୍ଟ କହିଥିଲେ। ସୋସିଆଲ ମିଡିଆରେ ଭିଡିଓ କରି ପତ୍ନୀ ବର୍ଷାଙ୍କ ବିରୋଧରେ ତିନି ତିନି ଥର ବର୍ଷିଥିବା ଅନୁଭବଙ୍କୁ ଏଭଳି ଆଉ ଭିଡିଓ ପୋଷ୍ଟ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଏହି ମାମଲାରୁ ନେଇ ପୁରୀଘାଟ ଥାନାରେ ବର୍ଷା ଦେଇଥିବା ଏତଲାକୁ ଭିତ୍ତିକରି ସାଇବର ସେଲ, ଫେସବୁକକୁ ତଥ୍ୟ ମାଗିଛି। ଅନ୍ୟପଟେ କୋର୍ଟଙ୍କ ଆଦେଶ ଅନୁସାରେ ବର୍ଷାଙ୍କୁ ଘରଭଡା ବାବଦକୁ ଅନୁଭବ ଟଙ୍କା ଦେଇଛନ୍ତି। ଦୁଇ ମାସ ମଧ୍ୟରେ ଅଭିନେତ୍ରୀ ତାଙ୍କ ଶ୍ୱଶୁର ଘର ଛାଡିବେ।