Nandankanan: ଗ୍ରୀଷ୍ମ ପାଇଁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ
Advertisement
Article Detail0/zeeodisha/odisha1636280

Nandankanan: ଗ୍ରୀଷ୍ମ ପାଇଁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ

Nandankanan: ଗ୍ରୀଷ୍ମ ଋତୁକୁ(summer season) ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ(Nandankanan Zoo)  ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବାର ସମୟକୁ ପରିବର୍ତ୍ତନ କରାଯାଇଛି ।ସୂଚନାଯୋଗ୍ୟ ପଶ୍ଚିମା ଝଡ଼ ପ୍ରଭାବରେ କିଛି ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହୁଛି। ପୂରା ମାର୍ଚ୍ଚ ସାରା ଖରାର ପ୍ରକୋପ ଦେଖିବାକୁ ମିଳିନାହିଁ। କିନ୍ତୁ ଏପ୍ରିଲ ୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ‌ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।  

ସୌଜନ୍ୟ- ସୋସିଆଲ ମିଡ଼ିଆ

Nandankanan: ଗ୍ରୀଷ୍ମ ଋତୁକୁ(summer season) ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ(Nandankanan Zoo) ସକାଳ ସାଢ଼େ ୭ଟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ଏହି ସୂଚନା ଦେଇ କହିଛନ୍ତି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ (Nandankanan Zoo) ଓ ବଟାନିକାଲ ଗାର୍ଡେନ୍‍  (Nandankanan Botanical Garden) ସକାଳ ସାଢ଼େ ୭ଟାରୁ ଖୋଲି ସାଢ଼େ ୫ଟାରେ ବନ୍ଦ ହେବ। ତେବେ ପ୍ରତି ସୋମବାର ନନ୍ଦନକାନନ ପୂର୍ବଭଳି ବନ୍ଦ ରହିବ।

ସେହିପରି ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କଲରେ (School) ପାଠପଢା ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଚଳିତ ଶିକ୍ଷାବର୍ଷର ପାଠପଢା ଏପ୍ରିଲ ୩ ତାରିଖ ଠାରୁ ଆରମ୍ଭ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହେବ।  ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ସ୍କୁଲରେ ପାଠପଢ଼ା ଚାଲିବ। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳୁଆ ହେବ। ଏନେଇ  ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ଥଳବିଶେଷରେ ସମୟ ପରିବର୍ତ୍ତନ ହୋଇପାରିବ। ଜିଲ୍ଲାପାଳ ସ୍କୁଲର ସମୟ ନିର୍ଘଣ୍ଟ କରିପାରିବେ। ସ୍କୁଲରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି।

fallback

Also Read :  Puri News: ପୁରୀ ସମୁଦ୍ରରୁ ମିଳିଲା ଭୟଙ୍କର ଆକୃତିର ମୂର୍ତ୍ତି, ଦେଖନ୍ତୁ ଫଟୋ

Also Read : Puri News: ପୁଣି ଅଶାନ୍ତ ପୁରୀ, ସାହିଯାତ ଦେଖି ଫେରୁଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Also Read : Weather Update: ଆଜିଠାରୁ କମିବ ପଶ୍ଚିମା ଝଡ଼ ପ୍ରଭାବ, ଅସହ୍ୟ ତାତିରେ ସିଝିବ ସାରା ରାଜ୍ୟ

ସୂଚନାଯୋଗ୍ୟ ପଶ୍ଚିମା ଝଡ଼ ପ୍ରଭାବରେ କିଛି ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହୁଛି। ପୂରା ମାର୍ଚ୍ଚ ସାରା ଖରାର ପ୍ରକୋପ ଦେଖିବାକୁ ମିଳିନାହିଁ। କିନ୍ତୁ ଏପ୍ରିଲ ୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ‌ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଯଦି ଏପ୍ରିଲ ୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସ‌େ ତା’ ହେଲେ, ଦ୍ବିତୀୟ ସପ୍ତାହ ବେଳକୁ ତାପମାତ୍ରା ବଢ଼ିଯିବାର ଆଶଙ୍କା ରହୁଛି। ତାପମାତ୍ରା ବଢ଼ିବା ଦ୍ବାରା ସ୍କୁଲ ପିଲାମାନେ ଦିନ ବେଳା ପାଠପଢ଼ା ହେଲେ ପ୍ରଭାବିତ ହୋଇପାରନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।

Also Read : Surya dev Puja Vidhi: ସୂର୍ଯ୍ୟଙ୍କ କୃପା ଲାଭ ପାଇଁ ରବିବାର ଦିନ କରନ୍ତୁ ଏହି ସବୁ ଉପାୟ: ଦୂର ହେବ ସମସ୍ୟା, ଜୀବନରେ ଆସିବ ବଡ଼ ପରିବର୍ତ୍ତନ

Also Read : Priyanka chopra: ମା’ଙ୍କ ସହ ପ୍ରଥମ ଥର ଭାରତ ଆସିଲେ ମାଳତୀ, ମାଉସୀ ପରିଣୀତି ଚୋପ୍ରାଙ୍କ ବିବାହରେ ଦେବେ ଯୋଗ!

​Also Read : Unemployment rate in India: କେଉଁ ରାଜ୍ୟରେ ବେକାରୀ ସଂଖ୍ୟା ସର୍ବାଧିକ, କେଉଁଠାରେ କମ୍, ଜାଣନ୍ତୁ ଓଡି଼ଶାର ସ୍ଥିତି କ’ଣ?

​Also Read : IPL 2023: ପଞ୍ଜାବଠୁ ହାରିବା ପରେ KKRକୁ ମିଳିଲା ଆଉ ଏକ ଖରାପ ଖବର, ପୂରା ସିଜନରେ ଖେଳିବେନି ଏହି ୨ ବଡ଼ ମ୍ୟାଚ୍ ୱିନର!

​Also Read : Vastu Tips: ପର୍ସରେ ଟଙ୍କା ରହୁନାହିଁ କି? କରନ୍ତୁ ଏହି କାମ, କେବେବି ହେବନି ଅର୍ଥର ଅଭାବ!

​Also Read : Bengaluru Gang Rape: ପାର୍କରେ ବସିଥିଲେ ଯୁବତୀ,ଘୋଷାଡ଼ି ନେଇ ଚଳନ୍ତା କାରରେ ଗଣଦୁଷ୍କର୍ମ କଲେ ୪ ରାକ୍ଷସ

​Also Read : Prabhas house photos: ହାଇଦ୍ରାବାଦର ଏହି ଘରେ ରୁହନ୍ତୁ ସାଉଥ୍ ସୁପରଷ୍ଟାର ପ୍ରଭାସ, ଏମିତି ରହିଛି ଦାମ୍