Mind Game: ସତ ଘଟଣାକୁ ପୁଣିଥରେ ଫିଲ୍ମ ମାଧ୍ୟମରେ ଦେଖିଲେ ପାଟଣାଗଡ଼ ପୀଡିତା, କହିଲେ...
Advertisement
Article Detail0/zeeodisha/odisha1904130

Mind Game: ସତ ଘଟଣାକୁ ପୁଣିଥରେ ଫିଲ୍ମ ମାଧ୍ୟମରେ ଦେଖିଲେ ପାଟଣାଗଡ଼ ପୀଡିତା, କହିଲେ...

Mind Game: ସୂଚନା ଥାଉ କି ୨୦୧୮ ମସିହାରେ ପାଟଣା ଗଡ଼ର ବ୍ରହ୍ମପୁରା ସ୍ଥିତ ରବୀନ୍ଦ୍ର ସାହୁଙ୍କ ପୁତ୍ର ସୋମ୍ୟ ରଞ୍ଜନ ସାହୁ ଏବଂ ତାଙ୍କ ମା ଏ ବହୁ ଚର୍ଚ୍ଚିତ ପାର୍ଶଲ ବୋମା ବିସ୍ଫୋରଣ ଘଟଣାରେ ମୃତ୍ୟୁ ହୋଇଥିଲା । ଘଟଣା ଘଟାଇଥିଲେ ସେ ଅଂଚଳର ପୁଞ୍ଜିଲାଲ ମେହେର। 

 

Mind Game: ସତ ଘଟଣାକୁ ପୁଣିଥରେ ଫିଲ୍ମ ମାଧ୍ୟମରେ ଦେଖିଲେ ପାଟଣାଗଡ଼ ପୀଡିତା, କହିଲେ...

Mind Game: ୨୦୧୮ ମସିହାରେ ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଆଜି ବି କେହି ବିବାହ ରିସେପସନରେ ବଡ଼ ବଡ଼ ଗିଫ୍ଟ ଦେଲେ ସେହିଦିନର ଘଟଣା ସମସ୍ତଙ୍କ ମନରେ ଛନକା ପୂରାଇ ଦିଏ। ଗତକାଲି ରିଲିଜ ହୋଇଛି ସମ୍ବଲପୁରୀ ଓଡ଼ିଆ ସିନେମା 'ମାଇଣ୍ଡ ଗେମ' । ସମ୍ବଲପୁରୀ ଭାଷା ରେ ଡବିଂ ଚଳଚ୍ଚିତ୍ର 'ମାଇଣ୍ଡ ଗେମ'ର ପ୍ରିମିଅର ଶୋ କୁ ଦେଖିଥିଲେ ପାର୍ସଲ ବୋମାର ଶିକାର ସୋମ୍ୟରଞ୍ଜନ ଙ୍କ ବାପା ରବୀନ୍ଦ୍ର ସାହୁ । ସେ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦୋଷୀକୁ ଦଣ୍ଡ ବିଧାନ କରାଯାଇନାହିଁ । 

ପାର୍ସଲ ବମ ବ୍ଲାଷ୍ଟ ଯେମିତି ଏକ ବିରଳ ଘଟଣା, ସେମିତି ଏକ ବିରଳ ଦଣ୍ଡାଦେଶ କରନ୍ତୁ ମାନ୍ୟବର କୋର୍ଟ ବୋଲି ସେ ଦାବି କରିଛନ୍ତି। ନ ହେଲେ ମୋ ପୁଅ ର ଆତ୍ମା ଶାନ୍ତି ପାଇବ ନାହିଁ ବୋଲି କହିଛନ୍ତି। ଚଳଚିତ୍ର ଦେଖି ସେ 'ମାଇଣ୍ଡ ଗେମ' (Film Mind Game)  ର ପ୍ରଶଂସା କରିଥିଲେ । ତା ସହ ଅଭିନେତା ମନୋଜ ମିଶ୍ର ମଧ୍ୟ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଏଭଳି ଘଟଣା ଆଉ ନ ଘଟୁ ଏବଂ ଶୀଘ୍ର ନ୍ୟାୟ ମିଳୁ । ସୂଚନା ଥାଉ କି ୨୦୧୮ ମସିହାରେ ପାଟଣା ଗଡ଼ର ବ୍ରହ୍ମପୁରା ସ୍ଥିତ ରବୀନ୍ଦ୍ର ସାହୁଙ୍କ ପୁତ୍ର ସୋମ୍ୟ ରଞ୍ଜନ ସାହୁ ଏବଂ ତାଙ୍କ ମା ଏ ବହୁ ଚର୍ଚ୍ଚିତ ପାର୍ଶଲ ବୋମା ବିସ୍ଫୋରଣ ଘଟଣାରେ ମୃତ୍ୟୁ ହୋଇଥିଲା । ଘଟଣା ଘଟାଇଥିଲେ ସେ ଅଂଚଳର ପୁଞ୍ଜିଲାଲ ମେହେର। 

ତେବେ ରିଲିଜ ହୋଇଥିବା ଫିଲ୍ମ କାହାଣୀର କେନ୍ଦ୍ରରେ ରହିଛି ଘୃଣା ଓ ପ୍ରତିଶୋଧ ଭାବନରେ ବୁଡ଼ିରହିଥିବା ଜଣେ ଅଦୃଶ୍ୟ ଅପରାଧୀର ମାନସିକତାକୁ ତନ୍ନ ତନ୍ନ କରି ପରୀକ୍ଷା କରିବାର ପ୍ରକ୍ରିୟା। ଏଥିରେ ପାଟଣାଗଡ଼ ପାର୍ସଲ ବୋମା (Patnagarh Parcel Bomb) ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଭୂମିକାରେ ଅଭିନୟ କରିଛନ୍ତି ମନୋଜ ମିଶ୍ର । ବଲିଉଡର ଜଣେ ଜଣାଶୁଣା ଅଭିନେତା ଅତୁଲ କୁଲକର୍ଣ୍ଣୀ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ତଦନ୍ତ ଦାୟିତ୍ୱରେ ଗ୍ରହଣ କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି କୁହାଯାଉଛି।

ସେହିପରି ଏଥିରେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର, ଅପସରା ରାଣୀ, ପୁଷ୍ପା ପଣ୍ଡା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ପ୍ରଯୋଜକ ଶ୍ରୀଧର ମାର୍ଥା ଏହାକୁ ନିର୍ମାଣ କରି ବଡଡ ପରଦାରେ ରିଲିଜ୍ କରିବା ପାଇଁ ଗତ ପାଞ୍ଚ ବର୍ଷରୁ ଉଦ୍ୟମ କରିଆସୁଥିଲେ । ପ୍ରଥମେ ପାଟଣାଗଡ (Patnagarh) ନାଁରେ ଏହାକୁ ରିଲିଜ କରିବାର ଯୋଜନା ଥିଲା ହେଲେ ପରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ମାଇଣ୍ଡ ଗେମ୍ ରଖାଗଲା। 

Also Read: Puri News: ପ୍ରଭୁ ଜଗନ୍ନାଥଙ୍କ ପାଖରେ ମାଆ ମାଙ୍କଡ଼ର ଗୁହାରୀ, ମୋ ଛୁଆକୁ...

Also Read: MLA Pratap Jena: ମାହାଙ୍ଗା ଡବଲ ମର୍ଡର ଘଟଣା; 'ଶୁଭିବ ବିଧାୟକ ପ୍ରତାପ ଜେନା ହାଜିର ହୋ'...