Old Pension Scheme: ପୁରୁଣା ପେନସନକୁ ନେଇ ଯାହା କେହିଁ କରିନାହାଁନ୍ତି, ତାହା କରିଦେଖାଇଛନ୍ତି ଏହି ସରକାର
Advertisement
Article Detail0/zeeodisha/odisha1564339

Old Pension Scheme: ପୁରୁଣା ପେନସନକୁ ନେଇ ଯାହା କେହିଁ କରିନାହାଁନ୍ତି, ତାହା କରିଦେଖାଇଛନ୍ତି ଏହି ସରକାର

Old Pension Scheme: ଦେଶର କେତେକ ରାଜ୍ୟରେ ପୁରୁଣା ପେନସନ ଯୋଜନା ପୁନଃ ଲାଗୁ କରାଯାଇଛି । ସେପଟେ କେତେକ ରାଜ୍ୟରେ ନିର୍ବାଚନୀ ସିଜନରେ ବିଭିନ୍ନ ରାଜନୈତିକ ଦଳ ପୁରୁଣା ପେନସନ ଲାଗୁ କରିବାକୁ ପ୍ରତିଶୃତି ଦେଉଛନ୍ତି । ଏହି ସମୟରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପୁରୁଣା ପେନସନ ସ୍କିମ୍ ସମ୍ପର୍କରେ ଅନେକ ସୂଚନା ଦେଇଛନ୍ତି ।

Old Pension Scheme: ପୁରୁଣା ପେନସନକୁ ନେଇ ଯାହା କେହିଁ କରିନାହାଁନ୍ତି, ତାହା କରିଦେଖାଇଛନ୍ତି ଏହି ସରକାର

Old Pension Scheme: ପୁରୁଣା ପେନସନ ଯୋଜନା (OPS) କୁ ଲାଗୁ କରିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଦେଶର କେତେକ ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) ପୁନଃ ଲାଗୁ କରାଯାଇଛି । ସେପଟେ କେତେକ ରାଜ୍ୟରେ ନିର୍ବାଚନୀ ସିଜନରେ ବିଭିନ୍ନ ରାଜନୈତିକ ଦଳ ପୁରୁଣା ପେନସନ ଲାଗୁ କରିବାକୁ ପ୍ରତିଶୃତି ଦେଉଛନ୍ତି । ଏହି ସମୟରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ (Himachal Pradesh CM) ସୁଖବିନ୍ଦର ସିଂ ସୁଖୁ (Sukhvinder Singh Sukhu) ପୁରୁଣା ପେନସନ ସ୍କିମ୍ ସମ୍ପର୍କରେ ଅନେକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ, ପୁରୁଣା ପେନସନ ଯୋଜନାର ପୁନଃ ଲାଗୁ କରିବା ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାର ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିଛନ୍ତି ।

ମୁଖ୍ୟମନ୍ତ୍ରୀ (Himachal Pradesh CM) ସୁଖବିନ୍ଦର ସିଂ ସୁଖୁ (Sukhvinder Singh Sukhu) ଏକ ବୟାନ କହିଛନ୍ତି ଯେ,  ବିଚାରବିମର୍ଶ ପରେ ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ହିମାଚଳ ପ୍ରଦେଶରେ ଏହି ଯୋଜନାର ପୁନଃ ଲାଗୁ କରିବାକୁ ଅନୁମୋଦନ କରିଛି । ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର 'ପ୍ରତିଜ୍ଞା ପତ୍ର'ରେ କରିଥିବା ସମସ୍ତ ପ୍ରତିଶ୍ରୁତି ପର୍ଯ୍ୟାପ୍ତ ଆର୍ଥିକ ବ୍ୟବସ୍ଥା କରିବା ପରେ ପର୍ଯ୍ୟାୟ କ୍ରମରେ ପୂରଣ କରିବ । ମୁଖ୍ୟମନ୍ତ୍ରୀ ସୁଖୁ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇ କଥିତ ଭାବେ କର୍ମଚାରୀଙ୍କ ଦରମା ପୈଠ କରିବାରେ ବିଫଳ ହୋଇଥିବା ପୂର୍ବତନ ବିଜେପି ପ୍ରଶାସନକୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ବିଜେପି ସରକାର ନେଇଥିବା ତ୍ୱରିତ ପଦକ୍ଷେପ ଅବାଞ୍ଛିତ ଓ ଅନାବଶ୍ୟକ । ବିଜେପି ସରକାର (BJP Govt) ଖାଲି ଟ୍ରେଜେରୀକୁ ବର୍ତ୍ତମାନର ସରକାରଙ୍କୁ ହସ୍ତାନ୍ତର କରିଛି । ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଅନେକ ରାଜ୍ୟରେ ପୁରୁଣା ପେନସନ୍ ଲାଗୁ କରିବାର ଦାବି ଦ୍ରୁତ ଗତିରେ ବଢ଼ି ଚାଲିଛି । ମଧ୍ୟପ୍ରଦେଶର ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ଲାଗୁ କରିବାକୁ ସରକାରଙ୍କୁ ଏକ ମାସର ଅଲ୍ଟିମେଟମ୍ ଦେଇଛନ୍ତି । 

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ଏମଏସ ଧୋନି ନିଜ ନିଷ୍ପତ୍ତିରୁ ସମସ୍ତଙ୍କୁ ଚମକାଇଲେ, ୨ ବର୍ଷ ପରେ ପୁଣି ଥରେ ଫେରିଲେ

ଅଧିକ ପଢ଼ନ୍ତୁ:-କିଏ ସେ ସ୍ମୃତି ଇରାନୀଙ୍କ ଜ୍ବାଇଁ, ଯାହାଙ୍କ ସହ ହେଉଛି ତାଙ୍କ ଝିଅଙ୍କ ବାହାଘର

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ସିରିଜ ମଝିରେ ବର୍ତ୍ତମାନ ଏହି ଖେଳାଳି ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ କଲେ ଚକିତ, ଫ୍ୟାନ୍ସକୁ ଦେଲେ ଜୋରଦାର ଝଟକା

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।